ଡବଲ ଇଞ୍ଜିନ ସରକାର ହେଲେ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ବାସୁପାଲି ଜନସମାବେଶରେ କେନ୍ଦ୍ରମନ୍ତ୍ରୀ

  • • ମୋଦୀ ଗରିବ, ଦୁଃଖୀ ଓ ଅସହାୟଙ୍କ ସାହାରା ହୋଇଛନ୍ତି

  • • ରେଢାଖୋଲ ଜନସମାବେଶ ମଞ୍ଚରୁ ବିଡି ଶ୍ରମିକଙ୍କୁ ମୋଦୀ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଲେ

  • • ବିଡି ଶ୍ରମିକଙ୍କ ଇପିଏଫ ସମସ୍ୟା ଦୂର କରିବା ସହ ଚିକିତ୍ସା ସୁବିଧା ଯୋଗାଯିବ

  • • ପ୍ରଧାନମନ୍ତ୍ରୀଙ୍କ ସରକାର ହେଉଛି ଗରିବ କଲ୍ୟାଣକାରୀ ସରକାର

  • • ଅନୁଦାନ ବାଟମାରଣା ରୋକିବା ପାଇଁ ଦରକାର ଡବଲ ଇଞ୍ଜିନ ସରକାର

  • • ଡଙ୍ଗରପଡ଼ା ଜଗନ୍ନାଥ ମନ୍ଦିର ଓ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ


Imageରେଢାଖୋଲ, ଏପ୍ରିଲ ୨୧: ମୋଦୀ ସରକାର ଗରିବ, ଦୁଃଖୀ ଓ ଅସହାୟଙ୍କ ସାହାରା ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ସବୁ ବର୍ଗଙ୍କ ସମସ୍ୟାର ସମାଧାନ ସହ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ ବୋଲି ରବିବାର ସମ୍ବଲପୁର ଜିଲ୍ଲା ରେଢାଖୋଲ ବାସୁପାଲି ଠାରେ ଜନସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageଶ୍ରୀ ପ୍ରଧାନ କହିଛନ୍ତି, ରେଢାଖୋଲ ନିର୍ବାଚନମଣ୍ଡଳୀର ଯୁଯୁମୁରା ହେଉଛି ବିଡି ତିଆରି କରୁଥିବା କାରିଗରଙ୍କ ଅଞ୍ଚଳ । କିନ୍ତୁ ଏଠାରେ ସ୍ୱଚ୍ଛ ପିଇବା ପାଣି ମୁନ୍ଦିଏ ମିଳୁନାହିଁ । ଅଧିକାଂଶ ଗରିବ ପରିବାର ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ସମସ୍ୟା ରହିଛି । ଏସବୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ମତାମତ ନିଆଯାଇ ବିଡି କାରଖାନା ମାଲିକଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ସାରା ଓଡ଼ିଶାରେ ଥିବା ବିଡି ଶ୍ରମିକମାନଙ୍କୁ ମୌଳିକ ସୁବିଧା ଯୋଗାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା, ପିଏଫ ସୁବିଧା ମିଳିବ । ଏହା ହିଁ ମୋଦୀ ଗ୍ୟାରେଣ୍ଟି ।

Imageସେହିପରି ବିଡି ଶ୍ରମିକଙ୍କ ପାଇଁ ଜଙ୍ଗଲଜାତ ଦ୍ରବ୍ୟର ଏମଏସପି ମୂଲ୍ୟ ବୃଦ୍ଧି କରିବା ଠାରୁ ଆରମ୍ଭ କରି ସେମାନଙ୍କ ପିଲା ମାନଙ୍କର ପାଠପଢା ପାଇଁ ଦାୟିତ୍ୱ ନେଇଛନ୍ତି । ସେମାନଙ୍କ ଇପିଏଫ୍ ସମସ୍ୟାର ସମାଧାନ ହେବା ସହ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ବେଳେ ଏହା ବାଟମାରଣା ହୋଇଯାଉଛି । ଏହାକୁ ରୋକିବା ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ ।

ଜନସମାବେଶ ପୂର୍ବରୁ ଶ୍ରୀ ପ୍ରଧାନ ରେଢାଖୋଲ ଡଙ୍ଗରପଡ଼ା ଜଗନ୍ନାଥ ମନ୍ଦିର ଓ ଟାମ୍ପରଗଡ ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

0
0
0
s2sdefault