ହେଡଲାଇନସ୍:

ରାଉରକେଲାରେ ନୂତନ ହଟ ଷ୍ଟ୍ରିପ ମିଲର କମିଶନିଙ୍ଗ ଖୁବ ଶୀଘ୍ର: ସେଲ ଅଧ୍ୟକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରତିରକ୍ଷା କ୍ଷେତ୍ରକୁ ଯୋଗାଣ ସୁଦୃଢ କରିବା ନିମନ୍ତେ ଆରଏସପି ସ୍ପେଶାଲ ପ୍ଳେଟ ପ୍ଳାଣ୍ଟରେ ନୂତନ ଅତିରିକ୍ତ ହିଟ ଟ୍ରିଟମେଣ୍ଟ ଲାଇନ ଉଦଘାଟିତ 

ରାଉରକେଲା/ ସୁଶାନ୍ତ ବେହେରା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ନଭେମ୍ବର ୧୦ ତାରିଖରେ ରାଉରକେଲା ଇସ୍ପାତ କାରଖାନା ଗସ୍ତ ଅବସରରେ ଆରଏସପି ସାମୁଦାୟିକଙ୍କୁ ୬୦ ତମ ଉତ୍ପାଦନ ବର୍ଷ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି କୀର୍ତ୍ତିରାଜି ବର୍ଷର ପାଳନ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଆଧାରିତ ହେଉ । ନିଜର ଅଭିଭାଷଣରେ ସେ  ବାର୍ଷିକ ୩ ନିୟୁତ ଟନ ଉତ୍ପାଦନ କ୍ଷମତା ସମ୍ପନ୍ନ ହଟ ଷ୍ଟ୍ରିପ ମିଲର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ରୂପେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ନୂତନ ହଟ ଷ୍ଟ୍ରିପ ମିଲର ପ୍ରକଳ୍ପ ନିର୍ମାଣ  ଆସନ୍ତା ଆର୍ଥିକ ବର୍ଷର ପ୍ରାରମ୍ଭ ସୁଧା ଶେଷ ହେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ। ଏହାଦ୍ବାରା କାରଖାନାର ହଟ ରୋଲ୍ଡ ଷ୍ଟିଲ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଉନ୍ନତ ଗ୍ରେଡ ଏଚଆର କଏଲ ନିର୍ମାଣରେ ନିର୍ମାଣରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଉଚ୍ଚବର୍ଗର ଏଚଆର ଷ୍ଟିଲ ସେଗମେଣ୍ଟର ଚାହିଦା ମେଣ୍ଟାଇବା କ୍ଷେତ୍ରରେ ତଥା ଅଟୋ ଗ୍ରେଡ ଷ୍ଟିଲ ନିର୍ମାଣ କରୁଥିବା କୋଲ୍ଡ ରୋଲିଙ୍ଗ ମିଲ ଗୁଡିକୁ ଆବଶ୍ୟକତା ଅନୁଯାୟୀ ଏଚଆର କଏଲ ଯୋଗାଣରେ  ଆରଏସପିକୁ ଏହା ସହାୟତା ପ୍ରଦାନ କରିବ ।

ଗସ୍ତକାଳରେ ଶ୍ରୀ ଚୌଧରୀ  ଆରଏସପିର ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ ବିଭାଗରେ  ଅତିରିକ୍ତ ହିଟ ଟ୍ରିଟମେଣ୍ଟ ଲାଇନର ଉଦଘାଟନ କରିଥିଲେ ।ସୂଚନାଯୋଗ୍ୟ ଯେ,  ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ ଦେଶର ପ୍ରତିରକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଆବଶ୍ୟକତା ମେଣ୍ଟାଇ ଆସୁଛି ଏବଂ ସ୍ଵଦେଶୀ ପ୍ରତିରକ୍ଷା ପ୍ରକଳ୍ପ ଯଥା ଆଇଏନଏସ ବିକ୍ରାନ୍ତ, ଆଇଏନଏସ କମୋର୍ତ୍ତା ଆଦିର ନିର୍ମାଣ ନିମନ୍ତେ ସ୍ଵତନ୍ତ୍ର ମାନର ଇସ୍ପାତ ଯୋଗାଇଦେଇଛି । ସମୁଦାୟ ୧୫୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ସୁବିଧା ଏସପିପିର ହିଟ ଟ୍ରିଟମେଣ୍ଟ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ବିଭିନ୍ନ ପରିମାପର ଆବଶ୍ୟକତା ମୁତାବକ ପ୍ରତିରକ୍ଷା ଗ୍ରେଡ ସ୍ଵତନ୍ତ୍ର ଷ୍ଟିଲ ଚାହିଦା ପୂରଣରେ କାରଖାନାକୁ ସହାୟତା କରିବ । ଉପରୋକ୍ତ ଅତିରିକ୍ତ ହିଟ ଟ୍ରିଟମେଣ୍ଟ ଲାଇନରେ ବିଭିନ୍ନ ମାନର ପ୍ଳେଟ ଯଥା ସ୍ପେଡ, ଜାକେଲ, ଡ଼ିଏମଆର-୨୪୯ ଏ ଓ ବି, ସେଲ ଡବ୍ଲୁଆର-୪୦୦, ଏଏସଟିଏମ-୫୩୭ ସିଏଲ-୨, ଡ଼ିଏମଆର-୩୦୧ ଇତ୍ୟାଦିର ହିଟ ଟ୍ରିଟମେଣ୍ଟ ସମ୍ପନ୍ନ ହେବ। ବିବିଧ ଗ୍ରେଡର  ହିଟ ଟ୍ରିଟମେଣ୍ଟ ଯୁକ୍ତ ଶକ୍ତିଶାଳୀ ପ୍ଳେଟ ଉତ୍ପାଦନ ସହିତ ସ୍ପେଶାଲ ଷ୍ଟିଲ ପ୍ଳେଟ କ୍ଷେତ୍ରରେ ଆରଏସପିର ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ ଅଗ୍ରଣୀ ସ୍ଥାନ ଅକ୍ତିଆର କରିଛି । 

