ହେଡଲାଇନସ୍:

ଅଚ୍ୟୁତଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ଅଚ୍ୟୁତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,  ଛତିଶଗଡ଼ ରାଜ୍ୟର ଦାନ୍ତେୱାଡାରେ ଗତ ଅକ୍ଟୋବର ୩୦ ତାରିଖରେ ମାଓବାଦୀଙ୍କ ଗୁଳିରେ ନିହତ ଦୂରଦର୍ଶନ କ୍ୟାମେରାମ୍ୟାନ ବଲାଙ୍ଗୀର ଜିଲ୍ଲାର ଅଚ୍ୟୁତାନନ୍ଦ  ସାହୁଙ୍କ ପରିବାରକୁ କିଟ୍ ଓ କିସ୍ ସହାୟତାର ହାତ ବଢ଼ାଇଛି । ଦୂରଦର୍ଶନ କର୍ମଚାରୀ ସଂଘର ଅନୁରୋଧ କ୍ରମେ କିଟ୍ ଓ କିସ୍ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତ ସ୍ୱର୍ଗତ ଅଚ୍ୟୁତାନନ୍ଦଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କର ପତ୍ନୀଙ୍କୁ ତୁରନ୍ତ କିଟ୍ କିମ୍ବା  କିସରେ  ନିଯୁକ୍ତି ଦେବାକୁ ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି । ଅଚ୍ୟୁତାନନ୍ଦଙ୍କ ଅକାଳ ବିୟୋଗରେ ଶ୍ରୀ ସାମନ୍ତ ଗଭୀର ଶୋକ ପ୍ରକାଶ କରି ଅଚ୍ୟୁତାନନ୍ଦଙ୍କ ସାହସର ଭୂୟସୀ ପ୍ରଶଂସା  କରିବା ସହ ପୋଲିସ୍ ଓ ମିଡ଼ିଆ କର୍ମଚାରୀଙ୍କ ଉପରେ ମାଓବାଦୀଙ୍କ ବର୍ବର ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି । ଅଚ୍ୟୁତାନନ୍ଦ କେବେ ବି କଠିନ ପରିସ୍ଥିତିରେ କାମ କରିବାକୁ ପଛଘୁଂଚା ଦେଉନଥିଲେ । 

0
0
0
s2sdefault