ହେଡଲାଇନସ୍:

ରାଜେନ୍ଦ୍ର କଲେଜ ସମସ୍ୟାକୁ ନେଇ ଆଲୋଚନା କଲେ ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର (ନିରୋଜ  ମିଶ୍ର ) - ସମସ୍ୟା ବହୁଳ ରାଜେନ୍ଦ୍ର କଲେଜର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର ରାଜେନ୍ଦ୍ର ମହାବିଦ୍ୟାଳୟର ପରିଚାଳନା କମିଟି ଚେୟାରମେନ ପୂର୍ବତନ ଭାଇସଚାନସେଲର ଡ. ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ସବିଶେଷ  ଆଲୋଚନା କରିଥିଲେ । ସ୍ଥାନୀୟ ସର୍କିଟ ହାଉସ ଠାରେ ହୋଇଥିବା ଏହି ଆଲୋଚନାରେ ବିଶେଷ କରି ଅଧ୍ୟାପକ ସମସ୍ୟା ତଥା ପୁର୍ନର୍ବାର କିଭଳି ମହାବିଦ୍ୟାଳୟ ନାଗ ସ୍ୱିକୃତି ପାଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା । ରାଜେନ୍ଦ୍ର କଲେଜ ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସମସ୍ୟାକୁ ନେଇ ବିରୋଧିଦଳ ନେତା ଉଭୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ନେଇ କିଛି ମାସ ପୂର୍ବରୁ ପିଏସିରେ ଆଲୋଚନା କରିଥିଲେ । ମହିଳା ମହାବିଦ୍ୟାଳୟର କିଛିଟା ସମସ୍ୟା ସମାଧାନ ହୋଇଥିବା ବେଳେ ରାଜେନ୍ଦ୍ର ମହାବିଦ୍ୟାଳୟ ସମସ୍ୟାରେ ବିଶେଷ କିଛି ସୁଧାନ ଆସିନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଡ. ଆଦିତ୍ୟ ପ୍ରସାଦ ପାଢୀ ଶ୍ରୀ ମିଶ୍ରଙ୍କୁ କହିଥିଲେ ନାଗ କମିଟିର ସ୍ୱିକୃୃତିଲାଭ ପାଇଁ ଦରକାର ହେଉଥିବା ୪୦ ଗାଇଡଲାଇନ ମଧ୍ୟରୁ ଏପରି ୩୦ଟି ଗାଇଡଲାଇନ ଅଛି ଯାହା ପାଇଁ କି କୌଣସି ପ୍ରକାର ଅର୍ଥ ଦରକାର ନାହିଁ । ତେଣୁ ସେ ଦିନ ହୋଇଥିବା ପରି·ଳନା କମିଟି ବୈଠକରେ ଅଧ୍ୟକ୍ଷଙ୍କୁ ଏ ଉପରେ ସେ ନିଜେ ଯତ୍ନବାନ ହୋଇ କାମ କରିବାକୁ କହିଛନ୍ତି ବୋଲି ପରିଚାଳନା କମିଟି ଅଧ୍ୟକ୍ଷ ଡ. ପାଢୀ ବିଧାୟକଙ୍କୁ ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ର ଫୋନ ଯୋଗେ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କ ସହିତ ସେଠାରୁ କଥା ହୋଇ ସମସ୍ୟା ବାବଦରେ ଜଣାଇବା ପରେ ଏହି ମାସ ୯ ତାରିଖ ପରେ  ଖାଲିଥିବା କିଛି ଅଧ୍ୟାପକ ପଦବୀ ପୂରଣ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ସଚିବ ମିଶ୍ରଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ କଲେଜ ପରିଚାଳନା କମିଟିର ସଭ୍ୟ ସହରର ଯୁବ ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା) ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault