ହେଡଲାଇନସ୍:

ଗୋଟିଏ ଘଟଣା ଯୁବ ମାନସକୁ ଦୋହଲାଇ ଦେଲା, ଜନ୍ମ ନେଲା ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ।  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୁଅ-ବୋହୁଙ୍କ ହୃଦୟ ଏମିତି ମଣିଷପଣିଆରେ ଭରି ଦିଅନ୍ତେ କି ଭଗବାନ !!!! 

 ବରଗଡ/ଗୌରାଙ୍ଗ ଚରଣ ଦାଶ 

 ଗତ କିଛି ମାସ ତଳେ ବରଗଡ ଅଂଚଳରୁ ଜଣେ ବୁଢା ଲୋକ ଅତି ଦୟନୀୟ ଅବସ୍ଥାରେ ପଇକମାଲକୁ ଆସିଥିଲେ । ବୃଦ୍ଧ ଜଣକ ନା ତ ଠିକ ଭାବରେ ଚାଲି ପାରୁଥିଲେ ନା ଠିକ ଭାବରେ କଥା ହେଇ ପାରୁଥିଲେ । ପାଇକମାଲ ର କିଛି ଯୁବକ ବନ୍ଧୁ ବୃଦ୍ଧଙ୍କର ଏହି ଭଳି ଅବସ୍ଥା ଦେଖୁ ତାଙ୍କୁ ପଚାରି ବୁଝି ଥିଲେ ଯେ ବୃଦ୍ଧ ଙ୍କର ପୁଅ ତାଙ୍କୁ ପ୍ରଚୁର ମାଡ଼ ମାରି ଘାଇଲା କରି ଘରୁ ତଡି ଦେଇଥିଲା । ବୃଦ୍ଧ ଜଣକ ସମ୍ପୁର୍ଣ୍ଣ ନିରାଶ୍ରୟ ହେଇଯାଇଥିଲେ । ଭୋକ ଉପାସରେ ବୁଲି ବୁଲି ପାଇକମାଲକୁ ଚାଲି ଆସିଥିଲେ । ବୃଦ୍ଧଙ୍କର  ଏହି ଭଳି ଦୁର୍ଦଶା ଦେଖି ଯୁବକ ଭାଇ ମାନଂକର ମନକୁ ଖୁବ ଆଘାତ ଦେଇଥିଲା । ସେହିଦିନ ବୃଦ୍ଧଙ୍କର ସବୁ ପ୍ରକାର ସୁବିଧା କରିବା ପରେ ଯୁବକ ଭାଇ ମାନଂକର ମନରେ ଅବହେଳିତ ବେସାହାରା ବୟୋବୃଦ୍ଧମାନଙ୍କର  ସେବା ଶୁଶ୍ରୁଷା କରିବା ପାଇଁ ଏକ ବୃଦ୍ଧାଶ୍ରମ ଖୋଲିବାର ଇଛା ହେଲା । ହେଲେ ବୃଦ୍ଧାଶ୍ରମ ଖୋଲିବା ଓ ତାକୁ ପରିଚାଳନା କରିବା ଏତେ ସହଜ କଥା ନଥିଲା । ବହୁ କଷ୍ଟ ଓ ପରିଶ୍ରମ ପରେ ଆଜି ଯୁବକ ବନ୍ଧୁ ମାନେ ଏହି ବୃଦ୍ଧାଶ୍ରମଟିର ଶୁଭାରମ୍ଭ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ । 

