ହେଡଲାଇନସ୍:

"ବିଜୟ ସଂକଳ୍ପ ସମାବେଶ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ( ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ; ବ୍ରହ୍ମପୁର,/୬/୫/୨୪: ଆଜି ସ୍ଥାନୀୟ କନିଷି ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଵିଜ଼ୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।
ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏକ ଅପୂର୍ବ ଜ୍ୟୋତି ର ଉଦ୍ଭାସିତ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କନିଷି ହେଲପେଡ୍ ରେ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ ଏବଂ ସେଠାରୁ କଡ଼ା ସୁରକ୍ଷାଵଳୟ ରେ ସଭାସ୍ଥଳରେ ପହଞ୍ଚିଥିଲେ।
Imageସେ ନିଜର ଅଭିଭାଷଣ ମାଧ୍ୟମରେ ବର୍ତ୍ତମାନ ର ବିଜେଡି ସରକାରକୁ କଡ଼ା ସମାଲୋଚନା ତଥା ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଢିବେ ଓ ଡବଲ ଈଞ୍ଜିନ୍ ସରକାର ଶାସକ ହେବ । ବିଜେଡି ସରକାରର ଏକ୍ସପାଇରି ଡେଟ୍ ଜୁନ୍ ୪ ବୋଲି ଦୃଢେ଼ାକ୍ତି ରସହ ପ୍ରକାଶ କରିଛନ୍ତି। ଏଣେ ଗୋପାଳ ପୁର  ର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ର ବିଜେପି ପକ୍ଷରୁ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଲେ "ଲେଖାଛିଡିବ"
ତେଣେ ଗଞ୍ଜାମ ଟାଇଗର ବୋଲାଉଥିବା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଙ୍କ ଝିଅ ତଥା ବିଜେପି ପକ୍ଷରୁ ଆସିକା ଲୋକ ସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ କହିଲେ , ଯେଉଁ ଟାଇଗର ଦିନେ ଏହି ବିଜେଡି ଦଳକୁ ସର୍ବୋଚ୍ଚ ସୀମା ରେ ପହଞ୍ଚାଇ ଥିଲା , ଆଜି ସେ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଙ୍କ କନ୍ୟା ବିଜେଡି ସରକାରକୁ ପୁନରମୂଷିକ୍ କରିବ ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ଆଜିର ଏ ସମାରୋହରେ ଆଶାତୀତ ସଫଳତାର ସହ ଲକ୍ଷାଧିକ ଜନସାଧାରଣ ସଭାସ୍ଥଳରେ ଠୁଳ ହୋଇ ଥିବା ଜଣାପଡ଼ିଛି। ଆଜିର ଏ ଵିଜୟ ସଂକଳ୍ପ ସମାବେଶ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ
ପ୍ରଦୀପ ପାଣିଗ୍ରାହୀ, ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ , ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଯଜ୍ଞ ନାରାୟଣ ଦାସ , ଗଞ୍ଜାମ ଜିଲ୍ଲା ର ଅନନ୍ୟ ବିଧାୟକ ପ୍ରାର୍ଥୀ ମାନେ ମଞ୍ଚାସିନ ଥିବା ପରିଲକ୍ଷିତ ହୋଇଥିଲା।

0
0
0
s2sdefault