ହେଡଲାଇନସ୍:

ଦିବ୍ୟାଙ୍ଗଙ୍କୁ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାଡି ବସିଛି ଧର୍ମଶାଳା ବ୍ଲକ ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Jajpur / ଜୟଶଙ୍କର ଦାଶ :  ଦିବ୍ୟାଙ୍ଗଙ୍କ ପ୍ରତି ସମ୍ବେଦନଶୀଳ ହେବା କେବଳ ନୈତିକତା ନୁହେଁ ବରଂ ଆଇନସମ୍ମତ । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଂଚାୟତର ଜଣେ ନିହାତି ଗରୀବ ଦିବ୍ୟାଙ୍ଗଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିଦେ୍ର୍ଧଶକୁ ମାଡି ବସିଛି ବ୍ଲକ ପ୍ରଶାସନ ।

ଗୋଡିପାଟିଆ ଗ୍ରାମରେ ଶାରିରୀକ ଅକ୍ଷମ ବ୍ୟକ୍ତି କାର୍ତ୍ତିକ ପ୍ରଧାନ । କାର୍ତ୍ତିକଙ୍କ ଜମି ବାଡି ବୋଲି ସେମିତି କିଛି ନାହିଁ । ଶାରିରୀକ ଅକ୍ଷମ ଭାବେ ମଧ୍ୟ ପାଉଛନ୍ତି ଭତ୍ତା । ଗୋଡିପାଟିଆ ଗ୍ରାମର ସର୍ବାଧିକ ଗରୀବ ଭାବେ ପରିଚିତ କାର୍ତ୍ତିକ । ତାଙ୍କର ଗୋଟିଏ ଖଣ୍ଡିଆ କୁଡିଆ ଚାଳ ଘର ରହିଛି । ସରକାର ମଧ୍ୟ ଚାଳଘର ନରଖିବାକୁ ଏକ ପ୍ରକାର ସଂକଳ୍ପ ନେଇଛନ୍ତି । ଏଣେ ଶାରୀରିକ ଅକ୍ଷମ ମାନଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ଗୁରୁତ୍ୱ ବି ଦେଉଛନ୍ତି । କାର୍ତ୍ତିକଙ୍କ ଠାରୁ ଯତେଷ୍ଟ ଧନୀ ଓ ଥିଲା ବାଲା ଏହି ଗାଁ ଓ ପଂଚାୟତରେ ଘର ପାଇଛନ୍ତି । ହେଲେ କାର୍ତ୍ତିକଙ୍କ ନାମ କୁଆଡେ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା (ଏସ.ଇ.ସି.ସି) ତାଲିକାରେ ନାମ ନଥିବାରୁ ଗୃହ ପ୍ରଦାନ କରାଯିବ ନାହିଁ ବୋଲି ତାଙ୍କୁ କୁହଯାଉଛି । ତେବେ ଏଭଳି ତାଲିକା କିଏ ପ୍ରସ୍ତୁତ କରିଲା, କାର୍ତ୍ତିକଙ୍କ ନାମ କିଭଳି ତାଲିକାରେ ରହିଲା ନାହିଁ ଏହା ଏକ ବଡ ଚଂଚକତା ହୋଇଥିବା ବେଳେ ଏଥିନେଇ କାର୍ତ୍ତିକ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ଚଂଚକତା କରାଯିବା କିଛି ନୂଆ କଥା ନୁହେଁ । ଏହି ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଏଭଳି ଅନିୟମିତତା ଧରାପଡିବା ପରେ ସଂପୃକ୍ତ ଗ୍ରାମସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଧର୍ମଶାଳା ବ୍ଲକରେ ଆବାସ ଯୋଜନାରେ ଦୁର୍ନିତି ନେଇ ହୋଇଥିବା ଚଂଚକତା ପାଇଁ ମାନ୍ୟବର ହାଇକୋର୍ଟ ମଧ୍ୟ ଭର୍ଚ୍ଚନା କରିଛନ୍ତି । ତେବେ କାର୍ତ୍ତିକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ  ପାଇଁ ଗତ ତା୧୨.୦୯.୨୦୧୮ ରିଖରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଧର୍ମଶାଳା ବି.ଡି.ଓଙ୍କୁ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ହେଲେ ଉଭୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ନିଦେ୍ର୍ଧଶ ଏବଂ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ଅଭିଯୋଗକୁ ଅଣଦେଖା କରି ଅଦ୍ୟାବଧି କୌଣସି ଅନୁସନ୍ଧାନ କରାନଯିବା ଏବଂ ଏଭଳି ଜଣେ ଗରୀବ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ଆବାସ ଯୋଜନାରୁ ବଂଚିତ କରାଯିବା ଷଡଯନ୍ତ୍ର ପଛରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଦେ୍ର୍ଧଶକୁ ଅନୁସାରେ ଏଥିନେଇ କୌଣସି ପ୍ରକାର ତଦନ୍ତ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ସାଧାରଣରେ ଆସ୍ଥା ନରହିବା ପାଇଁ ଧର୍ମଶାଳାରେ ଏଭଳି ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗକାରୀ ଦିବ୍ୟାଙ୍ଗ  କାର୍ତ୍ତିକ ପ୍ରଧାନ ଅଭିଯୋଗ କରିଛନ୍ତି । ଏଥିନେଇ ତଦନ୍ତ କରାଯାଇଥିଲେ ମୁଁ ନିଶ୍ଚୟ ଜାଣିଥାନ୍ତି ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାପାଳ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ କଡାକଡି ଭାବେ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରିଛନ୍ତି । ହେଲେ ବାସ୍ତବରେ ଏହା କେବଳ ଭାଷଣରେ ସୀମିତ ରହୁଥିବା ବେଳେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏଥିନେଇ ଧର୍ମଶାଳା ବି.ଡି.ଓ ଙ୍କ ମତାମତ ଲୋଡା ଯାଇଥିଲେ ମଧ୍ୟ ସେ କୌଣସି ଉତର ଦେଇ ନଥିଲେ ।

0
0
0
s2sdefault