ହେଡଲାଇନସ୍:

ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା: ରିଟର୍ଣ୍ଣିଂ ଅଫିସର ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟ ପାନପୋଷଙ୍କ ନିକଟରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ ହୋଇଛି। ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସାରଦାଙ୍କ ପ୍ରାର୍ଥୀତ୍ବକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଚ୍ୟାଲେଞ୍ଜ କରିଛନ୍ତି।

ହାଇପ୍ରୋଫାଇଲ୍ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀ ରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେପିର ହେଭିୱେଟ ନେତା ଦିଲ୍ଲୀପ ରାୟ। ବିଜେପି ପକ୍ଷରୁ ଦାଖଲ ଆପତ୍ତିରେ ଦର୍ଶାଯାଇଛି, ସାରଦା ତାଙ୍କ ନାଁରେ ବିଚାରାଧୀନ ଥିବା ଏକ ଗୁରୁତର ଅପରାଧିକ ମାମଲା ବାବଦରେ ଜାଣିଶୁଣି ଫର୍ମ-୨୬ ରେ ଉଲ୍ଲେଖ କରିନାହାଁନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ କହିଛନ୍ତି, ଦ୍ୱାଦଶ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ତାଙ୍କ ନାମାଙ୍କନ ପତ୍ର ସହିତ ଦାଖଲ କରିଥିବା
ଫର୍ମ -୨୬ ଆଫିଡେଭିଟରେ SDJM କୋର୍ଟରେ ବିଚାରାଧୀନ ଏକ ଗୁରୁତର ଅପରାଧିକ ମାମଲା କେବଳ ପ୍ରକାଶ କରିନାହାଁନ୍ତି ବରଂ
ତାଙ୍କ ଗାଁ, ସାଙ୍କିଲୋ, କଟକ ଠାରେ ଥିବା ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରକାଶ କରି ନାହାଁନ୍ତି।
ଶ୍ରୀ ଆଚାର୍ଯ୍ୟ ରିଟର୍ଣ୍ଣିଂ ଅଫିସର ତଥା ପାନପୋଷ ଉପଜିଲ୍ଲାପାଳଙ୍କ ନିକଟରେ ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବା ସହ ଭାରତର ନିର୍ବାଚନ ଆୟୋଗର ଆଇନ ତଥା ଧାରା 324 ଅନୁଯାୟୀ ଶ୍ରୀ ନାୟକଙ୍କ ନାମାଙ୍କନକୁ ଖାରଜ କରିବାକୁ ଅପିଲ ଦାଖଲ କରିଛନ୍ତି। ଏହା ଉପରେ ନିର୍ବାଚନ ଅଧିକାରୀ କ'ଣ ପଦକ୍ଷେପ ନେଉଛନ୍ତି ତାରି ଉପରେ ଏବେ ରାଉରକେଲା ବାସୀଙ୍କ ନଜର ରହିଛି।

0
0
0
s2sdefault