ହେଡଲାଇନସ୍:

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ଅଚ୍ୟୁତ ସାମନ୍ତ ମେ ୨ ତାରିଖରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସେ ଦେଇଥିବା ସତ୍ୟପାଠରେ ତାଙ୍କ ନାମରେ ୧୦ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କ ପାଖରେ ନଗଦ ୨୦ ହଜାର ୫ଶହ ଟଙ୍କା ରହିଥିବା ଦର୍ଶାଇଛନ୍ତି । ସାଂସଦ ଭାବେ ମିଳିଥିବା ବେତନରୁ ଏହି ୧୦ ଲକ୍ଷ ଟଙ୍କା ରହିଛି । ପୈତୃକ ସମ୍ପତ୍ତିରୁ ସାତ ଭାଇଭଉଣୀଙ୍କୁ ମିଳିଥିବା ଚାଷଜମି ଓ ଘରଡ଼ିହର ଅଂଶରୁ ଅଚ୍ୟୁତଙ୍କ ଅଂଶର ମୋଟ ଆନୁମାନିକ ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା । ଏହାଛଡ଼ା ତାଙ୍କ ନାମରେ ୧ଲକ୍ଷ ୬୦ ହଜାର ଟଙ୍କାର ଜୀବନ ବୀମା ପଲିସି ରହିଥିବା ବେଳେ ଇଣ୍ଡିଆନ୍‍ ବ୍ୟାଙ୍କରେ ୪୮ ହଜାର ଟଙ୍କାର ବଣ୍ଡ ଜମା ରହିଛି । ଏହା ବ୍ୟତୀତ ତାଙ୍କ ନିକଟରେ କୌଣସି ଜମି, ଘର, ସୁନା କିମ୍ବା ତାଙ୍କ ନାମରେ କୌଣସି ଗାଡ଼ି ମୋଟର ନ ଥିବା ଜଣାପଡ଼ିଛି । ଏସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୧୨ଲକ୍ଷ ୪୪ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି ।
ଶ୍ରୀ ସାମନ୍ତ କିଟ୍ ଓ କିସ୍ ଭଳି ଦୁଇଟି ବିଶ୍ୱସ୍ତରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ମଧ୍ୟ ସାଂପ୍ରତିକ ବସ୍ତୁବାଦୀ ସମାଜରେ ସେ ବ୍ୟକ୍ତିଗତ ନାଁରେ କୌଣସି ସମ୍ପତ୍ତି କରିନାହାନ୍ତି । ଏହା ତାଙ୍କ ଉତ୍ସର୍ଗୀକୃତ ଜନସେବାର ପରିଚୟ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଶିକ୍ଷା ମାଧ୍ୟମରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ କରିଆସୁଥିବା କାର୍ଯ୍ୟ ସକାଶେ ଅଚ୍ୟୁତ ସାମନ୍ତ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ। ଦୀର୍ଘ ୩୧ବର୍ଷ ହେଲା ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ କରିଆସୁଥିବା ସମାଜସେବା ପାଇଁ ସେ ଦେଶ ଓ ବିଦେଶର ବିଭିନ୍ନ ମହଲରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ରାଜ୍ୟସଭା ନିର୍ବାଚନ ଓ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ନାମାଙ୍କନ ସମୟରେ ସତ୍ୟପାଠରେ ସେ ମଧ୍ୟ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଦେଇଥିଲେ । ତାହା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ତାଙ୍କର କୌଣସି ସମ୍ପତ୍ତି ମଧ୍ୟ ନଥିଲା। ଗତ ୫ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ କୌଣସି ମଧ୍ୟ ଅଭିବୃଦ୍ଧି ହୋଇନଥିବା ପରିଲକ୍ଷିତ ହୋଇଛି ।

0
0
0
s2sdefault