ହେଡଲାଇନସ୍:

ନିର୍ବାଚନରେ ପ୍ରବାହ ଗଣମାଧ୍ୟମ, ସିନେମା ହଲ ମାଲିକ, ଗୋଷ୍ଠୀ ରେଡ଼ିଓ ଓ଼ କେବୁଲ ଅପରେଟର ମାନଙ୍କ ସହିତ ଆଲୋଚନା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ:-ତା.୪/୦୫/୨୦୨୪- ଚଳିତ ସାଧାରଣ ନିର୍ବାଚନ-୨୦୨୪ କୁ ଅବାଧ, ସ୍ୱଚ୍ଛ ଓ଼ ନିର୍ମଳ ଭାବରେ ଆୟୋଜନ କରିବା ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଗଣମାଧ୍ୟମ ପ୍ରମାଣନ ଓ଼ ପର୍ଯ୍ୟାଲୋଚନ ନିମନ୍ତେ ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏମସିଏମସି କେନ୍ଦ୍ର ଖୋଲାଯାଇଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଅଧକ୍ଷତlରେ ଆଜିର ବୈଠକରେ ପ୍ରବାହ ଗଣମାଧ୍ୟମ, ସିନେମା ହଲ, କେବୁଲ ଟିଭି ଅପାରେଟର, ଗୋଷ୍ଠୀ ରେଡ଼ିଓ କର୍ମକର୍ତା ମାନଙ୍କୁ ନେଇ ଆଲୋଚନା କରିଥିଲେ l ବିଶେଷ କରି ଚଳିତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଵିଜ୍ଞାପନ ଏମସିଏମସିର ବିନା ପ୍ରମାଣନରେ ପ୍ରଚାର ନକରିବାକୁ କୁହାଯାଇଛି l ଏହା ବ୍ୟତୀତ ୧୦୦ଶତକଡା ଭୋଟ ଦାନ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦେଶରେ ସଚେତନତା କରିବାକୁ ଅନୁରୋଧ କରାଯାଇଛି l ଏମସିଏମସି ତରଫରୁ ଉପରୋକ୍ତ ସମ୍ବାଦ ପତ୍ର, ଟେଲିଭିଜନ ଚାନେଲ, ରେଡ଼ିଓ, ସାମାଜିକ ଗଣମାଧ୍ୟମ ଉପରେ ତୀକ୍ଷ୍ଣ ନଜର ରଖିବା ରଖାଇଯାଇଛି l ଏହାସହିତ ଗଣମାଧ୍ୟମରେ ପ୍ରକାଶନ ପାଇଁ ପ୍ରାର୍ଥୀଙ୍କୁ ଗଣମାଧ୍ୟମ ପ୍ରମାଣନ ଓ଼ ଗଣମାଧ୍ୟମ ପର୍ଯ୍ୟାଳଚନା କମିଟିର ଅନୁମତି ନେଇକି ଯେକୌଣସି ପତ୍ର ପତ୍ରିକାରେ, ଟିଭି ଚlନେଲରେ ପ୍ରଚାର କରିପାରିବେ l ବିନା ଅନୁମତିରେ ପ୍ରକାଶିତ ସମ୍ବାଦ ଉପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦ୍ଦକ୍ଷେପ ନିଆଯିବ ବୋଲି ବୈଠକରେ ଜିଲ୍ଲା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ କହିଛନ୍ତି l ଏହା ସହିତ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଏମସିଏମସି ସମୀକ୍ଷା ଅନୁଷ୍ଠିତ ହୋଇଥିଲା l

0
0
0
s2sdefault