"ପିଟିପିଟି ମାରିଦେଲେ ମୋ ପୁଅକୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୋଗ କଲେ ମୃତକଙ୍କ ମା।।

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅଧିନ ବଡଚାଟରା ଗ୍ରାମର ସ୍ବର୍ଗତ ଡମ୍ବରୁ ମହାନ୍ତ(୧୯)ଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ମୁତକଙ୍କ ମାଆ ସରସ୍ବତୀ ମହନ୍ତଙ୍କ ଲିଖିତ ଏତେଲା କ୍ରମେ ଆଜି ଦିନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ ତାଙ୍କ ପୁଅକୁ ବଡ଼ଚାଟରା କେନାଲ ଛକ ନିକଟରେ କିଛି ପିଲା ସଂଘବଦ୍ଧ ଭାବେ ନିର୍ଧୁମ ମାରପିଟ କରୁଛନ୍ତି। ବୋଲି ଶୁଣିବାକୁ ପାଇଲେ ,ସେ ଆସି କାରଣ ପଚାରିବାରୁ ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ଠେଲା,ପେଲା କରିବା ସମୟରେ ଛକ ନିକଟରେ ଥିବା ଦୋକାନୀ ମାନେ ଆସି ମାଆ, ପୁଅକୁ ଉଦ୍ଧାର କଲେ ଓ ପୁଅକୁ ନେଇ ସେ ଘରକୁ ପଳାଇ ଆସିଲେ। ଏହି ସମୟରେ ସ୍ଥାନୀୟ ସାନଚାଟରା ଗ୍ରାମର ସୁବ୍ରତ ମହାପାତ୍ର, ବିଶ୍ୱଜିତ ମହାନ୍ତି, ଜାତୁ ନାଏକ, ଅଭିଜିତ ମହାପାତ୍ର, ଟୁଟୁ ବସା ଓ ବଳିଆ ନାମକ ବ୍ୟକ୍ତି ତାଙ୍କ ଘରକୁ ଆସି ତାଙ୍କ ପୁଅକୁ ମାରପିଟ କରିବା ସହିତ ତାଙ୍କୁ ଗାଳିଗୁଲଜ କରି ଜୀବନରୁ ମାରି ଦେବାର ଧମକ ଦେଇ ପଳାଇଗଲେ। ପଳାଇ ଯିବା ସମୟରେ ଓଡ଼ି୧୧ ୨୨୯୫ ନମ୍ବର ବିଶିଷ୍ଟ ବାଇକ ଛାଡି ପଳାଇଗଲେ। ସେମାନେ ପଳାଇଯିବାର ଅଳ୍ପ ସମୟ ପରେ ଛାତିରେ ବହୁତ ଗୋଇଁଠା, ବିଧା ମାଡ଼ ହୋଇଛି,ମୋତେ ବଞ୍ଚାଅ ମାଆ,ଏତିକି କହୁ କହୁ ତାଙ୍କ ପୁଅର ବାନ୍ତି ହେଲା ଓ ଛାତିରେ ବହୁତ ଯନ୍ତ୍ରଣା ହେଲା। ସେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ବୋଲେର ଯୋଗେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପହଞ୍ଚାଇବା ବେଳକୁ ଡାକ୍ତର ମୃତ ଘୋଷଣା କଲେ।ଖବର ପାଇ ଝାରପୋଖରିଆ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଦେହକୁ ଜବଦ କରିବା ସହିତ ଥାନା କେଶ ନମ୍ବର ୯୫/୨୦୨୪ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁଇ ଜଣ କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫୋରାର ଅଛନ୍ତି ବୋଲି ସୂଚନା ମିଳିଛି ।ତେବେ ସମସ୍ତେ ନିର୍ଦିଷ୍ଟ ଦଳ ର ବୋଲି ପ୍ରଥମ ତଦନ୍ତ ରୂ ଜଣାପଡ଼ିଛି। ତେବେ ଆଗକୁ ସତରେ ନ୍ୟାୟ ମିଳୁଛି ନା ଫାଇଲ୍ ତଳେ ଚାପି ହୋଇ ରହିଯାଉଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

0
0
0
s2sdefault