ହେଡଲାଇନସ୍:

 "ଦୁର୍ନୀତି ଏକ ବିକଳ ମାନସିକତା, ଏଥିରେ ଅଳ୍ପେ ବହୁତେ ପ୍ରତ୍ୟେକ ଜଡିତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରେ ଦୁର୍ନୀତି ନିବାରଣ ସଚେତନତା ଦିବସ ପାଳିତ ।

ଯାଜପୁର/Jayashankar Dash : ଦୁର୍ନୀତି ଏକ ବିକଳ ମାନସିକତା । ଏଥିରେ ଅଳ୍ପେ ବହୁତେ ପ୍ରତ୍ୟେକ ଜଡିତ । ଅଥଚ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଦୁର୍ନୀତିଗ୍ରସ୍ଥ ବୋଲି କହିଚାଲିଚ୍ଥନ୍ତି । ତେଣୁ ବ୍ୟକ୍ତିଗତ ଓ ସାମାଜିକ ଜୀବନରୁ ଦୁର୍ନୀତିକୁ ଦୂରେଇବା ପାଇଁ ପ୍ରତ୍ୟେକ ସଂକଳ୍ପବଦ୍ଧ ହେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଓ ଏହାର ମୁଳୋତ୍ପାଟନ ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । ବର୍ତ୍ତମାନ ସମାଜରେ ଗୋଟିଏ ପ୍ରକାର ଲୋକ ଦୁର୍ନୀତି କରି ଊପଭୋଗ କରୁଥିବା ବେଳେ ଅନ୍ୟ ଜଣେ ଅସହାୟ ହୋଇ ବସୁଚ୍ଥି ଏବଂ ଅନ୍ୟ ଜଣେ ନିଜ ଭାଗ ଖୋଜୁଚ୍ଥି । ଦୁର୍ନୀତି କରୁଥିବା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି, ଉଭୟ ସମାଜ ପାଇଁ କ୍ଷତିକାରକ । କେବଳ ପ୍ରଶାସନ ବା ସରକାର ଚାହିଁଲେ ଏହାର ମୁଳୋତ୍ପାଟନ ସମ୍ଭବ ନୁହେଁ । ସାଧାରଣ ଲୋକମାନେ ସେମାନଙ୍କର ହକ୍ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସଂପର୍କରେ ସଚେତନ ହେଲେହିଁ ଏହାର ବିଲୋପ ଘଟିପାରିବ । ପ୍ରକ୍ରିୟାରେ ସଂସ୍କାର ଘଟିଲେ ଏହା ସହଜ ହେବ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୁଧେନ୍ଦୁ ସାହୁ ଦୁର୍ନୀତିର ବିଲୋପ ପାଇଁ ଅନେକ ପଦକ୍ଷେପ ନିଆଯାଇଚ୍ଥି ବୋଲି ସୂଚନା ଦେଇଥିଲେ । ବିଭିନ୍ନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଉଚ୍ଥି । ପ୍ରତ୍ୟେକ ପରିବାର ମଧ୍ୟରୁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଊଠୁ । ପିଲା ମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧକୁ ପ୍ରତିଷ୍ଠିତ କରିବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ । ସରକାରୀ କର୍ମଚାରୀଙ୍କ ସଂଖ୍ୟା ଶତକଡା ମାତ୍ର ୩ ଭାଗ । ଅଥଚ ଦୁର୍ନୀତି କଥା ଊଠିଲେ କେବଳ କର୍ମଚାରୀ ବା ଅଧିକାରୀଙ୍କୁ ହିଁ ବୁଝାଊଚ୍ଥି । ତେଣୁ ଦୁର୍ନୀତିକୁ ପ୍ରଶମନ କରିବାକୁ ପ୍ରତ୍ୟେକ ସଂପଳ୍ପବଦ୍ଧ ହେବା ଊଚିତ । ତେବେ ସାଧାରଣରେ ବ୍ୟାପକ ସଚେତନତା ହିଁ ଦୁର୍ନୀତିକୁ ନିୟନ୍ତ୍ରଣ କରିପାରିବ ବୋଲି ଶ୍ରୀ ସାହୁ ମତ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିବା ସହ ଦୁର୍ନୀତିର ମୁଳୋତ୍ପାଟନ ପାଇଁ ପ୍ରତ୍ୟେକ ଊଦ୍ୟମ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଦୁର୍ନୀତି ନିବାରଣ ବିଭାଗର ଊପ ଆରକ୍ଷୀ ଅଧିକ୍ଷକ ବନମାଳୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଚିତାଳୋ ମହାବିଦ୍ୟାଳୟର ଚ୍ଥାତ୍ର ଦୁର୍ଗା ଶଙ୍କର ପାଢୀ , ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ରୀ କ୍ରିଷ୍ଣାରାଣୀ ଦାଶ ଓ ଚ୍ଥାତ୍ର କେଶରୀ ପ୍ରସାଦ ମହାନ୍ତି ଦୁର୍ନୀତିର ସଂଜ୍ଞା ଓ ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ନାଗରିକ ଊଦୟନାଥ ପରିଡା ଓ ପରମାନନ୍ଦ ନାୟକ ଦୁର୍ନୀତି ନିବାରଣ ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଚ୍ଥାତ୍ର ଚ୍ଥାତ୍ରୀ ଓ ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ

0
0
0
s2sdefault