ହେଡଲାଇନସ୍:

ଦୁଇଗୁଣା ବିକାଶ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବା, ସମ୍ବଲପୁରକୁ ୧ ନମ୍ବର କରିବା – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରେ ଘରକୁ ଘର ବୁଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

  • • ବରେଇପାଲି ଓ ମୁଦିପଡାରେ ମୋଦୀ ଗ୍ୟାରଣ୍ଟି ଏବଂ ବିଜେପିର ସଂକଳ୍ପ ପତ୍ର ବିତରଣ କଲେ

  • • ସମ୍ବଲପୁରର ଲୋକମାନେ ମୋ ସହ ଅଛନ୍ତି, ମୋତେ ଗାଳିବନ୍ଦ କଲେ କିଛି ପ୍ରାର୍ଥକ୍ୟ ପଡେ ନାହିଁ

  • • ବିଜେପି ଆସିଲେ ଏସଏଚଜି କାର୍ଯ୍ୟକ୍ରମ ବନ୍ଦ କରିଦେବେ ବୋଲି ମିଛ ପ୍ରଚାର କରୁଛନ୍ତି, ଏସଏଚଜି ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ

  • • ବିଜେପିରେ ସାମିଲ ହେଲେ ଦେବଗଡ଼ ଜିଲ୍ଲା ବିଜେଡି ଉପସଭାପତି ମଦନମୋହନ ପ୍ରଧାନ

ସମ୍ବଲପୁର, ମଇ ୧୨ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ବରେଇପାଲି ଓ ମୁଦିପଡା ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁର ସମେତ ଓଡ଼ିଶାରେ ଦୁଇଗୁଣା ବିକାଶ କରି ଏକ ନମ୍ବର କରିବା ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Imageଶ୍ରୀ ପ୍ରଧାନ ଆଜି ବରେଇପାଲି ଓ ମୁଦିପଡାରେ ଘର ଘର ବୁଲି ଆଶୀର୍ବାଦ ନେବା ସହ ଲୋକମାନଙ୍କୁ ମୋଦୀ ଗ୍ୟାରଣ୍ଟି ଏବଂ ବିଜେପିର ସଂକଳ୍ପ ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ସେ କହିଛନ୍ତି ରାଜ୍ୟରେ ବିଜେପି ସରକାର ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଦିଆଯିବା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ ।

ଅପରପକ୍ଷରେ ଯେଉଁମାନେ ଦୀର୍ଘ ସମୟ ଧରି ଶାସନରେ ରହିଲେ, ସେମାନେ କିଛି କାମ କରିନାହାନ୍ତି । ଏଠାରେ ପିଇବା ପାଇଁ ବିଶୁଦ୍ଧ ପାଣି ମୁନ୍ଦିଏ ନାହିଁ । ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ । ଯୁବକ ଯୁବତୀ ମାନଙ୍କୁ ରୋଜଗାର ମିଳୁନାହିଁ । ବିଜେପି ସରକାରକୁ ଆସିଲେ ଏସଏଚଜି କାର୍ଯ୍ୟକ୍ରମ ବନ୍ଦ କରିଦେବେ ବୋଲି ବିଜେଡି ମିଛ ପ୍ରଚାର କରୁଛି । ଏସଏଚଜି ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ । ତାଙ୍କୁ ବ୍ୟାଙ୍କରୁ ଋଣ ଦେବାର ଦାୟିତ୍ୱ ମୋଦୀ ନେଇଛନ୍ତି । ସମ୍ବଲପୁରର ସବୁ ବର୍ଗର ଲୋକମାନେ ମୋ ସହ ଅଛନ୍ତି, ମୋତେ ଗାଳିବନ୍ଦ କଲେ କିଛି ପ୍ରାର୍ଥକ୍ୟ ପଡେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Imageଏହାବ୍ୟତିତ ସମ୍ବଲପୁରରରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଦେବଗଡ଼ ଜିଲ୍ଲା ବିଜେଡି ଉପସଭାପତି ମଦନମୋହନ ପ୍ରଧାନ, ସମିତି ସଦସ୍ୟା ରେଣୁବାଳା ପ୍ରଧାନ, ବିଜୁ ଯୁବ ଜନତା ଦଳର ନେତା ପଙ୍କଜ ସାହୁ ଯୋଗଦେଇଥିଲେ । ସେ କହିଥିଲେ ବିଜେପି ପ୍ରତି ଲୋକଙ୍କ ଆସ୍ଥା, ଦାୟିତ୍ୱ ତଥା ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ସହଯୋଗରେ ହିଁ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହେବ ।

ଏହି ସମସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ସାମିଲ ହୋଇଥିଲେ ।

0
0
0
s2sdefault