ହେଡଲାଇନସ୍:

ଭଞ୍ଜନଗର ବ୍ଲକ୍ ରେ ଉଚ୍ଚ ସଫଳ ଦଶମଶ୍ରେଣୀ ଛାତ୍ର ଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରକାଶ ପାଇଛି ଦଶମ ଶ୍ରେଣୀ ୨୦୨୪ ପରୀକ୍ଷା ଫଳ। ମେ ମାସ ରବିବାର ମଧ୍ୟାହ୍ନ ସମୟରେ ପ୍ରକାଶ ପାଇଥିବା ଦଶମ ପରିକ୍ଷା ଫଳରେ ଭଞ୍ଜନଗର ଅଞ୍ଚଳର ଅନେକ ସ୍କୁଲରେ ଶତ ପ୍ରତିଶତ ପରୀକ୍ଷାର୍ଥି ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି।

ଏଥିପାଇଁ ବିଦ୍ୟାଳୟରେ ଖୁସୀର ଲହରୀ ଖେଳି ଯାଇଛି। ଭଞ୍ଜନଗର ବ୍ଳକର ୧୩ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ରେ ପାସ୍ କରିଛନ୍ତି। ସରସ୍ବତୀ ଶିଶୁ ମନ୍ଦିରର ୧୪୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥି ମଧ୍ୟରୁ ୬ ଜଣ ଏ୧ ପାଇଛନ୍ତି। ସେମାନେ ହେଲେ ପୟୋଧାରା ପ୍ରଧାନ(୫୫୨ମାର୍କ),ଆଶୁତୋଷ ପ୍ରଧାନ(୫୫୨),ସେହ୍ନାଲିସା ମିଶ୍ର(୫୪୯),ସୁନୀଲ କୁମାର ପାଣିଗ୍ରାହୀ(୫୪୭),ସାଇସ୍ମୃତି ପ୍ରଧାନ(୫୪୩),ପଦ୍ମେଶ କୁମାର ହୋତା(୫୪୦)। ସେହିପରି ଭଞ୍ଜନଗର ର ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଏ୧ରେ ପାସ୍ କରିଛନ୍ତି। ସେମାନେ ହେଲେ, ମୋନାଲିସା ରଥ(୫୫୨),ଆଲିସାରାଣୀ ଗୌଡ(୫୫୨),ସ୍ମୃତିରାଣୀ ସାହୁ(୫୫୨),ଖୁସି ରଣା(୫୫୨),ଅର୍ପିତା ସାହୁ(୫୪୮) ମାର୍କ ରଖିଛନ୍ତି। ସେହିପରି କୁଲାଡ କବିସମ୍ରାଟ ବିଦ୍ୟାପୀଠର ଅର୍ଯ୍ୟାନ୍ ମିଶ୍ର(୫୪୦) ଏବଂ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ରୋହନ ଖାଡଙ୍ଗା(୫୪୦) ଏ ୧ ଗ୍ରେଡ୍ ରେ ସଫଳତା କରିଛନ୍ତି।

0
0
0
s2sdefault