ହେଡଲାଇନସ୍:

ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Image

ରେଙ୍ଗାଲି ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର


• ରାଣୀଖିଣ୍ଡା ଓ ଠେଲକୋଲୋଇରେ ନିର୍ବାଚନ ସଭାରେ ଯୋଗଦେଲେ
• ପରମାଣପୁରରେ ପଦଯାତ୍ରାରେ ବିଧାୟକ ପ୍ରାର୍ଥୀ ନାଉରୀ ନାୟକଙ୍କ ପାଇଁ କଲେ ପ୍ରଚାର
• ଏସଏଚଜି ବିଜେଡିର ନୁହେଁ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ
• ଦୀର୍ଘ ୨୪ ବର୍ଷର ସରକାରରେ ରେଙ୍ଗାଲି ଅବହେଳିତ
• ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେଙ୍ଗାଲିର ୧ ଲକ୍ଷ ୮୦ ହଜାର ଲୋକଙ୍କୁ ମିଳୁଛି ମାଗଣା ଚାଉଳ
• ବିଜେପି ସରକାର ହେଲେ ରେଙ୍ଗାଲିରେ ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ ହେବ
• ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ କଲେ ନିବେଦନ
• ରାଣୀଖିଣ୍ଡା ସ୍ଥିତ ସମଲେଶ୍ୱରୀ ମନ୍ଦିର ଓ ସିନ୍ଦୁରପଙ୍କ ଠାରେ ପୀତାବଳୀ ମନ୍ଦିରରେ କଲେ ଦର୍ଶନ

ରେଙ୍ଗାଲି, ମଇ ୦୭ – ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି । ପ୍ଲେନରେ ଗୁମାସ୍ତା ବିଜେପିର ସରକାର ମତକୁ ନେଇ ତାତ୍ସଲ୍ୟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା କହୁଛନ୍ତି । ଏପରି ଦିନେ କଂଗ୍ରେସର ନେତାମାନେ ତାତ୍ସଲ୍ୟ କରିଥିଲେ । କିନ୍ତୁ ଜନତା ସେମାନଙ୍କୁ ଠିକ ଜବାବ ଦେଲେ ବୋଲି ମଙ୍ଗଳବାର ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ImageImageକେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପୁରମାନପୁରରେ ଆୟୋଜିତ ପଦଯାତ୍ରାରେ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକଙ୍କ ପାଇଁ ପ୍ରଚାର କରିଛନ୍ତି । ରାଣୀଖିଣ୍ଡା ଓ ଠେଲକୋଲୋଇରେ ଆୟୋଜିତ ଜନସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୪ ବର୍ଷର ସରକାରରେ ରେଙ୍ଗାଲି ଅବହେଳିତ । ଏଠାରେ ପିଇବା ପାଇଁ ବିଶୁଦ୍ଧ ପାଣି ମୁନ୍ଦିଏ ନାହିଁ । ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ । ଯୁବକ ଯୁବତୀ ମାନଙ୍କୁ ରୋଜଗାର ମିଳୁନାହିଁ । ଅପରପକ୍ଷରେ ଦୀର୍ଘ ୧୦ ବର୍ଷ ଧରି ଦେଶରେ ନରେନ୍ଦ୍ର ମୋଦୀ ଲୋକଙ୍କ ସେବା କରୁଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେଙ୍ଗାଲିର ୧ ଲକ୍ଷ ୮୦ ହଜାର ଲୋକଙ୍କୁ ୫ କେଜି ଲେଖାଏ ମାଗଣା ଚାଉଳ ଦିଆଯାଇଛି । ୧୫ ହଜାର ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ୪୦ ହଜାର ଘରେ ଶୌଚାଳୟ ତିଆରି ହୋଇଛି । ଉଜ୍ଜ୍ୱଳା ଯୋଜନାରେ ୩୦ ହଜାର ଘରେ ରନ୍ଧନ ଗ୍ୟାସ ସଂଯୋଗ ହୋଇଛି । ୧୨ ହଜାର ଲୋକଙ୍କୁ ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଉଛି ।
Imageଆଜି ସରକାରୀ ଦଳ ବିଜେପି କ୍ଷମତାକୁ ଆସିଲେ ଏସଏଚଜିକୁ ବନ୍ଦ କରିଦେବାର ଅପପ୍ରଚାର କରୁଛନ୍ତି । ଏସଏଚଜି ବିଜେଡି ନୁହେଁ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ । ଏସଏଚଜିଙ୍କୁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା ମୋଦୀ କରିଛନ୍ତି । ସେହିପରି ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଦେବା ପରେ ବିଜେଡି ବ୍ୟାଗ୍ ଦେଇ ସେମାନେ ଚାଉଳ ଦେବାର ମିଛ କଥା କହିବା ଦୁର୍ଭାଗ୍ୟଜନକ।
ବିଜେପିର ସଂକଳ୍ପ ପତ୍ର ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅବଗତ କରାଇବା ସହ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେ କହିଥିଲେ ବିଜେପିର ସଂକଳ୍ପ ପତ୍ର ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଏଥିରେ ସାଧାରଣ ଲୋକଙ୍କ ଆର୍ଥିକ ସମ୍ପନ୍ନତା ଉପରେ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ବିଜେପି ସରକାରରେ ଓଡ଼ିଶାର ସେବା କରାଯିବା ସହ ଭାରତବର୍ଷରେ ରାଜ୍ୟକୁ ୧ ନମ୍ବର କରାଯିବ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।

Imageସେହିପରି ରେଙ୍ଗାଲିରେ ଆଜି ପଦଯାତ୍ରାରେ ବିଜେପି ପ୍ରତି ଗୁରୁଜନ, ମାତୃଶକ୍ତି ଓ ଯୁବସାଥୀଙ୍କ ଉତ୍କଣ୍ଠାକୁ ବର୍ଣ୍ଣନା କରିହେବ ନାହିଁ । ଏ ଜନସମୁଦ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସର ବଡ ପ୍ରମାଣ ଦେଉଛି । ଏଥର ଜନଆଶୀର୍ବାଦରୁ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ନିଶ୍ଚୟ ବିଜୟ ହେବ ।

Imageକେନ୍ଦ୍ରମନ୍ତ୍ରୀ ରାଣୀଖିଣ୍ଡା ସ୍ଥିତ ସମଲେଶ୍ୱରୀ ମନ୍ଦିର ଓ ସିନ୍ଦୁରପଙ୍କ ଠାରେ ପୀତାବଳୀ ମନ୍ଦିରରେ ଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

0
0
0
s2sdefault