ହେଡଲାଇନସ୍:

ଅମରେନ୍ଦ୍ର ଦାସଙ୍କ ପାର୍ଥିପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୯.୦୫.୨୦୨୪/ସୁମନ୍ତ କୁମାର ଦାସ: ଦିନ ଯେତେ ବଢୁଛି ରାଜନୀତି ପାଣିପାଗ ସେତେ ଉଷ୍ମତା ପରିଲକ୍ଷିତ ହଉଛି l ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପିପାର୍ଥି ଅମରେନ୍ଦ୍ର ଦାସ ଆଜି ନିଜର ପ୍ରସ୍ତାବଙ୍କର ସହ ଜଗତସିଂହପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନିକଟରେ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି l ପ୍ରଥମେ ସକାଳୁ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ କରି ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବିଜେପିକର୍ମୀ ଶୁବେଛୁ ଏବଂ ସମର୍ଥକଙ୍କ ଗ୍ରହଣରେ ଜଗତସିଂହପୁର ସହରରେ ଏକ ଵିଶାଳ ଶୋଭାଯାତ୍ରା ପରିକ୍ରମ କରି ନିଜର ପାର୍ଥୀପତ୍ର ଦାଖଲ କରିଥିଲେ l ଅକିବାଦ ଚାଷବାଦ ଲେଖା ଛାଡିବ ଓ ଭାରତ ମାତା କି ଜୟ, ଜୟ ଜୟ ଶ୍ରୀ ରାମ ନାରାବାଜିରେ ଜଗତସିଂହପୁର ସହର ପ୍ରକମ୍ପିତ ହୋଇଉଠିଲା l ବିକଶିତ ଭାରତ ବର୍ଷରେ ଓଡିଶା ତଥା ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଆବଶ୍ୟକତା ରହିଛି l ଲୋକେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ତଥା ସବକା ସାଥ, ସବକା ବିକାଶକୁ ଗୁରୁତ୍ୱ ଦେଉଛନ୍ତି l

0
0
0
s2sdefault