ହେଡଲାଇନସ୍:

କର୍କଟ ରୋଗରେ ପୀଡ଼ିତା ପ୍ରିୟଙ୍କା ସାହୁକୁ ସହଯୋଗର ହାତ ବଢାଇଲା ଗାଇସିଲେଟ ୟୁଥ କ୍ଲବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/କେଦାର ନାଥ ସାହୁ: ଆଜିବି ସମାଜର ଲୋକଙ୍କ ମଧ୍ୟରେ ରହିଛି ମାନବିକତା।ଏବେ ମଧ୍ୟ କଳିଯୁଗର ମଣିଷ ଭିତରେ ଅନ୍ୟର ଦୁଃଖରେ ଦୁଃଖୀ ହେଲାପରି ସମାଜସେବୀ ଥିବାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳୁଛି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ।ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ବଇଦପାଲି ଗ୍ରାମର କର୍କଟ ରୋଗରେ ଆକ୍ରାନ୍ତ ୮ବର୍ଷର ବାଳିକା ପ୍ରିୟଙ୍କା ସାହୁକୁ ସହଯୋଗର ହାତ ବଢେଇଛି ଗାଇସିଲେଟ ୟୁତ କ୍ଲବ । ଗଣମାଧ୍ୟମରେ ପ୍ରିୟଙ୍କା ସାହୁର ରୋଗ ବିଷୟରେ ଗଣମାଧ୍ୟମରେ ଖବର ପ୍ରଚାର ହେବାପରେ ଗାଇସିଲେଟ ୟୁଥ  କ୍ଲବର ଉପସଭାପତି ରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ପ୍ରଥମେ କ୍ଲବ ତରଫରୁ ଗାଇସିଲେଟର ଗ୍ରାମଦେବୀ ମାଁ ବହଳତଲିଏନଙ୍କ ମନ୍ଦିରରେ ପ୍ରିୟଙ୍କାର ଶିଘ୍ର ଆରୋଗ୍ଯ କାମନାକରି ପୂଜା କରିଥିଲେ ।ପରେ କ୍ଲବର ଉପସଭାପତି ଶ୍ରୀ ପଣ୍ଡା, ସମ୍ପାଦକ ସାସ୍ବତ ଯୋଶୀ,କୋଷାଧ୍ୟକ୍ଷ ଅଜୟ ଦାସ ସମେତ କ୍ଲବର ସଦସ୍ୟ ସୁବ୍ରତ ଯୋଶୀ,ଆକାଶ ପାଣିଗ୍ରାହୀ ଏବଂ ବ୍ରଜ ସାହୁ ଗାଇସିଲେଟର ବଣିକ ସଂଘ ଓ ଗାଇସିଲେଟ ଅଞ୍ଚଳବାସୀଙ୍କ ଠାରୁ ପ୍ରିୟଙ୍କା ପାଇଁ  କିଛି ସହଯୋଗ ରାଶି ଆଦାୟ କରିଛନ୍ତି ।

ସୂଚନା ଥାଉକି ପ୍ରିୟଙ୍କା (୮ବର୍ଷ) ଏକ ଗରିବ ଟିଭି ମେକାନିକର ଝିଅ  ଅଟେ | ସେ ବର୍ଷେହେଲା କର୍କଟ ରୋଗରେ ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାପଡିଲା | ତାର ଡାହାଣ ଆଖିରେ ମାସଂ ବୃଦ୍ଧି ହେଉଥିବାର ଚିକିତ୍ସା ପରେ ଡାକ୍ତରଙ୍କଠୁ ଜାଣିବାପରେ ପରିବାରଲୋକେ ଅର୍ଥର ବାଧକତାଯୋଗୁଁ ସମସ୍ୟାରେ ପଡିଥିଲେ  । ମୂଖ୍ୟ ମନ୍ତ୍ରୀଙ୍କୁ   ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ଜଣେଇବା ପରେ ସେ ପାଞ୍ଚ ଦିନ ହେଲା ଚିକିତ୍ସା ପାଇଁ  ମୁମ୍ବାଇ ଟାଟାମେମୋରିଏଲ ଡାକ୍ତରଖାନା ପରିବାରଲୋକଙ୍କ ସହ ଯାଇଛନ୍ତି । ସେଠାରେ ଡାକ୍ତର ପ୍ରିୟଙ୍କାର ଚାରିଗୋଟି ପରୀକ୍ଷା ପରେ ଅସ୍ତ୍ରୋପଚାର ହେବ ବୋଲି ପରାମର୍ଶ ଦେଇଥିବାର ସୂଚନା ମିଳିଛି ।

0
0
0
s2sdefault