   ବୃଦ୍ଧାଶ୍ରମ କମିଟି ର ସଭାପତି ଶ୍ରୀ ଆଶୁତୋଷ ସାହୁ , ସମ୍ପାଦକ ଶ୍ରୀ ବିନିତ କାଲିଆ , କୋଷାଧ୍ୟକ୍ଷ ଆକାଶ ପାଣିଗ୍ରାହୀ , ଉପସଭାପତି ମନୋଜ ପ୍ରଧାନ , ଡା, ସୁନୀଲ ନାଗ ,ରାଜେଶ ସା , କୃଷ୍ଣ କୁମାର ଅଗ୍ରୱାଲ ,ଆଶିଷ ରଞ୍ଜନ ଦାଶ ,ରୋହିତ ରଣା ,ଧର୍ମେନ୍ଦ୍ର ସିଂ , ଗୌତମ ସିଂ ,ରଶ୍ମି ରଞ୍ଜନ ହଂସ ,ପ୍ରମୁଖ ଙ୍କର ସେବା ମନୋଭାବ ଓ ଆପ୍ରାଣ ଉଦ୍ୟମ ରେ ଆଜି ପଇକମାଲ ରେ ଏକ ବୃଦ୍ଧାଶ୍ରମ ର ସ୍ଥାପନ ହେଇ ପାରିଛି । ଆଜି ବୃଦ୍ଧାଶ୍ରମ ର ପୂଜା ରେ ପଦ୍ମପୁର  ର ମାନ୍ୟବର ବିଧାୟକ   ଶ୍ରୀ ପ୍ରଦୀପ ପୁରୋହିତ ,ବରିଷ୍ଠ ଆଇନଜୀବୀ ଶ୍ରୀ ମନୋଜ କୁମାର ତ୍ରିବେଦୀ , ବିନୋଦ କୁମାର କାଲିଆ ,ନୀଳମଣି ପଣ୍ଡା ,ଶରତ ବଡ଼ପଣ୍ଡା ,ସନ୍ତୋଷ ପାଣିଗ୍ରାହୀ ,ଗୋବର୍ଦ୍ଧନ ଅଗ୍ରୱାଲ ,ସରୋଜ ସାମଲ ,ରମେଶ ଅଗ୍ରୱାଲ ,ଶଙ୍କର ଦାସ ,ଜନାର୍ଦନ ପଣ୍ଡା ,ପ୍ରମୁଖ ଉପସ୍ଥିତ ରହି ଯୁବକ ବନ୍ଧୁ ମାନଂକର ଏହି ମହାନ କାର୍ଯ ପାଇଁ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । ବୃଦ୍ଧାଶ୍ରମ କମିଟିର ସଭାପତି ଶ୍ରୀ ଆଶୁତୋଷ ସାହୁ ଯେଉଁ ଦାତା ମାନେ ଆର୍ଥିକ ଓ ଜିନିଷ ପତ୍ର ଦେଇ ସହଯୋଗ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଅନୁଷ୍ଠାନ କୁ ସମ୍ପୁର୍ଣ୍ଣ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି । 

 ଆଜି ପ୍ରଥମ ଦିନରେ 2 ଜଣ ମହିଳା ଓ ଜଣେ ପୁରୁଷ ଅନ୍ତେବାସୀଙ୍କୁ ମାନ୍ୟବର ବିଧାୟକ ଶ୍ରୀ ପୁରୋହିତ , ବରିଷ୍ଟ ଆଇନଜୀବୀ ଶ୍ରୀ ମନୋଜ ତ୍ରିବେଦୀ ଓ ବୃଦ୍ଧାଶ୍ରମର ସଭାପତି ଶ୍ରୀ ଆଶୁତୋଷ ସାହୁ ବେଡ଼ ପ୍ରଦାନ କରିଥିଲେ । ସେ ଯାହା ବି ହେଉ, ଆଶୁତୋଷ ସାହୁ ଓ ତାଙ୍କର ସହଯୋଗୀ ବନ୍ଧୁ ମାନଙ୍କର  କାର୍ଯକୁ ଆଜି ସାରା ଆଂଚଳରେ ଖୁବ ପ୍ରସଂଶା କରାଯାଉଛି । ଆଜିକାର ଯୁବସମାଜକୁ ଏହା ସେବାକାର୍ଯ୍ୟ ପାଇଁ ନିଶ୍ଚିତ ଭାବରେ ପ୍ରେରଣା ଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆମେ ବି ଶାସକ ପ୍ରଶାସକ ପରିବାର ପକ୍ଷରୁ ଏହି ଯୁବ ବନ୍ଧୁ ମାନଙ୍କ ମଣିଷ ପଣିଆକୁ ସାଲ୍ୟୁଟ ଜଣାଉଛୁ | ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ପାଇଁ ନେଉ ମହତ ଅଭିଯାନ ଆରମ୍ଭ ହୋଇଛି ଶାସକ ପ୍ରଶାସକ ପରିବାର ସବୁ ବେଳେ ଯୋଡି ହୋଇ ରହିବାର ପ୍ରତିଶ୍ରୁତି ଦେଉଛୁ | 

0
0
0
s2sdefault