ଭୁବନେଶ୍ୱର :ଆଜମେର ସହରସ୍ଥିତ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏମ୍.ଏସ୍.ସି (ବିଗ୍ ଡାଟା ଆନାଲିଟିକ୍ସ)ରେ ଓଡ଼ିଆ ଝିଅ କୁମାରୀ ଟୀନାମୁନମ୍ ସାହୁ ଟªର ହୋଇଛନ୍ତିା ଗତ ନଭେମ୍ବର୨ ତାରିଖ ଦିନ ଆୟୋଜିତ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛିା ଭାରତର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ତଥା ନିତି ଆୟୋଗର ସଦସ୍ୟ ଶ୍ରୀ ବିବେକ ଦେବରାୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ସ୍ୱର୍ଣ୍ଣପଦକରେ ସମ୍ମାନିତ କରିଥିଲୋ
ସ୍ୱର୍ଣ୍ଣପଦକ ପାଇବା ପରେ ଟୀନାମୁନମ୍ ସାହୁ ନିଜର କୁଳପତି ଡଃ. କେ. କସ୍ତୁରିରଙ୍ଗନ୍ ଓ ଅଧ୍ୟାପକମାନଙ୍କୁ କୃତଜ୍ଞତା ଜଣାଇଥିଲୋ ବାପାମା' ଓ ଭାଇଙ୍କ ଅବିରତ ସମର୍ଥନ ଓ ପ୍ରେରଣା ତାଙ୍କୁ ଏହି କୃତିତ୍ୱ ହାସଲ କରିବା ପାଇଁ ସୁଯୋଗ ପ୍ରଦାନ କରିଛି ବୋଲି ସେ କହିଥିଲୋ ନିଜ ବନ୍ଧୁମାନଙ୍କ ଅଯାଚିତ ସହଯୋଗ ତାଙ୍କ ଆତ୍ମବିଶ୍ୱାସ ଓ ଆସ୍ଥାକୁ ମଜଭୂତ କରିପାରିଛି ଏବଂ ସର୍ବକାଳ ପାଇଁ ଏକ ଉଲ୍ଲସିତ ସ୍ମୃତିଚିହ୍ନ ସ୍ଥାପନ କରିବା ପାଇଁ ସହାୟକ ହୋଇଛି ବୋଲି ସେ ପ୍ରକାଶ କରିଥିଲୋ
କୁମାରୀ ସାହୁ କଟକ ଜିଲ୍ଲା କେନ୍ଦୁପାଟଣାସ୍ଥିତ ନଟରା ଗ୍ରାମନିବାସୀ ଶ୍ରୀ ବିବେକାନନ୍ଦ ସାହୁ ଓ ଶ୍ରୀମତୀ ରେଖା ସାହୁଙ୍କ କନ୍ୟା ଏବଂ ପ୍ରଖ୍ୟାତ ବ୍ୟବସାୟୀ ଶ୍ରୀ ହୃଦାନନ୍ଦ ସାହୁଙ୍କ ନାତୁଣୀ । ପିଲାଟି ବେଳୁ ମେଧାବୀ ଓ ଉଚ୍ଚାକାଂକ୍ଷୀ ଥିବା କୁମାରୀ ସାହୁ ପାଠପଢ଼ା ଓ ଶୃଙ୍ଖଳା ପ୍ରତି ଅଥିକ ଧ୍ୟାନ ଦେଇଥିଲୋ ନିଜର ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବ୍ୟକ୍ତି ସହଜରେ ଲକ୍ଷ୍ୟ ହାସଲ କରିପାରିବ, କୁମାରୀ ସାହୁଙ୍କର କୃତିତ୍ୱ ଏ ଦିଗରେ ବାସ୍ତବିକ୍ ପ୍ରେରଣାଦାୟୀା