ଶ୍ରୀ ଚୌଧରୀ ଆହୁରି ମଧ୍ୟ କହିଥିଲେ ଯେ, କାରଖାନାର ପରିବର୍ଦ୍ଧିତ ଉତ୍ତପ୍ତ ଧାତୁ କ୍ଷମତା ମୁତାବକ ଏହାର ଇସ୍ପାତ ନିର୍ମାଣ କ୍ଷମତାରେ ମଧ୍ୟ ବୃଦ୍ଧି ଆଣିବା ଆବଶ୍ୟକ।  ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣିବା ଉପରେ ଗୁରୁତ୍ଵାରୋପ କରି ସେ କହିଥିଲେ ଯେ, ଆମେ ନିର୍ଦ୍ଧାରିତ ପରିମାଣର ଇସ୍ପାତ ନିର୍ମାଣ କରିପାରିଲେ ହିଁ, ନୂତନ ସୁବିଧା ଓ ମିଲ ଗୁଡିକରୁ ଧାର୍ଯ୍ୟ କ୍ଷମତାରେ ଉତ୍ପାଦନ ହାସଲ କରିପାରିବା। ଏକ ନୂତନ କାଷ୍ଟର-୪ର ନିର୍ମାଣ ଏବଂ ବ୍ଳାଷ୍ଟ ଫର୍ଣ୍ଣେସ-୪ର ପୂର୍ଣ୍ଣ ଉପଯୋଗ ଉପରେ ସେ ଜୋରଦେଇଥିଲେ।

ସମସ୍ତ ପ୍ଳାଣ୍ଟଗୁଡିକର ସମସ୍ତ ପ୍ରକ୍ରିୟାରେ ସୁରକ୍ଷା ବ୍ୟବସ୍ଥାଗୁଡିକର କଡାକଡି ଅନୁପାଳନ ଉପରେ ଜୋର ଦେଇ ଶ୍ରୀ ଚୌଧରୀ କହିଥିଲେ ଯେ, ଆମକୁ ପରିବେଶ ଅନୁକୂଳ ଓ ଅଧିକ ସ୍ଥାୟୀ ପ୍ରକ୍ରିୟାଗୁଡିକ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ହେବ। ଆରଏସପି ଦ୍ଵାରା ସଡକ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଏଭଳି ପ୍ରୟାସ ଉଲ୍ଲେଖନୀୟ ପାର୍ଥକ୍ୟ ଆଣିବ । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ସେଲର ପ୍ରତିବଦ୍ଧତାକୁ ଦୋହରାଇ ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବିଷୟ ଏବଂ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆରଏସପି ଆଇଜିଏଚରେ ସ୍ୱାସ୍ଥ୍ୟସୁବିଧାରେ ବ୍ୟାପକ ଉନ୍ନତିକରଣ କରୁଛି ।

କମ୍ପାନୀର ସମସ୍ତ ଏକୀକୃତ ଇସ୍ପାତ କାରଖାନା ଏବଂ ଅନ୍ୟ ୟୁନିଟ ଗୁଡିକର କର୍ମଚାରୀମାନଙ୍କ ସହିତ  ପର୍ଯ୍ୟାୟକ୍ରମେ ସଂଗଠିତ ରୂପେ ମତବିନିମୟ କରୁଥିବା ଶ୍ରୀ ଚୌଧରୀ ଆରଏସପି ଗସ୍ତ ଅବସରରେ ନବୀକୃତ ବ୍ଳାଷ୍ଟ ଫର୍ଣ୍ଣେସ-୧, ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ, ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳ ଓ ନୂତନ ପ୍ଳେଟ ମିଲ ପରିଦର୍ଶନ କରିଥିଲେ। ଶ୍ରୀ ଚୌଧରୀ ଗସ୍ତ ଅବସରରେ  ସେଲର କାର୍ମିକ ବିଭାଗର ନିର୍ଦ୍ଦେଶକ, ଶ୍ରୀ ଅତୁଲ ଶ୍ରୀବାସ୍ତବ, ବୈଷୟିକ ବିଭାଗର ନିର୍ଦ୍ଦେଶକ, ଶ୍ରୀ ହରିନନ୍ଦ ରାୟ, ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାରଙ୍କ ଗହଣରେ କାରଖାନାର ପ୍ରାୟ ୫୦୦ ଜଣ କର୍ମଚାରୀଙ୍କ ସହିତ ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ମତବିନିମୟ କରିଥିଲେ । ସୁରକ୍ଷା ସଂସ୍କୃତିକୁ ସୁଦୃଢ କରିବା ଉପରେ ସେଲ ଅଧ୍ୟକ୍ଷଙ୍କ ଗୁରୁତ୍ଵାରୋପ ଆଧାରରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସମବେତ କର୍ମଚାରୀଙ୍କୁ ସୁରକ୍ଷା ଶପଥପାଠ କରାଇଥିଲେ।    

0
0
0
s2sdefault