ହେଡଲାଇନସ୍:

ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଶ୍ୟାମାପ୍ରସାଦ : ବାଚସ୍ପତି ଶ୍ରୀମତୀ ପାଢ଼ୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଳିଦାନ ଦିବସରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

  •  କଳିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଥିଲେ

  •  ଶିଳ୍ପନୀତି ଓ ଗ୍ରାମାଞ୍ଚଳ ଅର୍ଥନୀତିର ଥିଲେ ଉଦ୍ଗାତା

  •  ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଥିଲେ

ଭୁବନେଶ୍ୱର: ଜଣେ ଶିକ୍ଷାବିତ୍, ସଂସ୍କୃତି ଗବେଷକ, ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଭାବରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବରେ ଆଦୃତ ହେଉଥିବେ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତିା ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମ&ୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଭାବରେ ଶ୍ୟାମାପ୍ରସାଦଙ୍କୁ ଅଭିହିତ କରିଛନ୍ତିା
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଶ୍ୟାମାପ୍ରସାଦ ଇତିହାସ, ସଂସ୍କୃତି ଓ ପୁରାତତ୍ତ୍ୱ ଉପରେ ଗଭୀର ନିଷ୍ଠା ରଖିଥିଲେ ଓ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବରେ ଆସୀନ ହୋଇଥିଲୋ ମାଟି ଓ ଭାଷା ପ୍ରତି ତାଙ୍କର ମମତ୍ୱବୋଧ ହେତୁ ସେ ପଶ୍ଚିମ ବଙ୍ଗ ରାଜ୍ୟ ପ୍ରତିଷ୍ଠାର ଜନକ ଭାବରେ ପରିଚିତ ହୋଇଛନ୍ତିା ମହାତ୍ମା ଗାନ୍ଧୀଙ୍କ ଭାଷାରେ ମଦନ ମୋହନ ମାଲବ୍ୟଙ୍କ ପରେ ହିନ୍ଦୁମାନଙ୍କର ନେତୃତ୍ୱ ନେବାରେ ଶ୍ୟାମାପ୍ରସାଦ ଥିଲେ ଅଗ୍ରଗଣ୍ୟା ୧୯୨୯ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ୟାମାପ୍ରସାଦ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଜାତୀୟ ଶିଳ୍ପନୀତିର କର୍ଣ୍ଣଧାର ଥିଲୋ ଶ୍ରମ ଓ ପୁଞ୍ଜି ମଧ୍ୟରେ ଲାଭାଂଶର ସମବଣ୍ଟନ, ଗ୍ରାମାଞ୍ଚଳର ଅର୍ଥନୀତି ଓ ଭିତ୍ତିଭୂମିର ଦୃଢ଼ୀକରଣ କ୍ରମେ ସହର ଓ ଗ୍ରାମ ମଧ୍ୟରେ ଦୂରତ୍ୱ ହ୍ରାସ ନିମନ୍ତେ ସେ ଆନ୍ତରିକ ଉଦ୍ୟମ କରିଥିଲେ ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଛନ୍ତିା
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଶ୍ୟାମାପ୍ରସାଦଙ୍କୁ ସାଂସ୍କୃତିକ ରାଷ୍ଟ୍ରବାଦ ଓ ଜାତୀୟତାର ଉଦ୍ଘୋଷକ ଭାବରେ ବର୍ଣ୍ଣନା କରିଥିଲୋ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ କାଶ୍ମୀର ପରିପ୍ରେକ୍ଷୀରେ ଦେଶରେ ଦୁଇଟ ବିଧାନ ଚଳିବ ନାହିଁ ବୋଲି ଘୋଷଣା କରି ଶ୍ୟାମାପ୍ରସାଦ ଦେଶର ଏକତା ଓ ସାର୍ବଭୌମତ୍ୱ ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଥିଲୋ ଦେଶର ଅନିଷ୍ଟ କରୁଥିବା ନୀତିର ବିରୋଧ କରି ସେ ରାଜନୈତିକ ଦୃଷ୍ଟିରୁ ଆକ୍ରୋଶର ଶିକାର ହୋଇମଧ୍ୟ ନିଜ ରାଜନୈତିକ ଆଦର୍ଶରେ ଅଟଳ ଥିଲୋ
ମୁଖ୍ୟବକ୍ତା ଭାବେ ଯୋଗଦେଇ ଗବେଷକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଐତିହାସିକ ଘଟଣାକ୍ରମର ବିସ୍ତୃତ ବିବରଣୀ ଦେଇ କହିଲେ ଯେ ୧୯୪୭ରେ ବଙ୍ଗ ବିଭାଜନ ଦୃଷ୍ଟିରୁ ଧର୍ମମତ ଆଧାରରେ ପଶ୍ଚିମବଙ୍ଗ ପ୍ରଦେଶର ଗଠନରେ ଶ୍ୟାମାପ୍ରସାଦଙ୍କ ଅବଦାନ ଅତୁଳନୀୟା ନେହେରୁଙ୍କ ସରକାରରେ ଶ୍ୟାମାପ୍ରସାଦ ବିରୋଧୀ ଦଳଗୁଡ଼ିକର ଅଘୋଷିତ ନେତା ଥିଲୋ ରୋଚକ ତଥ୍ୟ ଦେଇ ପ୍ରଫେସର ମଲ୍ଲିକ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ଶ୍ୟାମାପ୍ରସାଦଙ୍କ ପିତା ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଗୃହଶିକ୍ଷକ ଭାବରେ କାର୍ଯ୍ୟ କରିଥିଲୋ ୧୯୪୮ରେ ମଧୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ୟାମାପ୍ରସାଦ ମଧୁବାବୁଙ୍କ ସ୍ମ&ୃତିରେ "ମାଇଁ ଇମ୍ପ୍ରେସନ୍' ଶୀର୍ଷକ ଆଲେଖ ଲେଖିଥିଲେ ଏବଂ ସେହି ଆଲେଖ ସେତେବେଳେ "ଉତ୍କଳ ପ୍ରସଙ୍ଗ' ପତି୍ରକାରେ ପ୍ରକାଶିତ ହୋଇଥିଲାା
କାର୍ଯ୍ୟକ୍ରମରେ ପୌରୋହତ୍ୟ କରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ କ୍ରମେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲୋ ଅତିଥିମାନେ ପ୍ରାରମ୍ଭରେ ଶ୍ୟାମାପ୍ରସାଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲୋ ତନୟା ଦାସଗୋସ୍ୱାମୀଙ୍କ ନେତୃତ୍ୱରେ "ଶାଶ୍ୱତୀ ସାମାଜିକ ସାଂସ୍କୃତିକ' କେନ୍ଦ୍ରର ଶିଳ୍ପୀମାନେ ଶ୍ୟାମାପ୍ରସାଦଙ୍କ ଜୀବନୀ ଆଧାରିତ ସ୍ୱାଗତ ଗୀତିକା ପରିବେଷଣ କରିଥିବାବେଳେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜର୍ୀ ଫାଉଣ୍ଡେସନ୍ର ସଭାପତି ଶ୍ରୀ ଭୂବନାନନ୍ଦ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲୋ ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲୋ ଏହି କାର୍ଯ୍ୟକ୍ରମରେ ଏକାଧିକ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ଲେଖକ-ସାହିତି୍ୟକ, ଶିକ୍ଷାବିତ୍ ଓ ସଂଗଠକ ଉପସ୍ଥିତ ରହି ଶ୍ୟାମାପ୍ରସାଦଙ୍କୁ ଭକ୍ତିନିବେଦନ କରିଥିଲୋ

0
0
0
s2sdefault