ହେଡଲାଇନସ୍:

୩୦୦ରୁ ଅଧିକ  ଠିକା ଶ୍ରମିକ ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘ ଛାଡ଼ିଲେ ଓ ଫେରୋକ୍ରୋମ୍ ୱାର୍କରସ୍ ୟୁନିୟନରେ ଯୋଗ ଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ୟାସନଗର (ସୁବାସ ନାୟକ)  ଶୁକ୍ରବାର ଯାଜପୁରରୋଡ଼ସ୍ଥିତ ଫେରୋକ୍ରୋମ ଆଲୱେଜ (ଇଫିକଲ୍) କାରଖାନାରେ ଠିକା ଶ୍ରମିକମାନଙ୍କର ବୋନସ୍ , ପୂଜା ଉପହାର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ବୀମା କମ୍ପାନୀ କର୍ତ୍ତୁପକ୍ଷଙ୍କ ଖାତାରେ ଦୀର୍ଘ ୪୦ବର୍ଷ ଧରି ଦାଖଲ ହୋଇ ଆସୁଥିଲେ ହେଁ କେତେକ ଅସାଧୁ ୟୁନିୟନ କର୍ମକର୍ତ୍ତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ କେତେକ ବ୍ୟତିକ୍ରମ ଦେଖାଦେଇଥିବାବେଳେ କମ୍ପାନୀ କର୍ତ୍ତୁପକ୍ଷ ଚାଲାଖ କରି ଟେଣ୍ଡର ଘୋଷଣା କରିବା, ଏ ସମସ୍ତ ଅର୍ଥକୁ ଠିକାଦାରଙ୍କ ଜରିଆରେ ଦାଖଲ କରିବା ପ୍ରୟାସକୁ ବିରୋଧ କରି ୩୦୦ରୁ  ଅଧିକ  ଶ୍ରମିକ କର୍ମଚାରୀ ଗତ ତା ୩/୧୧/୨୦୧୮ ରିଖରେ ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘରୁ ଇସ୍ତଫା ଦେଇ ଏଠାକାର ସର୍ବପୁରାତନ ଫେରୋକ୍ରୋମ୍ ୱାର୍କରସ ୟୁନିୟନର ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ , ଆଇ.ଏନ.ଟି.ୟୁ.ସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଓ ଜିଲ୍ଲା ସାଧାରଣ ସଂପାଦକ ନୃସିଂହ ଚରଣ ପହିଙ୍କ ଉପସ୍ଥିତିରେ ଯୋଗ ଦେଲେ । ଏତଦ୍ ବ୍ୟତୀତ ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘର କାର୍ଯ୍ୟକାରୀ କମିଟିରୁ ସର୍ବଶ୍ରୀ କାର୍ତ୍ତିକ ଦାସ, ଭଗବାନ ଦାସ, ରମାକାନ୍ତ ଦାସ, ନାଗରୀ ଦେଇଙ୍କ ସମେତ ୨୩ଜଣଙ୍କ ଇସ୍ତଫା ପତ୍ର ସଂଘର ସଭାପତିଙ୍କୁ ଜଣାଇ ଦିଆଯାଇଅଛି । ଏଠାରେ ସୂଚନାଯୋଗ୍ୟ କମ୍ପାନୀ କର୍ତ୍ତୁପକ୍ଷଙ୍କ ଏତାଦୃଶ ଶ୍ରମିକ ବିରୋଧି କାର୍ଯ୍ୟ ପ୍ରତିବାଦରେ ଠିକାଶ୍ରମିକମାନେ ପ୍ରତ୍ୟେକ ଦିନ ଗେଟ୍ ସମ୍ମୁଖରେ ପ୍ରତିବାଦ ସଭାମାନ ଆୟୋଜିତ କରିବାକୁ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି  । ଆଇ.ଏନ.ଟି.ୟୁ.ସିର ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଓ ସାଧାରଣ ସଂପାଦକ ଶ୍ରୀ ପହିଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଫେରୋକ୍ରୋମ୍ ୱାର୍କରସ୍ ୟୁନିୟନର ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ୩୦୦ ଶ୍ରମିକଙ୍କ ସଭ୍ୟପଦକୁ ଗ୍ରହଣ କରି ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ କମ୍ପାନୀ କର୍ତ୍ତୁପଙ୍କଙ୍କୁ ଦାବି ଆକାରରେ ଜଣାଇଛନ୍ତି । 

 

0
0
0
s2sdefault