ହେଡଲାଇନସ୍:

 ଲାଲଗଡ଼ରେ ପୋଲିସ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଓ ଗଜପତି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଂଚଳ ନକ୍ସଲ ମାନଙ୍କ ଲାଲଗଡ଼ ଭାବେ ପରିଚିତ ଥିବା ସମୟରେ ପୋଲିସ ଓ ପ୍ରଶାସନ ର ମିଳିତ ସହଯୋଗରେ ଲୋକଙ୍କ ସଚେତନ କରାଇବା ପାଇଁ ଆଜି ପଦ୍ମପୁର ବ୍ଲକର ନୂଆଗଡ ପଂଚାୟତର ନାରାୟଣପୁର ହାଟପଦା ଠାରେ ପୋଲିସ ସଚେତନତା କାର୍ଯ୍ୟକ୍ରମ କରାଇଛନ୍ତି | ଏହା ଉପଲକ୍ଷେ ପ୍ରଶାସନ ତରଫରୁ ଏକ ସଚେତନ ସଭାର ଆୟୋଜନ କରାଯାଇଥିଲା | ଏହି ସଭାରେ ପଦ୍ମପୁର ବ୍ଲକ ବିହନ ବିକ୍ରୟ ଅଧିକାରୀ ଦାଶରଥି ସେନାପତି ଓ ଶିକ୍ଷକ ମନୋଜ ଜେନା ମଂଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର , ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଆର.ରାହୁଲ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବ ପ୍ରସାଦ ପାଢ଼ୀ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ, ଗୁଣୁପୁର ଏସ୍ଡ଼ିପିଓ ଅଶ୍ୱିନୀ କୁମାର ନାୟକ, ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଗସ୍ତି ପ୍ରଧାନ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ପଦ୍ମପୁର ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ | ଏଠାକାର ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକେ କିଭଳି ବିପଥଗାମୀ ନ ହୋଇ ଗଂଜେଇ ଚାଷରୁ ନିବୃତ୍ତ ହୋଇ ଧାନ, ମାଣ୍ଡିଆ,କୋଳଥ ତଥା ପନିପରିବା ଚାଷ ଭଳି ଲାଭଜନକ ଚାଷ କରିପାରିବେ ଓ ପୋଲିସକୁ ଭୟ ଛାଡି ବିଭିନ୍ନ ସମସ୍ୟାରେ ସହଯୋଗ କରିପାରିବେ ଏବଂ ଜିଲ୍ଲାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ଗୁଣି ଗାରେଡି ଛାଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇବେ ଓ ନିଜ ଅଂଚଳରେ ଆତ୍ମନିର୍ଭରଶୀଲ ଭାବେ କାର୍ଯ୍ୟକାରୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ତା ଉପରେ ବିଶଦ ଆଲୋଚନା କରି ପରାମର୍ଶ ଦିଆଯାଇଥିଲା | ଉକ୍ତ ସଚେତନ କାର୍ଯ୍ୟରେ ନୂଆଗଡ, ଗୁଲୁଗୁଡା , ତେମ୍ବାଗୁଡା , ଓ ଲିକିଟିପଦର ଅଂଚଳର ସରପଞ୍ଚ , ସମିତି ସଭ୍ୟ ସଭ୍ୟା ଓ ଜଣ ସାଧାରଣ ଯୋଗ ଦେଇଥିଲେ | ଏହି ସଚେତନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ,ଶିଶୁ କଲ୍ୟାଣ ବିଭାଗ,ଆସ ଓ ଅଙ୍ଗନବାଡି ଙ୍କ ତରଫରୁ ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା | ଏଥିରେ ନାରାୟଣପୁର ଅଂଚଳର ଆଦିବାସୀଙ୍କ ନୃତ୍ୟ ଓ ପଦ୍ମପୁର ହୋମ୍ଗାର୍ଡ ରମେଶ ବହୁକଙ୍କ ସଂଗୀତ ମଞ୍ଚରେ ମନମୁଗ୍ଧ କରିଥିଲା | ଅନ୍ୟମାନଙ୍କ ମଧ୍ୟରେ ଗୋଦାବରୀ ରାଉତ, ଦେବେନ୍ଦ୍ର ପଢି, ଓ ରଘୁନନ୍ଦନ ନାୟକଙ୍କ ସହ ବହୁ ଲୋକ ସହଯୋଗ କରିଥିଲେ |

0
0
0
s2sdefault