ହେଡଲାଇନସ୍:

ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ଏଆର୍‍ଏମସି ଆଇଭିଏଫ୍‍ ଫର୍ଟିଲିଟି ଚେନ୍‍ ଅଧିଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶରେ ୧୦୦ କ୍ଲିନିକ୍‍କୁ ନିଜର ସମ୍ପ୍ରସାରଣ ନିମନ୍ତେ ଯୋଜନା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ଅଗ୍ରଣୀ ଆଇଭିଏଫ୍‍ ନେଟୱର୍କ ଏବଂ ୨.୯ ଅରବ ଡଲାର ସିକେ ବିର୍ଲା ଗ୍ରୁପ୍‍ର ଏକ ଅଂଶବିଶେଷ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ପକ୍ଷରୁ ଏଆର୍‍ଏମସି ଆଇଭିଏଫ୍‍ ଫର୍ଟିଲିଟି ସେଣ୍ଟର ଅଧିଗ୍ରହଣ ସମ୍ପର୍କରେ ଘୋଷଣା କରିଛି, ଯାହା ଦ୍ୱାରା ଏହି ନେଟ୍ୱର୍କର ଦକ୍ଷିଣ ଭାରତକୁ ପ୍ରବେଶ ହୋଇଛି । ବର୍ତମାନ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ୩୦ଟି ସେଣ୍ଟରରେ ପରିଚାଳନା କରୁଛି ଏବଂ ଏହି ଅଧିଗ୍ରହଣ ସହିତ ଏହା କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ନିଜର ଉପସ୍ଥିତି ସମ୍ପ୍ରସାରିତ କରିବା ସହ ସମଗ୍ର ଦେଶରେ ସମୁଦାୟ ୩୭ଟି ସେଣ୍ଟର ପରିଚାଳନା କରିବ ।
ଏହି ଅଧିଗ୍ରହଣ ଫଳରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ଏକ ଅଗ୍ରଣୀ ସଂସ୍ଥା ଭାବେ ଜନସାଧାରଣଙ୍କୁ ସେମାନଙ୍କର ଫର୍ଟିଲିଟି ଆବଶ୍ୟକତା କ୍ଷେତ୍ରରେ ଏକ ବିଶ୍ୱସନୀୟ ଏବଂ ପାରଦର୍ଶୀ ସହଯୋଗୀ ଭାବରେ ଦେଶବ୍ୟାପୀ ବଢୁଥିବା ଆବଶ୍ୟକତାକୁ ପୂରଣ କରିବ ।
ଉଚ୍ଚ ଗୁଣମାନର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟର ପରମ୍ପରା ସହିତ ସିକେ ବିର୍ଲା ଗ୍ରୁପ୍‍ କୋଲକାତା, ଜୟପୁର, ଗୁରୁଗ୍ରାମ ଏବଂ ଦିଲ୍ଲୀରେ ହସ୍ପିଟାଲଗୁଡିକ ପରିଚାଳନା କରୁଛି ଯେଉଁଗୁଡିକ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ଏବଂ ଜ୍ଞାନକୌଶଳ ଦ୍ୱାରା ସୁସଜ୍ଜିତ ହୋଇଛି । ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ଜରିଆରେ ମାତ୍ର ତିନି ବର୍ଷ ମଧ୍ୟରେ ଏହି ଗ୍ରୁପ୍‍ ନିଜକୁ ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ବିଶ୍ୱସନୀୟ ଫର୍ଟିଲିଟି କେୟାର ବ୍ରାଣ୍ଡ୍‍ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଏହି ବ୍ରାଣ୍ଡ୍‍ କ୍ଲିନିକାଲ ଫଳାପଳରେ ଉତ୍କର୍ଷ, ଶିଳ୍ପରେ ଅଗ୍ରଣୀ ଆଇଭିଏଫ୍‍ ସଫଳତା ହାର ଏବଂ ଅନନ୍ୟ ସେବା ଅନୁଭୂତି ନିମନ୍ତେ ସୁପରିଚିତ ହୋଇଥିବା ବେଳେ ଏହା ଚିକିତ୍ସା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନ ସାମର୍ଥ୍ୟକୁ ସମ୍ମିଶ୍ରିତ କରୁଛି ।
