ହେଡଲାଇନସ୍:

ଗୋ ସୁରକ୍ଷା ପାଇଁ ଜେଲ ଯାଇଥିବା ରବିଙ୍କୁ ଜିଲ୍ଲା ପଶୁ କଲ୍ୟାଣ ଦାୟିତ୍ୱ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣୁପୁରରୁ  ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ରାହ୍ମଣ ସାହିର ରବି ଆଚାରି ଜିଲ୍ଲା ପଶୁ କଲ୍ୟାଣ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାର ଙ୍କ ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ତରଫରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ର ସମ୍ପାଦିକା ଡ଼. ନିଲମ ଵାଲା ନୂଆଦିଲ୍ଲୀରେ ଆୟୋଜିତ ଏକ କର୍ମଶାଳାରେ ଏହି ନିଯୁକ୍ତି ଦେଇଛନ୍ତି । ରବି ଆଚାରି ଙ୍କୁ ଏହି ନିଯୁକ୍ତି ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ରବି ଆଚାରି ଗୁଣପୁର ସହ ରାୟଗଡା ଜିଲ୍ଲାରେ ଗୋ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ଏଥି ପାଇଁ ରବି ଙ୍କୁ ଜେଲ ଯିବାକୁ ମଧ୍ୟ ପଡିଥିଲା ।

0
0
0
s2sdefault