Praralakhemundi/Balakrishna Panigrahi : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ରଙ୍ଗମଂଚ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା 'ଜିଲ୍ଲା ସ୍ତରୀୟ ସୁରଭି ୨୦୧୮' ଉଦ୍ଯାପିତ ହୋଇଯାଇଛି । ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି ମଞ୍ଚାସୀନ କରିଥିବା ବେଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ଭି ରାଓ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗି ରାଜ୍ୟ ସ୍ତରୀୟ ସୁରଭି ୨୦୧୮ ପ୍ରତିଯୋଗିତାରେ କୃତୀତ୍ୱ ହୋଇ ଜିଲ୍ଲା ପାଇଁ ଗୌରବ ଆଣିବାକୁ ସମସ୍ତ ପ୍ରତିଯୋଗିତାର ପ୍ରତିଯୋଗି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି ପ୍ରତିଯୋଗିତାରେ ବିତର୍କ, ପ୍ରବନ୍ଧ ଲିଖନ , କୁଇଜ୍, ଚିତ୍ରାଙ୍କନ, ବକୃତା,ସୃଜନଶିଳ ଲିଖନ, ହସ୍ତାକ୍ଷର ଓ ଶୃତଲିଖନ ଓ ହସ୍ତକଳା ଓ ଶିଳ୍ପ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ଅନୁଷ୍ଠିତ ହୋଇଥିଲା । ୧୦ଟି ବିଭାଗରେ ୧୭୫ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ୨୩ ଜଣ ରାଜ୍ୟ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି । ବିତର୍କ ବରିଷ୍ଠରେ ବର୍ଷାରାଣୀ ଜେନା ପ୍ରଥମ , ପ୍ରବନ୍ଧ ବରିଷ୍ଠରେ ଜସ୍ମିନ କୁମାର ବେବର୍ତ୍ତା ପ୍ରଥମ, କୁଇଜ କନିଷ୍ଠରେ ଶୁଭମଶୁଭଙ୍କର ସାହୁ, ବରିଷ୍ଠରେ ଚନ୍ଦନ ସାହୁ ପ୍ରଥମ,ଚିତ୍ରାଙ୍କନ କନିଷ୍ଠରେ ବିନି ଭୂୟାଁ, ବରିଷ୍ଠରେ ସଚିଦାନନ୍ଦ ପ୍ରଧାନ ପ୍ରଥମ , ସୃଜନଶିଳ ଲିଖନ କନିଷ୍ଠରେ କୁସୁଲିଆ, ବରିଷ୍ଠରେ ହୃଷିକେଶ ଭୂୟାଁ ପ୍ରଥମ, ବକୃତା କନିଷ୍ଠରେ ସୁମିତ ପାତ୍ର, ବରିଷ୍ଠରେ ଅମର ପାଇକ ପ୍ରଥମ, ଓଡିଆ କଣ୍ଠସଙ୍ଗୀତରେ କନିଷ୍ଠରେ ଅର୍ଚ୍ଚିତା ନାୟକ, ବରିଷ୍ଠରେ ସୌଦାମିନୀ ଶବର ପ୍ରଥମ, ଓଡିଆ ହସ୍ତାକ୍ଷର ସଶୃତଲିଖନ କନିଷ୍ଠରେ ଶୁଭମଶୁଭଙ୍କର ସାହୁ ପ୍ରଥମ, ଦିବ୍ୟାଙ୍ଗମାନଙ୍କ ପାଇଁ ଚିତ୍ରାଙ୍କନ ବରିଷ୍ଠରେ ଗୌରବ ଚନ୍ଦ୍ର ମଣ୍ଡଳ ପ୍ରଥମ ଓଡିଆ କଣ୍ଠ ସଙ୍ଗୀତ ବରିଷ୍ଠରେ ସୁଭାଗ୍ୟ ଶବର ପ୍ରଥମ ହୋଇଥିବା ବେଳେ କାଶୀନଗର ବ୍ଲକ ଅଲଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଳଗତ ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମଧ୍ୟାହ୍ନ ଭୋଜନ ସଚେତନତା ମେଳାର ହସ୍ତକଳାରେ ଗୁମ୍ମା ବ୍ଲକ ରସିକରାଜପୁରର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୀନାକ୍ଷୀ ଶବର ପ୍ରଥମ ହୋଇଥିବା ବେଳେ ଚିତ୍ରାଙ୍କନରେ ରା.ଉଦୟଗିରି ବ୍ଲକ ଛେଳିଗଡର ଓ.ଏ.ଭି ବିଦ୍ୟାଳୟର ନରେନ୍ଦ୍ର ମଲ୍ଲିକ ପ୍ରଥମ ହୋଇଥିଲେ । ଏମାନେ ସମସ୍ତେ ରାଜ୍ୟ ସ୍ତରୀୟ ସୁରଭି ୨୦୧୮ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରି ଅପରାହ୍ନରେ ଆୟୋଜିତ ଉଦ୍ଯାପନ ଉତ୍ସବର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର କୃତି ପ୍ରତିଭା ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ରମାକାନ୍ତ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅମୁଲ୍ୟ ପାଣିଗ୍ରାହୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ସୁରଭି ୨୦୧୮ ଉଦ୍ଯାପିତ : ୨୩ ଜଣ ରାଜ୍ୟ ସ୍ତରୀୟ ସୁରଭି ପାଇଁ ମନୋନୀତ
- Hits: 674