ହେଡଲାଇନସ୍:

ମା’ ବେଙ୍ଗ ଫୁଲିବା ପରି ଫୁଲୁଛନ୍ତି ଭିକେ ପାଣ୍ଡିଆନ - ଅନିଲ ବିଶ୍ୱାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • o ଓଡିଶାବାସୀଙ୍କୁ ଓଲୁ ବନାଇବାର ଚେଷ୍ଟା କରୁଛନ୍ତି ପାଣ୍ଡିଆନ

  • o ଓାର୍ଡ ମେମ୍ବର ଜିତିନଥିବା ପାଣ୍ଡିଆନ ବାବୁ ନିଜକୁ ଓଡିଶାର ସର୍ବେସର୍ବା ବୋଲି ଭାବିଲେଣି

ଭୁବନେଶ୍ୱର, ୦୪ ମେ – ପିଲାମାନଙ୍କ ପାଇଁ ଓଡିଆରେ ଗୋଟିଏ ଗପ ଅଛି ତାହା ହେଉଛି ମା ବେଙ୍ଗର ପେଟଫୁଲା କାହାଣି । ନିଜକୁ ସବୁଠାରୁ ବଡ ବୋଲି ଦେଖାଇବାକୁ ଯାଇ ଶେଷରେ ମା ବେଙ୍ଗର ଅବସ୍ଥା କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି । ଠିକ ସେହିଭଳି ଭିକେ ପାଣ୍ଡିଆନ ବାବୁ ଏବେ ନିଜକୁ ବଡ ଦେଖାଇବାକୁ ଯାଇ ନିଜର ହିତାହିତ ଜ୍ଞାନ ହରାଇ ବସିଛନ୍ତି । ବିଶେଷ ଭାବରେ ଗତକାଲି ସୁଜାତା କାର୍ତିକେୟାନଙ୍କ ବଦଳି ଆଦେଶ ପରେ ସେ ଅତ୍ୟଧିକ ପ୍ରତିକ୍ରିୟା ପ୍ରବଣ ହୋଇଯାଇଛନ୍ତି । ଓଡିଶାରେ କଣ ବିକାଶ ହୋଇଛି ତାହା ଜଣେ ଓଡିଆ ଭାବରେ ପଚାରିବା ପାଇଁ ସାରା ଓଡିଶାବାସୀଙ୍କର ଅଧୀକାର ରହିଛି । କିନ୍ତୁ ସେ ଆମ ପ୍ରଶ୍ନର ଉତର ନଦେଇ ଓଲଟି ଓଡିଶାବାସୀଙ୍କୁ ଓଲୁ ବନାଇବାର ଚେଷ୍ଟା କରୁଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।

ସେ କହିଛନ୍ତି ଜୀବନରେ କେବେ ଓାର୍ଡ ମେମ୍ବର ଜିତିନଥିବା ପାଣ୍ଡିଆନ ବାବୁ ଏବେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନଙ୍କ ପାଇଁ ପ୍ରଚାର କରିବା ପାଇଁ ବାହାରିବା ହିଁ ଦର୍ଶାଉଛି ଯେ ସେ ଏହା ଭିତରେ ସେ ନିଜକୁ ଓଡିଶାର ସର୍ବେସର୍ବା ବୋଲି ଭାବିଲେଣି । ଓଡିଶାର ଦାୟିତ୍ୱ ଓଡିଆ ଲୋକେ ନେବେ । ଆଉ ଓଡିଶାରେ ଅଫିସରରାଜ ଚାଲିବ ନାହିଁ କି ଅଣଓଡିଆରାଜ ଚାଲିବ ନାହିଁ । ୨୪ ବର୍ଷର ଶାସନରେ ୧ କୋଟି ଲୋକ ଦାଦନ ଯିବା, ୬ ହଜାର ଗାଁକୁ ରାସ୍ତା ନଥିବା, ଲୋକଙ୍କ ପାଖରେ ଶୁଦ୍ଧ ପିଇବା ପାଣି ନପହିଂଚିବା, ଓଡିଶାର ଚାଷି ଦେଶର ସବୁଠାରୁ ଗରିବ ଚାଷୀର ମାନ୍ୟତା ପାଇବା କେଉଁ ବିକାଶର ମାପଦଣ୍ଡ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ କଣ କରିଛନ୍ତି ତାହା ଓଡିଶାବାସୀ ଜାଣନ୍ତି । ସେଥିପାଇଁ ପାଣ୍ଡିଆନ ବାବୁଙ୍କର ସାର୍ଟିଫିକେଟ ଦରକାର ନାହିଁ । ଓଡିଆ ଅସ୍ମିତାକୁ ଦିଲ୍ଲୀ ଦରବାରରେ ସ୍ଥାନ ଦେବା, ଓଡିଶାର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଓଡିଶାକୁ ଆଣିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

0
0
0
s2sdefault