ହେଡଲାଇନସ୍:

ଜଗଦଲପୁର ପୋଲିସ ପକ୍ଷ ରୁ ଗାଡି ଯାଞ୍ଚ କଡାକଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଦ ବିକ୍ରି ଉପରେ ମଧ୍ୟ୍ୟ କଡା ନଜର l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଗାଡି ମୋଟର ଯାଞ୍ଚ କଡାକଡି କରାଯାଉଛି l ଧଉରାଭଟା, ଲଉଡ଼ିଦର୍ହl ଛକ ମାନଙ୍କ ରେ ଗାଡି ମୋଟର ଯାଞ୍ଚ କରାଯାଉଛି l ସୂଚନା ଯୋଗ୍ୟ ଯେ ଏହି ରାସ୍ତା ଦେଇ ଗଂଜେଇ ଚୋରା ଚାଲାଣ ହେଉଥିବା ନଜିର ରହିଛି l ନିର୍ବାଚନ ସମୟ ରେ ଗାଡି ଗୁଡିକ ରେ ଟଙ୍କା, ଗଂଜେଇ ଚୋରା ଚାଲାଣ କଫ ସିରପ ଆଶଙ୍କା ଥିବାରୁ ଯାଞ୍ଚ କଡାକଡି କରାଯାଉଛି l ଏହି ରାସ୍ତା ଟି ଓଡିଶା ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ଜଗଦଳପୁର ପୋଲିସ ପକ୍ଷ ରୁ କଡା କଡୀ ପ୍ରତ୍ୟହ ଯାଞ୍ଚ କରାଯାଉଛି l ନିର୍ବାଚନ କୁ ଭୟ ଓ ପକ୍ଷପାତ ମୁକ୍ତ କରିବାକୁ ଜଗଦଳପୁର ପୋଲିସ ପକ୍ଷରୁ ବେଆଇନ ମଦ ବିକ୍ରି ଉପରେ କଡା ନଜର ରଖା ଯାଉଥିବା ଥାନା ଅଧିକାରୀ କୈଳାସ ଚନ୍ଦ୍ର ପଧାନ କହିଛନ୍ତି l ନିୟମିତ ମଦ ଚୋରାଚାଲାଣ ରୋକିବା ପାଇଁ ଅଞ୍ଚଳ ରେ ପେଟ୍ରୋଲିଂ ସହିତ ସନ୍ଧ୍ୟା ସମୟ ରେ ଜନ ଗହଳି ସ୍ଥାନ ମାନଙ୍କ ରେ ନଜର ରଖୁଛନ୍ତି ଏହି ଚେକିଂ ଓ ପେଟ୍ରୋଲିଂ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଥାନା ଅଧିକାରୀ ଶ୍ରୀ ପଧାନ କହିଛନ୍ତି l

0
0
0
s2sdefault