ହେଡଲାଇନସ୍:

କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପାରାଦୀପ ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେଡି ଓ କଂଗ୍ରେସ କର୍ମୀ ସମ୍ପଦଙ୍କ ନେତୃତ୍ୱରେ ବିଜେପିରେ ସାମିଲ .

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ: କୁଜଙ୍ଗ ବ୍ଲକ ବଡବାଲିକଣି ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି I ଜ଼ିରୋପଏଣ୍ଟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏହି ମିଶ୍ରଣ ପର୍ବ ରେ ନୂତନ ଭାବରେ ସାମିଲୀ ହୋଇଥିବା କର୍ମୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ସମ୍ପଦ ସ୍ୱାଇଁ ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁପ୍ରସାଦ ତରାଇ I ମୋଦିଜୀଙ୍କ ଲକ୍ଷ୍ୟ ଭାରତକୁ ବିଶ୍ୱରେ ତୃତୀୟ ଧନୀ ଶାଳୀ ଦେଶ ଭାବେ ପ୍ରତିଷ୍ଠିତ କରିବା l ବିଗତ ଦଶବର୍ଷ ଭିତରେ ଭାରତର ବିକାଶ ସହିତ ରାଷ୍ଟ୍ରର ସୁରକ୍ଷ୍ୟାକୁ ମୋଦିଜୀ ଗରୁତ୍ବ ଦେଇଛନ୍ତି l ତେଣୁ ତାଙ୍କର ଡାକରା ରେ ଆମେ ଏହି ନିର୍ବାଚନରେ ଉଭୟ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଓ ଲୋକସଭା ପ୍ରାଥୀ ଙ୍କୁ ଯୋଡି ପଦ୍ମଫୁଲର ଭୋଟ ଦେଇ ଜୟଯୁକ୍ତ କରିବା ବୋଲି ଲୋକସଭା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ କହିଥିଲେ . ବଡବାଲିକଣି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ଚୌଧୁରୀ ନିଜର ଦୁଃଖଦ ଅନୁଭୂତି ପ୍ରକାଶ କରିଥିଲେ . ବିଜେଡି ଦଳର ଆଜିର ବିଧାୟକ ପ୍ରାର୍ଥୀ ବିଗତ ଦିନରେ କିପରି ନିଜର କର୍ମୀ ମାନଙ୍କୁ ଅବହେଳା କରିବା ସହିତ , ଅଂଚଳର ବିକାଶ ଦିଗରେ ବାଧକ ସାଜିଛନ୍ତି ତାହା ବଖାଣିଥିଲେ . ତେଣୁ ଆମ ମାଟିର ପୁଅ ସମ୍ପଦ ସ୍ୱାଇଁଙ୍କୁ ଭରସା କରି ଆମେ ବିଜେପିରେ ସାମିଲ ହେଲୁ ଓ ଏହି ଉତ୍ତରୀର ବନ୍ଧନରେ ନିଜକୁ ବାନ୍ଧି ରଖିଲୁ ବୋଲି ସଦସ୍ୟମାନେ କହିଥିଲେ  |
ବଡବାଲିକଣି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ୱାର୍ଡସଭ୍ୟ ଅଭୟ କୁମାର ଦାସ, ଶ୍ରୀନିବାସ ପଲାଇ, ଭୂପେନ ଚୌଧୁରୀ, ଧନେଶ୍ୱର ସେଠିଙ୍କ ସମେତ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି I ସେହିପରି ଗଣ୍ଡାକିପୂର ପଞ୍ଚାୟତର ମନୋଜ ସାହୁ, ମହେନ୍ଦ୍ର ସ୍ୱାଇଁ , ମୁରଲୀଧର ମାଝୀ,ରାଜୀବ ଦଳାଇ ପରୀକ୍ଷିତ ସାମଲ ଙ୍କ ସମେତ ବହୁ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି l
ସନ୍ଧ୍ୟାରେ ତାର୍ତ୍ତୋଲ ବ୍ଲକ ର କୋଲର ଓ ଅମ୍ଭେରୀ ଗ୍ରାମ ପଂଚାୟତ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଓଡ଼ିଶାର ଜୀବନ ରେଖା ମହାନଦୀ ଅପରପାର୍ଶ୍ବରେ ଅବସ୍ଥିତ ଏହି ଗ୍ରାମପଂଚାୟତ ଗୁଡିକ ବହୁ ସମସ୍ୟାରେ ରହିଛନ୍ତି . ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେଡି ବିଧାୟକ ଯାଇ ନାହାନ୍ତି . ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ସମ୍ପୂର୍ଣ୍ଣ ବହିଷ୍କାର କରି , ବିଜେପି ନେତା ସମ୍ପଦ ସ୍ୱାଇଁଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଶପଥ ନେଇଥଲେ . ସବୁ ସମୟରେ , ଗୋଟିଏ ପରିବାର ପରି ସମସ୍ତଙ୍କ ସେଥିରେ ରହିବେ ବୋଲି ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ କହିଥିଲେ . କୋଲର ଗ୍ରାମ ପଂଚାୟତର ବହୁ ବିଜେଡି ନେତା ଯଥା ଅଭିମନ୍ୟୁ ମହାନ୍ତି (ନଣ୍ଡା ଭାଇ ), ଭାବଗ୍ରାହୀ ବେହେରା , ନିହାର ମହାପାତ୍ର ,ଜୋତିଶଙ୍କର ମହାପାତ୍ର ,ସୋଭାଗ୍ୟ ସ୍ୱାଇଁ ନରୋତମ ରାଉତ , ଅମୀୟ ପଟ୍ଟନାୟକ ,ସୁରେନ୍ଦ୍ର ଦଳାଇ,ୱାର୍ଡମେମ୍ବର ବବୁଲ ଦାସ ଓ ମାନସ ବାରିକ ଆଦି ଶତାଧିକ କର୍ମୀ ଯୋଗ ଦେଇଥିଲେ |
ପାରାଦୀପ ନିର୍ବାଚନ ମଣ୍ଡଳୀର ଆଦ୍ୟ ପଂଚାୟତ ଆମ୍ଭେରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିକ୍ରମ ମହାନ୍ତି, ଦିବ୍ୟଜୀବନ ବିଶ୍ୱାଳ, ରଂଜିତ କର, ପ୍ରତାପ ମହାନ୍ତି, ପ୍ରଦୀପ୍ତ ସାହାଣୀ ଙ୍କ ସମେତ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି I

0
0
0
s2sdefault