ହେଡଲାଇନସ୍:

ଓଡିଶା ଉପକୂଳ ଅଂଚଳ ରେ ଗ୍ରୀଷ୍ମ ପ୍ରବାହ ହ୍ରାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, ମଇ ୨: ଉତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତନ ଯୋଗୁଁ ଓଡିଶାର ଉପକୂଳ ଅଂଚଳରେ ପ୍ରବଳ ଗ୍ରୀଷ୍ମ ଉତାପ ହ୍ରାସ ପାଇଛି ।
ଏଥିପାଇଁ ମେ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ମେ ୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ଏନ୍‌ଭାଇରନମେଂଟ ଆଣ୍ଡ କ୍ଳାଇମେଟ (ସିଇସି) ପକ୍ଷରୁ କୁହାଯାଇଛି ।
ଏହି ସମୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ସେଲସିଅସ ରହିବା ସମ୍ଭାବନା ଥିବାବେଳେ ଉପକୂଳ ଓଡିଶାରେ ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲସିଅସ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଆଭ୍ୟନ୍ତରୀଣ ଓଡିଶାରେ ମେ ୭ରୁ ୧୨ ମଧ୍ୟରେ ଦିନର ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିଅସ ରହିବ ।
ଉପକୂଳ ଓଡିଶାରେ ଏହି ସମୟରେ ଦିନର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ସେଲସିଅସ ରହିବାର ସମ୍ଭାବନା ଅଛି ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମେ ୬ ରୁ ୧୦ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି ।

0
0
0
s2sdefault