ହେଡଲାଇନସ୍:

ଗୋପବନ୍ଧୁ ଜ୍ୟୋତିକୁ ବିଜେଡି କାର୍ଯ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ପୁଣ୍ୟ ଜନ୍ମତିଥି ଅବସରରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ’ ସମ୍ମାନ ପ୍ରଦାନ ନିମନ୍ତେ “ଗୋପବନ୍ଧୁ ଜ୍ୟୋତିଯାତ୍ରା”ର ଭୁବନେଶ୍ୱର ପରିକ୍ରମା ଦ୍ୱିତୀୟ ଦିନରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏହା ପହଞ୍ଚିଥିଲା  । ବିଜେଡିର ଉପସ୍ଥିତ ନେତୃବୃନ୍ଦ ଏହି ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଗୋପବନ୍ଧୁଙ୍କ ଜ୍ୟୋତିକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଥିବାବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଦଳର ସାଧାରଣ ସଂପାଦକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଉତ୍ତର-ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ କହିଥିଲେ ଯେ ଓଡ଼ିଆ ଜାତି ପାଇଁ ତ୍ୟାଗର ପ୍ରତୀକ ହେଉଛନ୍ତି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କର ଜୀବନ ପରୋପକାର ପାଇଁ ଉଦ୍ଦିଷ୍ଟ ଥିଲା । ସେ ‘ସମାଜ’ର ଜନ୍ମଦାତା, ଯାହା ଏବେ ମହାଦ୍ରୁମ ପାଲଟିଲାଣି । ଗୋପବନ୍ଧୁ ଜ୍ୟୋତି କିପରି ଉକ୍ରଳମଣିଙ୍କ ସ୍ମୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିଛି, ସେ ବିଷୟରେ ଉପସ୍ଥିତ ନେତୃବୃନ୍ଦ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସାଧାରଣ ସଂପାଦକ ଯୋଗେନ୍ଦ୍ର ତି୍ରପାଠୀ, ମୁଖପାତ୍ର ତଥା ଆଇଟି ସେଲ୍‍ର ମୁଖ୍ୟ ଅମର ପଟ୍ଟନାୟକ, ରାଜ୍ୟ ସଂପାଦକ ବିଜୟ ନାୟକ, ବିରଞ୍ଚô ନାରାୟଣ ମହାସୁପକାର, ମୁଖପାତ୍ର ଡ. ସସ୍ମିତ ପାତ୍ର, ସୁଲୋଚନା ଦାସ, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ସାଧାରଣ ସଂପାଦକ ଧୃତୀ ରଞ୍ଜନ ମାର୍ଥା, ଏଲିନା ଦାସ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ମହିଳା ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ରାଜ୍ୟ ଉପ-ସଭାନେତ୍ରୀ ସଂଯୁକ୍ତା ମହଲ, ସଂଯୁକ୍ତା ମହାନ୍ତି ପ୍ରମୁଖ ଜ୍ୟୋତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

 

0
0
0
s2sdefault