ହେଡଲାଇନସ୍:

ଦ୍ଵିତୀୟ ପର୍ଯ୍ୟାୟ ଇଭିଏମ୍ ରାଣ୍ଡୋମାଇଜେସନ୍ ସମାପ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼:-ବରଗଡ଼ ଜିଲ୍ଲାରେ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏକକାଳୀନ ସାଧାରଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି I ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲଙ୍କ ନେତୃତ୍ତ୍ୱରେ ବରଗଡ଼ ସଂସଦୀୟ କ୍ଷେତ୍ର ଏବଂ ୦୧-ପଦ୍ମପୁର, ୦୨-ବିଜେପୁର, ୦୩-ବରଗଡ଼, ୦୪-ଅତାବିରା ଏବଂ ୦୫-ଭଟଲି, ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ, ସାଧାରଣ ପର୍ଯ୍ୟବେକ୍ଷକ ଏବଂ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଉପସ୍ଥିତି ରେ ଇଭିଏମର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ୍ ସମାପ୍ତ ହୋଇଛି I ସମସ୍ତ ପ୍ରାର୍ଥୀ ତଥା ତାଙ୍କ ପ୍ରତିନିଧିଙ୍କ ସହମତିରେ ଅନଲାଇନ୍ ମାଧ୍ୟ୍ୟମରେ ଇଭିଏମ୍/ ଭିଭିପ୍ୟାଟ୍ ଗୁଡିକୁ ରାଣ୍ଡୋମାଇଜେସନ୍ କରିବା ପରେ ସେଗୁଡିକର ତାଲିକା ସମସ୍ତଙ୍କୁ ପ୍ରଦାନ କରାଯାଇଛି , ଯଦ୍ୱାରା ବଣ୍ଟନ ହୋଇଥିବା ଇଭିଏମ୍/ ଭିଭିପ୍ୟାଟ୍ ଗୁଡିକର କ୍ରମିକ ନମ୍ବର ଅନୁଯାୟୀ ବୁଥ୍ ସ୍ତରରେ ଯାଞ୍ଚ କରିବାରେ ସମସ୍ତଙ୍କୁ ସହାୟକ ହେବ I
ସାଧାରଣ ପର୍ଯ୍ୟବେକ୍ଷକ ଗିରିୱାର ଦୟାଲ ସିଂ ଏବଂ ଜେ. ମଞ୍ଜୁନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଣ୍ଡୋମାଇଜେସନ୍ ର ସମସ୍ତ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଗୋୟଲ ପରିଚାଳନା କରିଥିବା ବେଳେ ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମଧୁଛନ୍ଦା ସାହୁ, ପଜିଲ୍ଲାପାଳ ପଦ୍ମପୁର ଆଲୋକ ପଟେଲ ଏବଂ ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ ଉପସ୍ଥିତ ଥିଲେ I

0
0
0
s2sdefault