ପ୍ରାର୍ଥୀପତ୍ର ଦାଖଲ କଲେ ସତ୍ଯଜିତ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସିଲେନି ଜିଲ୍ଲା ସଭାପତି ପ୍ରଚାର ମଙ୍ଗ ଧରିଲେ ଶିବ ଗୌଡ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଆଜି କଂଗ୍ରେସ ପ୍ରାର୍ଥୀ ଯୁବ ନେତା ସତ୍ୟଜିତ ଗମାଙ୍ଗ ହଜାର ହଜାର ସମର୍ଥ କ ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା ସହ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ନେତା ପୁରୁଷୋତ୍ତମ ଙ୍କ ବିୟୋଗ ପରେ ସୁପ୍ତ ହୋଇ ପଡିଥିବା କଂଗ୍ରେସ ଶିବିର ଆଜି ଚଳଚଞ୍ଚଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ବାଦ୍ଯ ବାଜଣା ର ସହ ଦଳିୟ ସଙ୍ଗୀତ ର ତାଳେ ତାଳେ କର୍ମି ମାନେ ନାଚି ନାଚି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ପହଞ୍ଚିଥିଲେ। ପ୍ରଚଣ୍ଡ ଖରାକୁ ଖାତିର ନକରି ଏତେ ଲମ୍ବା ରାସ୍ତା କର୍ମି ମାନେ ଚାଲି ଚାଲି ଯାଇଥିଲେ। ଏତେ ବଡ କାର୍ଯ୍ୟକ୍ରମ ରେ କିନ୍ତୁ ରାୟଗଡ଼ା ଜିଲ୍ଲା ର ଡିସିସି ସଭାପତି ବିଜୟ କୁମାର ଗମାଙ୍ଗ ଙ୍କ ଦେଖା ମିଳିନଥିଲା। ତାଙ୍କ ଅନୁପସ୍ଥିତି ର କାରଣ କଣ ବୋଲି ପଚାରିବାରୁ ତାଙ୍କୁ ସୂଚନା ମିଳିନଥିବାରୁ ସେ ଯାଇନଥିବା କହିଛନ୍ତି । କଂଗ୍ରେସ ର କାର୍ଯକ୍ରମକୁ ଜିଲ୍ଲା ସଭାପତି ନିଜେ ପରିଚାଳନ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା କଥା । କିନ୍ତୁ ସେ ଏପରି କହିବା ସାଧାରଣ ରେ ଗ୍ରହଣ ଯୋଗ୍ୟ ନୁହଁ ଏହା ଦଳ ଭିତରେ ଏକ ଫାଟ ର ହିଥିବା ସୂଚାଉଛି ବୋଲି କୁହାଯାଉଛି । ଅନ୍ଯପକ୍ଷେ ଆଜି ଗୁଣପୁର ର ବହୁ ଚର୍ଚ୍ଚିତ ସ୍ବାଧିନ ଗୋଷ୍ଟି ର ନେତା ଶିବ ଗୌଡ ଆଜି ପ୍ରଚାରର ମଙ୍ଗ ଧରିଥିବା ଘଟଣା ସବୁଠାରୁ ଅଧିକ ଚର୍ଚ୍ଚିତ ଘଟଣା ହୋଇଛି। ଗତ ୨୦୧୯ ନିର୍ବାଚନ ରେ ବିଧାୟକ ଥିବା ତ୍ରିନାଥ ଗମାଙ୍ଗ ଙ୍କୁ ବିଜେଡି ରେ ଟିକେଟ ନ ମିଳିବାରୁ ଦଳ ରେ ବିଦ୍ରୋହ କରି ସ୍ବାଧିନ ଭାବେ ଲଢ଼ିଥିଲେ ସେ । ସେହି ସ୍ବାଧିନ ପ୍ରାର୍ଥୀ ର ସାରଥୀ ଥିଲେ ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ଗୌଡ଼ । ଗତ ପୌର ଓ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ଏହି ସ୍ବାଧୀନ ଗୋଷ୍ଠୀ ଶାସକ ଦଳକୁ ପାଣି ପିଆଇ ପରାସ୍ତର ମୁହଁ ଦେଖେଇଥିଲେ।
ବର୍ତ୍ତମାନ ସେହି ସ୍ବାଧିନ ଗୋଷ୍ଟି ର ସାରଥି ଶିବ ଗୌଡ଼ ଓରଫ ସାନ ଗୌଡ଼ ଙ୍କ ଏକ ବିରାଟ ଗୋଷ୍ଟି ବିଜେଡି କୁ ପାନେ ଦେବାକୁ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଙ୍କୁ ସମର୍ଥନ କରି ଆଜି ପ୍ରଚାର ମଙ୍ଗ ଧରିଥିବା ରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ପାଇଁ ନୂତନ ଆଶା ସଂଚାର କରିଛି । ବିଶେଷ କରି ଏହି ଗୌଡ ଗୋଷ୍ଠୀ କୁ ନେଇ କିଛିଦିନ ଧରି ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଖୋଲାଖୋଲି ଏହି ଗୋଷ୍ଠୀ ବାହାରିବା ପରେ ସେସବୁ ଆଲୋଚନା ର ଅନ୍ତ ଘଟିଛି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ରବୀନ୍ଦ୍ର ଦଲ ଭି , ପି:ସି:ସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଜିଲ୍ଲା ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜ ,ସୁନିଲ ପଣ୍ଡା ପଦ୍ମପୁର ବ୍ଲକ ସଭାପତି ଶାଇବ ଶବର ତୁଲାସା ଶବର , ରାଜୀବ ସାହୁ , ଗୁଡ଼ାରୀ ନଗର ସଭାପତି ପ୍ରମୋଦ ପତି, ପି : ରମେଶ , ଗୁଣପୁର ଜିଲ୍ଲା ପରିଷଦ ସଭ୍ୟ ଇଗାନ ଶବର, କୁନି ନିମା ଲା ,ତରଣି ସେନ ଶତପଥୀଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ। ତେବେ କଂଗ୍ରେସ ରେ ବହୁ ଆଶାୟୀ ଙ୍କୁ ଟିକେଟ ନ ମିଳିବାରୁ ସେହି ଆଶାୟୀ ପ୍ରାର୍ଥୀ ମାନେ ସ୍ବାଧିନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଅଣ୍ଟା ଭିଡି ଥିବା ଓ ସେହି ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ଆଜିର କାର୍ଯ୍ୟକ୍ରମ ରେ ସାମିଲ ହୋଇନଥିବା ଦେଖିବାକୁ ମିଳିଥିଲା । ତେଣୁ ଏହା କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି । ଆଜିର ଏହି କଂଗ୍ରେସ ର ବିରାଟ ଶୋଭାଯାତ୍ରା ରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗୀରି ଶଙ୍କର ଉଲ୍ଲକା ଉପସ୍ଥିତ ରହି ପାରିନଥିଲେ ସୁଦ୍ଧା ଶେଷ ମୂହୁର୍ତ୍ତ ରେ ପହଞ୍ଚି ଦଳୀୟ କର୍ମୀ ଓ ନେତା କୁ ଭେଟି ଆଲୋଚନା କରିଥିବା ଜଣାପଡିଛି ।

 

0
0
0
s2sdefault