ହେଡଲାଇନସ୍:

ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଶାରଦା ପ୍ରଧାନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାହାଙ୍ଗାର ସ୍ୱାର୍ଥ,ସ୍ୱାଭିମାନ,ବିକାଶ ପାଇଁ ମାହାଙ୍ଗା ଜନସାଧାରଣଙ୍କ ନିଷ୍ପତି ହିଁ ମୋ ନିଷ୍ପତି-ଶାରଦା l

(ମାହାଙ୍ଗା-ଶାସକ ପ୍ରଶାସକ): ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗାରେ ନିର୍ବାଚନୀ ଚର୍ଚ୍ଚା ଯୋରଦାର ହେବାକୁ ବସିଲାଣି l କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାହାଙ୍ଗା ମାଟିର ଲଢୁଆ ପୁଅ ସାଭିମାନୀ ଯୁବନେତା ଶାରଦା ପ୍ରଧାନ (ବୁଲୁ) ନିଜର ନିଷ୍ପତିକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ୫ହଜାରରୁ ଅଧିକ ମାହାଙ୍ଗା ବାସୀଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି । ଶୁକ୍ରବାର ରାତ୍ରରେ ଯୁବନେତା ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ମାହାଙ୍ଗା ବ୍ଳକ ପୋଡ଼ାମରାଇ ଠାରେ ଆୟୋଜନ କରିଥିଲେ । ସୂଚନା ଥାଉକି ଶ୍ରୀ ପ୍ରଧାନ ୨୭ବର୍ଷ ଧରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ବିଭିନ୍ନ ସୁଖ ଦୁଃଖରେ ସାଥି ହୋଇ ସେବାମୂଳକ କାର୍ଯ୍ୟ କରିବା ସହିତ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଆସିଛନ୍ତି । ସେଥିପାଇଁ 2014 ମସିହାରେ ଶ୍ରୀ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ମାହାଙ୍ଗାରୁ ଲଢ଼ି ଦ୍ବିତୀୟ ସ୍ଥାନରେ ରହି ବିଜେଡିକୁ କଡ୍ଡା ଟକ୍କର ଦେଇଥିଲେ । ପରେ ପରେ ପୁର୍ନବାର ୨୦୧୯ ମସିହାରେ ମାହାଙ୍ଗାର ଜନସାଧାରଣଙ୍କ ନିଷ୍ପତ୍ତି କ୍ରମେ ବିଜେପି ଦଳରେ ମିଶି ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇ ୭୬ ହଜାର 469 ଖଣ୍ଡ ଭୋଟ ହାତେଇ ଦ୍ବିତୀୟ ସ୍ଥାନରେ ରହି ବିଜେପି ଦଳୀୟ ସଂଗଠନକୁ କୁ ମଝବୁତ କରିବା ସହିତ ବିଜେଡି ସହିତ ସଂଘର୍ଷ କରିପାରିଥିଲେ । ହେଲେ ଦୀର୍ଘ ୫ ବର୍ଷ ଧରି ମାହାଙ୍ଗାରେ ବିଜେପି ଦଳ ସହିତ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ କୌଣସି କାରଣରୁ ବିଜେପି ଦଳ ମାହାଙ୍ଗାରେ ୨୦୨୪ ରେ ଶାରଦାଙ୍କୁ ଟିକେଟ୍‌ ଦେଇନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ୫୦ରୁ ଅଧିକ ପଞ୍ଚାୟତରେ ଶ୍ରୀ ପ୍ରଧାନ ଏକ ସମର୍ଥନ ସଭା ମାଧ୍ୟମରେ ମାହାଙ୍ଗା ବାସୀଙ୍କ ନିଷ୍ପତ୍ତି ଲୋଡ଼ିଥିଲେ । ତେବେ ପ୍ରତ୍ୟେକ ପଞ୍ଚାୟତରେ ଆୟୋଜିତ ସମର୍ଥନ ସଭାରେ ଶାରଦାଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଥିବାର ଦେଖିବାକୁ ମିଳିବା ପରେ ଶ୍ରୀ ପ୍ରଧାନ ମାହାଙ୍ଗାର ସ୍ୱାର୍ଥ, ସ୍ୱାଭିମାନ, ବିକାଶ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି । ଏପରିକି ମାହାଙ୍ଗାରେ ଏକରକମ କହିବାକୁ ଗଲେ ପରିବାରବାଦ ଶାସନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ସହିତ ମାହାଙ୍ଗା ମାଟିର ଲଢ଼ୁଆ, ସାଭିମାନୀ ଯୁବନେତା ଶାରଦା ପ୍ରଧାନଙ୍କ ତୀବ୍ର ଲଢ଼େଇ ହେବ । ମାହାଙ୍ଗୀରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଜେନା ଏବଂ ସାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ହିଁ ଚଳିତ ସାଧାରଣ ନିର୍ବାଚନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ କିନ୍ତୁ ବିଜେପି ଏବଂ କଂଗ୍ରେସ ଅଳ୍ପ କିଛି ଭୋଟ ହାତେଇପାରନ୍ତି ବୋଲି ବହୁ ବିଶିଷ୍ଟ ରାଜନୀତିଜ୍ଞ ମାନେ ପ୍ରକାଶ କରିଛନ୍ତି । ସୂଚନାଥାଉକି ଶ୍ରୀ ପ୍ରଧାନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ 2014 ରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ ଏବଂ 2019 ରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହି ବିଜେଡ଼ି କୁ କଡ୍ଡା ଟକ୍କର ଦେଇଥିଲେ l ଏଥର ପୁର୍ନବାର ଶାରଦା ପ୍ରଧାନ ୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ମାହାଙ୍ଗା ବାସୀଙ୍କ ବିପୁଳ ଜନ ସମର୍ଥନ ଦ୍ବାରା ଲଢେଇ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଏପରିକି ଶ୍ରୀ ପ୍ରଧାନ ମାହାଙ୍ଗାର ସଚେତନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି କି ମାହାଙ୍ଗାରୁ ପରିବାରବାଦ ଶାସନକୁ ହଟାଇ ଏକ ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ, ସ୍ୱାଭିମାନୀ ମାହାଙ୍ଗା ଗଠନରେ ସହଯୋଗର ହାତ ବଢ଼ାଇବା ପାଇଁ । ତେବେ ରାଜନୀତିର ପଶାପାଲିରେ ଜନତା ଜନାର୍ଦ୍ଦନଙ୍କ ଶ୍ରେଷ୍ଠ ନିଷ୍ପତି ହିଁ ମାହାଙ୍ଗା ମାଟିର ସାଭିମାନଙ୍କୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହା ହିଁ ଦେଖିବାକୁ ବାକି ରହିଲା l

0
0
0
s2sdefault