ଯାଜପୁର:ପ୍ରତ୍ୟେକ ବର୍ଷ ଅକ୍ଟୋବର ୨୯ ରୁ ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥାଏ । ଦୁର୍ନୀତିକୁ ପ୍ରତିହତ କରି ଏକ ସମୃଦ୍ଧ ସମାଜ ଗଠନ ପାଇଁ ଜନ ସଚେତନତା ସୃଷ୍ଟି ଊଦେ୍ଧଶ୍ୟରେ ବୁଧବାର ପୂର୍ବାହ୍ନରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଊଦ୍ଘାଟନ କରିଥିଲେ । ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରୁ ବାହାରିଥିବା ଏହି ଶୋଭାଯାତ୍ରା ସହର ପରିକ୍ରମା କରିଜିଲ୍ଲା ସ୍କୁଲ ଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗର ଊପ ଆରକ୍ଷୀ ଅଧିକ୍ଷକ ବନମାଳୀ ଧଳ, ଇନିସ୍ପେକ୍ଟର ଅନସୂୟା ସେନାପତି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଲା ସ୍କୁଲ ଶିକ୍ଷକ ଜୟୀଋଦ୍ଧିନ ଖାଁ , ନିରଂଜନ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟ
ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ।
- Hits: 468