ହେଡଲାଇନସ୍:

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ନଭେମ୍ବର ୧୦ : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଦକ୍ଷିଣ-ପୂର୍ବ ବଂଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର । 

ଅନୁକୂଳ ପରିସ୍ଥିତି ଉପଲବ୍ଧ ହେବା ସହ ସମୁଦ୍ରର ତାପମାତ୍ରା ୨୮-୩୦ ଡିଗ୍ରୀ ସେଂଟିଗ୍ରେଡ୍, ପବନର ବେଗ ୫-୧୫ ନଟ୍ ଏବଂ ଉପରସ୍ତରରେ ଆଂଟି ସାଇକ୍ଲୋନିକ୍ ଫ୍ଲୋ ରହିଥିବା ଯୋଗୁଁ ଏହି ଅବପାତ ପରବର୍ତୀ ସମୟରେ ଘୁର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସିଇସି ନିଦେ୍ର୍ଧଶକ ଡ. ଶରତ ଚନ୍ଦ୍ର ସାହୁ । 

ପ୍ରଥମ ପର୍ଯ୍ୟାୟରେ ଏହି ଅବପାତ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ପର୍ଯ୍ୟାୟରେ ଏହାର ଦିଗ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ମୁହାଁ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି । 

ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳ ଅଂଚଳର କେତେକ ସ୍ଥାନରେ ନଭେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି । 

ଉତର-ପଶ୍ଚିମ ବା ଉତର ଦିଗରେ ପବନ ବହିବା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି । 

 

0
0
0
s2sdefault