ହେଡଲାଇନସ୍:

କଲ୍ୟାଣ ସିଂହପୁର ବନାଞ୍ଚଳ ରେଞ୍ଜ୍ ରେ ବନ ବିଭାଗ ତରଫରୁ ହାତୀ ଦାନ୍ତ ଉଦ୍ଧାର, ୨ଅଟକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର- ରାୟଗଡ଼ ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ୍ ଶିକର ପାଇ ବନାଞ୍ଚଳ ଅଧୀନରେ ସ୍ଥାନୀୟ ନାରାୟଣ ପୂର ଶିବ ମନ୍ଦିର ଠାରେ ୨ମୂଲ୍ୟବାନ ହାତୀ ଦାନ୍ତର ମୂଲଚାଲ ଚାଲିଥିବା ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ, ଡି ଫ ଓ ସଚିନ୍ ଆନ୍ନା ସାହେବ୍ ଓହଲ ଙ୍କ ନିର୍ଦ୍ଦେଶରେ, ରେଞ୍ଜର ଚନ୍ଦନ ଦାସ ବାଙ୍ଗରୀ , ରାୟଗଡ଼ା ରେଞ୍ଜର କମେଶ୍ ରାଓ ଆଚରି, ବାନପାଳ ଗୌରୀ ଶଙ୍କର ସାହୁ, କୁନା ବେହେରା ଗୁଡ଼ାରୀ ରେଞ୍ଜ ଫରେଷ୍ଟର ଦିଲ୍ଲୀପ ପଟ୍ଟନାୟକ,ଓ ଅଧିକାରୀ ଓ କଲ୍ୟାଣ ସିଂହପୁର ରେଞ୍ଜ ବନ ପାଳ ପ୍ରଦୀପ ଜେନା ଗାର୍ଡ ନମିତା ବିଡ଼ିକା, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, କେଦାର ବାଉରୀ, ଓ ପାରା ଗାର୍ଡ ମିଳିତ ଭାବେ ଚଢ଼ାଉ କରି ୨ଜଣ ଙ୍କୁ କାବୁ କରିଥଲେ। ସିକରପାଇ ରେଞ୍ଜ ଅଫିସ୍ ଠାରେ ପଚୁରା ଉଚୁରା ସମୟରେ ସୁରେନ୍ଦ୍ର ନାହକ କଲ୍ୟାଣ ସିଂହପୁର ଅଞ୍ଚଳ ରେ ରହି ମସଲା ଓ ହଳଦୀ ବେପାର କରୁଥିବା ଓ ଶଙ୍କର କଣ୍ଡଗିରୀ ମନେଇଗୁଡ଼ା ଗ୍ରାମର ବାସିନ୍ଦା ଓ ସେ ଟାଟା ପାୱାର ଅଧୀନରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଥିଲା। ବ୍ଲକର ପୋଲମା ଓ ନିୟମଗିରି ଅଞ୍ଚଳ ରେ ହାତୀ ବୁଲୁଥିବା ବେଳେ ଏ ମୂଲ୍ୟବାନ ଦାନ୍ତ କେମିତି ଏମାନଙ୍କୁ ମିଳିଲା କି ଶଙ୍କର ବିଦ୍ୟୁତ୍ ତାର ବିଛାଇ ହାତୀକୁ ମାରି ତାର ଦାନ୍ତ ଆଣିଥିଲା ତାହା ତଦନ୍ତ ଚାଲିଛି ବୋଲି ଡିଫଓ ପ୍ରକାଶ କରିଥଲେ। ଘଟଣାରେ କୌଣସି ବଡ଼ ରାକେଟ ର ସଂମ୍ପୃକ୍ତ ଥିବା ଓ ମିଳିଥିବା ଦାନ୍ତର ମୂଲ୍ୟ ପ୍ରାୟ ୮ଲକ୍ଷ୍ୟ ଟଙ୍କା ହେବ ଓ ଏହାର ଓଜନ ୫କିଲୋ ୨୯୦ ଗ୍ରାମ ରହିଥିବା ଗଣମାଧ୍ୟମକୁ ଜଣାଇଥିଲେ।

0
0
0
s2sdefault