ଆସନ୍ତା ୨୫ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ସୋନପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା

  •  ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଭୂବନେଶ୍ୱରଠାରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ରାତ୍ରିଯାପନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା

  •  ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢିବ ବିଜେପି : ଗୋଲକ ମହାପାତ୍ର


ଭୁବନେଶ୍ୱର, ତା.୨୧/୦୪: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ । ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

0
0
0
s2sdefault