ହେଡଲାଇନସ୍:

ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ଅକ୍ଷୟ ତୃତୀୟା’ରେ ସମ୍ବଲପୁରରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ

  • • ଓଡ଼ିଶା ସମେତ ଭାରତର ଚାଷୀ ମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ

  • • ଚାଷ ଜମିରେ ଭଲ ଫସଲ ହେବା ସହ ଚାଷୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କଲେ

  • • ଆଜିର ଦିନରେ ମହାପ୍ରଭୁଙ୍କ ରଥ ତିଆରି କାମ ଓ ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି

  • • ଶରଧାପାଲି ଠାରେ ପଦଯାତ୍ରାରେ ସାମିଲ ହୋଇ ବିଜେପିକୁ ଭୋଟ ଦେବାକୁ ନିବେଦନ କଲେ

  • • ଭଗବାନ ପର୍ଶୁରାମଙ୍କ ଜୟନ୍ତୀରେ ‘ହରି ଓମ୍ ବାବା ଗୋଶାଳା’ ପରିସରରେ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିବା ସହ ଗୋମାତାଙ୍କ ସେବା କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର, ମଇ ୧୦ – କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିବା ସହ ଧାନ ବୁଣିଛନ୍ତି ।

Imageଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ‘ଅକ୍ଷୟ ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଆ ପରମ୍ପରାରେ ଆଜି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭ ଦିନ । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ । ଆଗାମୀ ଦିନ ମାନଙ୍କରେ ଆମ ରାଜ୍ୟ ଓଡ଼ିଶା ଦେଶରେ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ । ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ । ଓଡ଼ିଆ ଲୋକଙ୍କ ଜୀବନ ସୁଖମୟ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା । ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇ ମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Imageଏହି ଅବସରରରେ କେନ୍ଦ୍ରମନ୍ତ୍ରୀ ଶରଧାପାଲି ଠାରେ ପଦଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି ଦେଶରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରରେ ‘ହରି ଓମ୍ ବାବା ଗୋଶାଳା’ ପରିସରରେ ଗୋମାତାଙ୍କ ସେବା କରିବା ସହ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିଥିଲେ । ଗୋମାତାଙ୍କ ସେବା କଲେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ ।

ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault