ଯାଜପୁର./ ଜୟଶଙ୍କର ଦାଶ: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେଷଷ୍ଠଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି ଆହ୍ୱାନ କରିଛନ୍ତି । ଆଗ୍ରହୀ ବା ଇଚ୍ଛୁକ ବିଦ୍ୟାର୍ଥୀମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା www.jnvjajpur.nic.in ଓ www.navodaya.in ରେ ଆବେଦନ କରିପାରିବେ ବୋଲି ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲିର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଜଣାଇଛନ୍ତି । ଆବେଦନକାରୀ କୌଣସି ସରକାରୀ ବା ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ୩ୟ ଓ ୪ର୍ଥ ଶ୍ରେଣୀ ପଢ଼ି ପାଶ୍ କରିଥିବେ । ଯାଜପୁର ଜିଲ୍ଲାର କୌଣସି ସରକାରୀ କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ୨୦୧୮-୧୯ ବର୍ଷରେ ୫ମ ଶ୍ରେଣୀରେ ଅଧ୍ୟୟନ ରତ ରହିଥିବେ । ତାଙ୍କର ଜନ୍ମ ତା୧.୫.୨୦୦୬ରିଖ ଠାରୁ ତା୩୦.୦୪.୨୦୧୦ ରିଖ ମଧ୍ୟରେ ହୋଇଥିବା ଜରୁରୀ । ଏହି ନାମ ଲେଖା ପାଇଁ ଚୟନ ପରୀକ୍ଷା ତା୦୬.୦୪.୨୦୧୯ରିଖ ପୂର୍ବାହ୍ନ ଘ୧୧.୩୦ ରୁ ଦିବା ୧.୩୦ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ହେଡ଼କ୍ୱାର୍ଟର ଶିକ୍ଷାନୁଷ୍ଠାନ ନ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।