ପ୍ରସିଦ୍ଧ ବୈଶାଖ ମେଳାର ପୋଷ୍ଟର ଉନ୍ମୋଚନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼ ;- ଆସନ୍ତା ମେ ମାସ 19 ତାରିଖ ରୁ 23 ତାରିଖ ପର୍ଯନ୍ତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ର ଭବ୍ୟ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ଆଜି ମହାପ୍ରଭୁଙ୍କ ମନ୍ଦିର କାର୍ୟ୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ ସାମ୍ବାଦିକ ବଡ଼ ସତପଥୀ , ମନ୍ଦି ର ବରିଷ୍ଠ ସେବାୟତ ଶ୍ରୀ ସୁବୋଧ ପଣ୍ଡା ପ୍ରମୁଖ , ଜନ୍ମୋତ୍ସବ ଓ ମେଳାର ପ୍ରଚାର ପ୍ରସାର ପାୟ ପୋଷ୍ଟରର ଉନ୍ମୋଚନ କରିଛନ୍ତି । ସୂଚନାଯୋଗ୍ୟଯେ ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାର ଅୟୋଜନରେ ଓଡିଶା , ଛତିଶଗଡ଼ ଓ ଅନ୍ୟ ରାଜ୍ୟମାନଙ୍କରୁ ହଜାର ହଜାର ଲୋକଙ୍କ ସମାଗମ କୁ ନଜର ରେ ରଖି ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଅୟୋଜନକୁ ସୁଚାରୁ ରୂପରେ ପରିଚାଳନା ପାଇଁ ପ୍ରସ୍ତୁତିକୁ ଜୋରସୋରରେ ଆରମ୍ଭ କରି ଦିଆ ଯାଇଛି । ମେ ମାସ ର ତୃତୀୟ ସପ୍ତାହ ରେ ଅନ୍ତିମ ସମୟରେ ମେଳା ହେଉଥିବାରୁ ପ୍ରବଳ ତାତି କୁ ଆଖି ଆଗରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ଚଳିତ ବର୍ଷ ମେଳା ସମୟରେ ସାଧାରଣ ନିର୍ବାଚନ ହେଉଥିବାରୁ ଚଳିତ ବର୍ଷ ଭିଡ଼ ବହୁମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ , ସ୍ୱାସ୍ଥ୍ୟ ବିଭାଗ , ପାନୀୟ ଜଳ ବିଭାଗ , ଅଗ୍ନିଶମ ବିଭାଗ , ପୋଲିସ ବିଭାଗ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆକ୍ଟିଭ ରହିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସୂଚିତ କରି ଦିଆଯାଇଥିବା କାର୍ୟ୍ଯନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି | ମହାପ୍ରଭୁଙ୍କ ଜନ୍ମୋତ୍ସବ ର ର ସମସ୍ତ ନୀତି ନିୟମ ତଥା ମେଳାର ସଫଳ ଅୟୋଜନକୁ ସମ୍ପାଦନ କରିବା ନିମନ୍ତେ ଅଞ୍ଚଳ ବାସୀ ତଥା ଶ୍ରଦ୍ଧାଳୁ ମାନଙ୍କ ସହଯୋଗ କାମନା କରିଛନ୍ତି ।।

0
0
0
s2sdefault