ହେଡଲାଇନସ୍:

ସମାନ ନାଁ ଥିବା ଯୋଗୁଁ ହନ୍ତସନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ର ନୂଆଗାଁ ପଂଚାୟତର କାମକେଡା଼ ଗ୍ରାମରୁ ଆସିଛି ଇନ୍ଦିରା ଆବାସ ଯୋଜନାରେ  ହୋଇଥିବା ବ୍ୟାପକ ଦୁର୍ନୀତିର ଗନ୍ଧ । କାମକେଡା଼ ଗ୍ରାମର ରଞ୍ଜିତ ଶବର ପିତା-ସୀତାରାମ ଶବର, ବର୍ଷ୨୦୧୭-୧୮ ରେ ଇନ୍ଦିରା ଆବାସ ଯୋଜନାରେ ୩୧ ନମ୍ବରରେ ତାଲିକା ଭକ୍ତ ଥିବା ବେଳେ ସେହି ଗ୍ରାମର ରଞ୍ଜିତ ଶବର ପିତା -ଡମ୍ଵରୁଧର ଶବର ଟଂକା ଉଠାଇ ଥିବା ର ଅଭିଯୋଗ ହୋଇଛି।ପି ଇ ଓ ବାବୁଲାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସମ୍ପର୍କ ହୋଇ ପାରି ନ ଥିଲା । ଠିକ୍ ସେହିପରି ଗୋବିନ୍ଦ ଶବର ପିତା -ହରି ଶବର ଙ୍କୁ ମିଳିଥିବା ଘରର୍ ଟଂକା ସେହି ଗ୍ରାମର ଅନ୍ୟ ଜଣେ  ଗୋବିନ୍ଦ ଶବର ଉଠାଇ ଥିବା ସୁଚନା ଅଛି ,ଘଟଣା ର ସତ୍ୟାସତ୍ୟ ଵିଡ଼ିଓ ଦେବାଶିଷ ସିହ୍ନାଙ୍କୁ ପଚାରିବାରୁ ପ୍ରକୃତ ହିତାଧିକାରୀ ବଂଚିତ ହୋଇଛନ୍ତି ବୋଲି ସ୍ୱୀକାର କରିଛନ୍ତି | ଯଥା ଶିଘ୍ର ସେମାନଙ୍କୁ ଘର ଯୋଗେଇ ଦେବାକୁ ଆଶ୍ୱାସନା  ଦେଇ ଥିଲେ ।

0
0
0
s2sdefault