ବାପା ନାମରେ କଳଙ୍କ: ପୁତ୍ର କୁ ହାଣିଲା ବାପା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର : କଟୁରୀ ସହିତ ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ l 

 (ମାହାଙ୍ଗା-ଶାସକ ପ୍ରଶାସକ): ଏଭଳି ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଘଟିଛି ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତରେ l ପାରିବାରିକ କଳହ ପାଇଁ ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତର ୪ ନମ୍ବର ୱାର୍ଡ ରେ ଘଟିଯାଇଛି ଏକ ଲୋମଟାଙ୍କୁରା ଘଟଣା l ଏହି ଗ୍ରାମର ମାନସ ବେହେରା ଓ ପୁତ୍ର ଅଜିତ ବେହେରା ଙ୍କ ମଧ୍ୟରେ ମାତ୍ର ୧୦୦ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା l ବାସ ଘଟଣା ମାତ୍ର କିଛି ସମୟ ପରେ ବାହାରକୁ ବାପା ମାନସ ଚାଲି ଯାଇଥିଲା,ଠିକ୍ ମଧ୍ୟାହ୍ନ ସମୟରେ ଘରେ ସମସ୍ତେ ଖାଇ ପିଇ ସୋଇଥିଲେ,ପୁଅ ଅଜିତ ଖଟ ଉପରେ ଏକୁଟିଆ ସୋଇଥିବା ଅବସ୍ଥାରେ ବାପା ମାନସ ହଠାତ ରୁମ୍ ରେ ପହଞ୍ଚି ହାତରେ ଏକ ଧାରୁଆ କଟୁରୀ ଧରି ପୁଅ ର ବେକକୁ ଚୋଟା ମାରି ହାଣି ଦେଇ ରକ୍ତାକ୍ତ କରିଥିବା ଜଣାଯାଇଛି l ପୁଅର ଚିତ୍କାର ଶୁଣି ଘର ଓ ପଡ଼ୋଶୀ ଲୋକେ ଧାଇଁ ଆସି ବାପା ମାନସ କୁ କାବୁ କରି ଏକ ରସି ସାହାଯ୍ୟରେ ବାନ୍ଧି ପକାଇଥିଲେ ସତ କିନ୍ତୁ ପୁତ୍ରର ଅବସ୍ଥା ଅତି ସାଙ୍ଘାତିକ ହୋଇ ଯାଇଥିଲା l ପୁଅକୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ମାହାଙ୍ଗା ମେଡିକାଲ ଓ ଅବସ୍ଥା  ଗୁରୁତର ହେବାରୁ ତୁରନ୍ତ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଏହିଭଳି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା ବେଳେ  ଘଟଣାସ୍ଥଳରେ ପୋଲିସ ପହଁଚି କଟୁରୀ କୁ ଜବତ କରିବା ସହିତ ଅଭିଯୁକ୍ତ ବାପାକୁ ଗିରଫ କରିଛି l

0
0
0
s2sdefault