ହେଡଲାଇନସ୍:

ପୋଲିସ୍ - ଓକିଲ ବିବାଦ : ଶୁଣାଣୀ ସୋମବାରକୁ ଘୁଞ୍ଚିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡିଜିଙ୍କ ସହ କଥା ହେବାକୁ ବାର ଆସୋସିଏସନ ରାଜି 

ଭୁବନେଶ୍ୱର : ପୋଲିସ୍ - ଓକିଲ ବିବାଦ ମାମଲାର ଶୁଣାଣୀ ସୋମବାରକୁ ଘଞ୍ଚିଛି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ହାଇକୋର୍ଟ ସୋମବାରକୁ ଶୁଣାଣୀ ଘଞ୍ଚାଇଛନ୍ତି । ଅପରପକ୍ଷରେ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଆଉ ୬ ସପ୍ତାହ ସମୟ ମାଗିଥିବା ବେଳେ ହାଇକୋର୍ଟ ଅଧିକ ସମୟ ଦେବାକୁ ରୋକ୍ ଠୋକ୍ ମନା କରିଛନ୍ତି । ସେହିପରି ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବା ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଅପରପକ୍ଷରେ ଉଭୟ ସଂଘ ମଧ୍ୟରେ ସସସ୍ୟାର ସମାଧାନ ନେଇ ପୋଲିସ ମହାନିର୍ଦ୍ଦେଶକ ଦେଇଥିବା ପ୍ରସ୍ତାବକୁ ବାର୍ ଅ ।ସୋସିଏସନ୍ ଗ୍ରହଣ କରିଛି । ବାର ଅ ।ସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ସେମାନେ ଡିଜିପିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା କରାଗଲେ ସେମାନେ ସେଠାକୁ ଯିବେ । ଶୁକ୍ରବାର ଅନୁଷ୍ଠିତ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ହୋଇଛି । ସେହିପରି ପରବର୍ତ୍ତୀ ପଦକ୍ଷେପ ପାଇଁ ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ । 

ଶୁକ୍ରବାର ଦିନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍ ଜାଭେରି ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତଦନ୍ତ ଲାଗି ଅଧିକ ସମୟ ଦେବାକୁ କ୍ରାଇମବ୍ରାଞ୍ଚକୁ ମନା କରିବା ସହ ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣି ଲାଗି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମାମଲା ହାଇକୋର୍ଟଙ୍କ ବିଚାରଧୀନ ଥିବାବେଳେ କିଭଳି ଅଭିଯକ୍ତ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ତାହା ପ୍ରଶ୍ନ କରି ଅସନ୍ତୋଷ ଜାହିର କରିଥିଲେ ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଠ ୨୮ ତାରିଖରେ କଟକରେ ଓକିଲଙ୍କ ଉପରେ ପୋଲିସର ଆକ୍ରମଣ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ନଭେମ୍ବର ୯ ତାରିଖ ସୁଦ୍ଧା ରିପୋର୍ଟ ଦେବା ଲାଗି ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ତଦନ୍ତ ଲାଗି ନିର୍ଦ୍ଦେଶ ଜାରି କରିଥିଲେ ।

0
0
0
s2sdefault