ଏଆର୍‍ଏମସି ଆଇଭିଏଫ୍‍ ଅଗ୍ରଣୀ ଫର୍ଟିଲିଟି ବିଶେଷଜ୍ଞ ଡ.କେ.ୟୁ.କୁଞ୍ଜିମୋଦିନ୍‍ଙ୍କ ଦ୍ୱାରା ୨୦୦୯ରେ ସ୍ଥାପିତ ହୋଇଥିଲା ଏବଂ ଦକ୍ଷିଣ ଭାରତରେ ରୋଗୀମାନଙ୍କୁ ଉନ୍ନତ ଓ ସମ୍ପୂର୍ଣ୍ଣ ଫର୍ଟିଲିଟି ଚିକିତ୍ସା ଯୋଗାଇ ଦେଇ ଅସିଛି ।
ଏହି ଅବସରରେ ସିକେ ବିର୍ଲା ହେଲ୍‍ଥକେୟାର ପ୍ରତିଷ୍ଠାତା ଅବନ୍ତି ବିର୍ଲା କହିଛନ୍ତି, “ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ରେ ଆମର ନିଷ୍ପତ୍ତି ‘ଅଲ୍‍ ହାର୍ଟ; ଅଲ୍‍ ସାଇନ୍ସ’ ଅର୍ଥ ହେଉଛି ଯନôକୁ ଭାବଧାରା ଆଧାରିତ ବିଜ୍ଞାନ ମଧ୍ୟକୁ ଆଣିବା ଏବଂ ଆମେ ଏକ ବହୁମୁଖୀ ଆଭିମୁଖ୍ୟ ଉପରେ ବିଶ୍ୱାସ କରୁ ଯେଉଁଠାରେ ଫର୍ଟିଲିଟି ବିଶେଷଜ୍ଞଗଣ, ଆଣ୍ଡେ୍ରାଲୋଜିଷ୍ଟ ଏବଂ କାଉନସେଲରମାନେ ମିଳିତ ଭାବେ ଉପଯୁକ୍ତ ପଦକ୍ଷେପ ନିଅନ୍ତି । ଏକ ଉତ୍ତମ ଫର୍ଟିଲିଟି ସ୍ୱାସ୍ଥ୍ୟ ଏବଂ ଚିକିତ୍ସାକୁ ପ୍ରୋତ୍ସାହିତ କରିବାକୁ ଆମର ଏକ ସାମଗ୍ରିକ ଆଭିମୁଖ୍ୟ ରହିଛି ଏବଂ ଆମେ କର୍କଟ ରୋଗୀଙ୍କ ପାଇଁ ଓଭାରିଆନ୍‍ ଟିସୁ୍ୟ ଫ୍ରିଜିଂ ଭଳି ବହୁବିଧ ବିଷୟ ଉପରେ ଜନସାଧାରଣଙ୍କ ସହିତ ସହଭାଗୀତା କରୁଛୁ । ଏଆର୍‍ଏମସି ଆଇଭିଏଫ୍‍ ଏବଂ ଏହାର ପ୍ରତିଷ୍ଠାତା ଓ ମେଡିକାଲ ଡାଇରେକ୍ଟର ଡ.କେ.ୟୁ.କୁଞ୍ଜିମୋଦିନ୍‍ ଦକ୍ଷିଣ ଭାରତରେ ରୋଗୀମାନଙ୍କୁ ସର୍ବୋଚ୍ଚ ସ୍ତରର ଫର୍ଟିଲିଟି କେୟାର ସହିତ ସେବା ଯୋଗାଇଛନ୍ତି ଏବଂ ଏହି ସହଭାଗୀତା ଜରିଆରେ ଆମେ ଏହି ପ୍ରତିବଦ୍ଧତା ନିରନ୍ତର ବଜାୟ ରଖିବୁ ।”
ଏହି ରଣକୋ÷ଶଳାତ୍ମକ ପ୍ରୟାସ ସମ୍ପର୍କରେ ସିକେ ବିର୍ଲା ହେଲ୍‍ଥକେୟାର ଉପାଧ୍ୟକ୍ଷ ଅକ୍ଷତ୍ ସେଠ କହିଛନ୍ତି, ଯେ “ଏହି ପଦକ୍ଷେପ ଦ୍ୱାରା ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ବିଶ୍ୱର ସର୍ବାଧିକ କ୍ଲିନିକାଲି ବିଶ୍ୱସନୀୟ ଏବଂ ରିପ୍ରଡକ୍ଟିଭ ମେଡିସିନ କ୍ଷେତ୍ରରେ ଏକ ଖ୍ୟାତିସମ୍ପନ୍ନ ସଂସ୍ଥା ଭାବେ ପ୍ରତିଷ୍ଠିତ ହୋଇପାରିଛି । ଆମେ ସଚେତନତା ବୃଦ୍ଧି ସହିତ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ ଏବଂ ଏହି ଅଧିଗ୍ରହଣ ସହିତ ଆମେ ଦକ୍ଷିଣ ଭାରତରେ ଆମର ଉପସ୍ଥିତି ସମ୍ପ୍ରସାରଣ ସହିତ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏହା ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଆମକୁ ସମର୍ଥ କରାଇବା ସହିତ ଭାରତରେ ଏକ ଅଗ୍ରଣୀ ଫର୍ଟିଲିଟି ଏବଂ ଆଇଭିଏଫ୍‍ ଯୋଗାଣକାରୀ ହେବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃ ଦୃଢୀକରଣ କରୁଛି । ଏଆର୍‍ଏମସି ସହିତ ଆମେ ଏକ ସମଭାବାପନ୍ନ ଅଂଶୀଦାର ଦେଖିବାକୁ ପାଇଛୁ ଯାହାଙ୍କର ସମାନ ପ୍ରଯନôକାରୀ ମଡେଲ ରହିଛି । ଆମେ ଏଆର୍‍ଏମସି ଏବଂ ତାହାର ଡାକ୍ତରଗଣ ଏବଂ ସେବା ଯୋଗାଣକାରୀଙ୍କୁ ଆମର ପରିବାର ଓ ନେଟୱର୍କକୁ ହାର୍ଦ୍ଧିକ ସ୍ୱାଗତ କରୁଛୁ ।”
ଏହି ଅବସରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ମୁଖ୍ୟ ବ୍ୟବସାୟ ଅଧିକାରୀ ଅଭିଷେକ ଅଗ୍ରୱାଲ କହିଛନ୍ତି, “ଆମେ ସର୍ବୋତ୍ତମ ରିପ୍ରଡକ୍ଟିଭ ଯନô ଏବଂ ଉନ୍ନତ ଫର୍ଟିଲିଟି ଚିକିତ୍ସା ଯୋଗାଇଦେବା ନିମନ୍ତେ ଆମର ବିଶ୍ୱସ୍ତରୀୟ ଅଭିଜ୍ଞତା, ଅତ୍ୟାଧୁନିକ ଉପକରଣ ଏବଂ ଅନନ୍ୟ ସଫଳତା ହାରକୁ ସମନ୍ୱିତ କରିବୁ ଯାହା ଆନ୍ତର୍ଜାତିକ ମାନର ଅନୁପାଳନ ହୋଇଥିବ । ଆଇଭିଏଫ୍‍ ସହିତ ଆମେ ଗାଇନୋକୋଲୋଜିକାଲ ପ୍ରୋସିଡିୟୋରସ୍‍, ମେଲ୍‍ ଫର୍ଟିଲିଟି ପ୍ରୋସିଡିୟୋର, ଲାପାରୋସ୍କୋପି ପ୍ରୋସିଡିୟୋରସ୍‍ ଜେନେଟିକ ସ୍କ୍ରିନିଂ, ଡାଏଗ୍ନୋଷ୍ଟିକ୍ସ ଏବଂ ଡୋନର ସର୍ଭିସେସ୍‍ ସମସ୍ତ ବର୍ଗର ସେବା ଯୋଗାଇଦେବୁ ।”
ଅଧିଗ୍ରହଣ ପରେ ଡ.କେ.ୟୁ.କୁ୍‍ଞ୍ଜିମୋଇଦିନ୍‍ ଏବଂ ସମ୍ପ୍ରତି ରହିଥିବା ଡାକ୍ତରଙ୍କ ସମେତ ସମୁଦାୟ ଟିମ୍‍ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‍ ସହିତ ରହିଥିବା ଏହି ସବୁ ସେଣ୍ଟର ପରିଚାଳନା କାର୍ଯ୍ୟ ତଦାରଖ ଜାରି ରଖିବେ ।
ଭାରତରେ ପ୍ରାୟ ୨୮ ନିୟୁତରୁ ଅଧିକ ଦମ୍ପତି ଫର୍ଟିଲିଟି ସମ୍ପର୍କିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ମାତ୍ର ୧%ରୁ କମ୍‍ ଲୋକ ଏହି କ୍ଷେତ୍ରରେ ସହାୟତା ଚାହୁଁଛନ୍ତି । ଆଇଭିଏଫ୍‍ ବିଭାଗର ଅଭିବୃଦ୍ଧି ଦେଶବ୍ୟାପୀ ସଚେତନତା ଏବଂ ସର୍ବୋତ୍ତମ ଚିକିତ୍ସା ସୁଯୋଗର ଉପଲବ୍ଧତା ଦ୍ୱାରା ପରିଚାଳିତ ହେବ ।

0
0
0
s2sdefault