ହେଡଲାଇନସ୍:

"ଆଇନ ସାକ୍ଷରତା ଅନ୍ଧ ବିଶ୍ୱାସ  ଦୂରୀକରଣରେ ଉପଯୋଗୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତିରେ ଜାତୀୟ ଆଇନ ସେବା ଦିବସ ପାଳିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟ, ପଦ୍ମପୁର, ଗୁମ୍ମାବ୍ଲକ, ଗଜପତି ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୁପେ ଜିଲ୍ଲା ଦୌରାଜଜ୍‍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଦୁର୍ଗା ଶଙ୍କର ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍‍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ  ସାଧାରଣ ଜୀବନରେ କିପରି ଭାବେ ଆଇନ ଅଙ୍ଗାଙ୍ଗୀ ଭାବେ ଜଡିତ ଏବଂ ପ୍ରତ୍ୟେକ ବ୍ୟକ୍ତ ତୃଣମୁଳ ସ୍ତରରୁ ସାଧାରଣ ଆଇନ ବିଷୟରେ ଅବଗତ ହେବା ଜରୁରୀ ବୋଲି ଦର୍ଶାଇ ଥିଲେ । ଏହି ପରିପ୍ରେକ୍ଷିରେ ସେ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ, ଆଇନର ବିଭିନ୍ନ ଧାରା ଏବଂ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ଏବଂ ଏହାର ବ୍ୟବହାର ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ । ଜିଲ୍ଲାବାସୀଙ୍କ ନିକଟରେ ସୁବିଧାରେ ଆଇନ ସେବା ପହଞ୍ଚାଇବା ପାଇଁ ପ୍ରାଧିକରଣ ସର୍ବଦା ତପùର ବୋଲି କହିଥିଲେ । ସମ୍ମାନିତ ଅତିଥି ରୁପେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଶ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଦଣ୍ଡାଧିକାରୀ ଶ୍ରୀ ରାଜେଶ ଦାଶ, ଗଜପତି ଜିଲ୍ଲା କୋର୍ଟ ରେଜିଷ୍ଟାର ଶ୍ରୀ ସର୍ବେଶ୍ୱର ଦାଶ, ଉପଖଣ୍ଡୀୟ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ମଳୟ କୁମାର ପ୍ରଧାନ ଉପସ୍ଥିତ ଥିଲେ । ପ୍ରାଧିକରଣର ସଚିବ ସୁଶ୍ରୀ ଦୀପା ଦାସ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ୱ, ପ୍ରାଧିକରଣ ଦ୍ୱାରା ଉଦ୍ଦିଷ୍ଟ ମାଗଣା ଆଇନ ସେବା ଏବଂ କେଉଁ ମାନେ ମାଗଣା ଆଇନ ସେବା ପାଇବା ପାଇଁ ଯୋଗ୍ୟ ସେ ବିଷୟରେ ମତ ଉପସ୍ଥାପିତ କରିଥିଲେ । ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ପୀଡିତ, ପୀଡିତା ମାନଙ୍କୁ କ୍ଷତିପୁରଣ ରାଶି ପ୍ରଦାନ ଯୋଜନା ବା ଭିକ୍‍ଟମ କମ୍ପେନସେସ୍ୱନ ସ୍କିମ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ସାମ୍ମୁଖ୍ୟ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ମଧ୍ୟସ୍ତତା କେନ୍ଦ୍ର ଓ ସମ୍ମୁଖ କାର୍ଯ୍ୟାଳୟ ବା ଫ୍ରଣ୍ଡ ଅଫିସର କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଶେଷରେ ମହିଳାମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ଓ ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ସଚେତନତା ଶିବିରରେ ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଓ ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଶ୍ରୀ ରବିନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ବ୍ୟକ୍ତ କରିଥିଲେ । ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଧିକରଣ କର୍ମଚାରୀ ଓ ମହାବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault