ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଅକ୍ଷୟ ତୃତୀୟା ପର୍ବ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ପ୍ରଦର୍ଶନ କ୍ଷେତ୍ରରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ପ୍ରଫେସର ଡଃ କୈଳାଶ ବିହାରୀ ମହାପାତ୍ର ଙ୍କ ଦ୍ଵାରା ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିବା ପରେ ବୀଜ ବିହନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି ପାବନ ଉତ୍ସବ ଅବସର ରେ ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର, ପ୍ରଫେସର୍ ଡଃ ହର ପ୍ରସାଦ ମିଶ୍ର, ପ୍ରଫେସର୍ ଡଃ ମନୋରଞ୍ଜନ ମହାପାତ୍ର, ଡଃ ରିନୀ ସ୍ୱାଇଁ, ଅଧ୍ୟାପକ ଅଧ୍ୟାପିକା, ବିଭିନ୍ନ ବିଭାଗ ର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ଅକ୍ଷୟ ତୃତୀୟା କୃଷି ତଥା କୃଷି ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷ ମାନକଙ୍କ ପାଇ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଆଗାମୀ ମୌସୁମୀ ଋତୁ ରେ ଭଲ ଅମଳ ଆଶା ପୂର୍ବକ କୃଷି ଭାଇ ଓ ଭଉଣୀ ମାନେ ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରି ବିହନ ବୁଣିବା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି କ୍ରମ ରେ କୃଷି ମହାବିଦ୍ୟାଳୟ ତରଫ ରୁ ନିୟମିତ ଭାବ ରେ ଏହି ଉତ୍ସବ ପାଳନ କରାଯାଇ ଆସୁଛି।

 

0
0
0
s2sdefault