ହେଡଲାଇନସ୍:

ବିଜେଡି ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ କର୍ମୀ ସମ୍ବିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ ( ଶାସକ ପ୍ରଶାସକ )ପ୍ରଥମ ପର୍ଯାୟ ନିର୍ବାଚନ ପାଁଇ ପ୍ରାଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବହୁ ଚର୍ଛିତ ନର୍ଲା ବିଧାନସଭା ଆସନ ପାଁଇ ପ୍ରାଥୀନି ହୋଇଥିବା ମନୋରମା ମହାନ୍ତି ତାଙ୍କର ପ୍ରଚାର କାର୍ଯ୍ୟ ଜୋରସୋର ରେ ଚାଳିଛି । ବିଜେଡି କର୍ମୀମାନଙ୍କୁ ସାଙ୍ଗଠିତ କରିବାର ପ୍ରକ୍ରିୟା ମଧ୍ୟ୍ୟ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳୁଛି। ନର୍ଲାରେ ତ୍ରିମୁଖି ଲଢ଼େଇ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ପୁରୁଣା ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ନର୍ଲାରେ କଂଗ୍ରେସର ବିଧାୟକ ପ୍ରାଥୀ ହୋଇଛନ୍ତି। ନର୍ଲା ରାଜ୍ୟର ସବୁଠାରୁ ହଟ ସିଟ ହୋଇଥିବା ବେଳେ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ରହିଥିବା ବିଜେଡିର ବିଧାୟିକା ପ୍ରାଥୀନି ମନୋରମା ମହାନ୍ତି ଗୋଟିଏ ପାଦ ଆଗରେ ରହି ତାଙ୍କର ପ୍ରଚାର ପ୍ରସାର ଜୋର ଧରି ଗ୍ରାମ ପରୀକ୍ରର୍ମା କରି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଏହା କ୍ରମରେ ବିଜେଡି କର୍ମୀ ମାନଙ୍କୁ ସଙ୍ଗଠିତ କରିବା ପାଁଇ କର୍ମୀ ସମ୍ବିଳନୀ କରି କର୍ମୀକୁ ଉତ୍ସାହିତ କରିଛନ୍ତି ପ୍ରାଥୀନୀ ମନୋରମା। ପୂର୍ବାହ୍ନ ୧୦ ଟା ସମୟରେ ମ. ରାମପୁର ଅଞ୍ଚଳର ୫୦୦ ରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ମ. ରାମପୁରରେ ଏକ ଭବ୍ୟ କର୍ମୀ ସମ୍ବିଳନୀ କରିଥିଲେ ବିଜେଡି ପ୍ରାଥୀନୀ। ଅପରାହ୍ନ ୫ ଟା ସମୟରେ ନର୍ଲା ବସ୍ତିରେ ବୁଲି ବୁଲି ପ୍ରଚାର କରିବା ସହ ମିଚ୍ଛି ରେଷ୍ଟରଂଟରେ ଶତାଧିକ ମହିଳା ଓ ପୁରୁଷ କର୍ମୀଙ୍କୁ ନେଇ ନିର୍ବାଚନ ରଣନୀତି ପ୍ରସ୍ତୁତି ନେଇ କର୍ମୀ ସମ୍ବିଳନୀ କରିଥିଲେ ପ୍ରାଥୀନୀ ଶ୍ରୀମତୀ ମହାନ୍ତି। ଏଥିରେ ନର୍ଲାର ବରିଷ୍ଠ ନାଗରିକ ଶିବଦାସ ଚାନ୍ଦ, ମହେଶ ଚାନ୍ଦ, ସାନକୁନୁ ଚାନ୍ଦ, ମନ୍ତଥ ପୁଝାରୀ, ମନ ସାହୁ, ନର୍ଲା ପଞ୍ଚାୟତ ବିଜେଡି ସଭାପତି କିଶୋର ମାଝୀ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ବ୍ଲକ ଛାତ୍ର କଂଗ୍ରେସ ସଭାପତି ଘାସିରାମ ସାହୁ, ଚନ୍ଦ୍ରଶେଖର ପୁଝାରୀ, ବଡ ହଂସ, ପୂର୍ଣ୍ଣ ପୁଝାରୀ, ପ୍ରମୁଖ ଙ୍କସମେତ ଶତାଧିକ ବିଜେଡି କର୍ମୀ ଓ ସ୍ୱଂୟଂ ସହାୟକ ଗୋଷ୍ଟୀର ଶତାଧିକ ମହିଳା ଉପସ୍ଥିତ ରହି ବିଧାୟିକା ପ୍ରାଥୀନୀ ମନୋରମା ମହାନ୍ତିଙ୍କୁ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ବିଧାନସଭା କ୍ଷେତ୍ରପାଁଇ ମନଲାଖି ପ୍ରାଥୀନି ଦେଇ ଥିବା ତାଙ୍କ ବକ୍ତବ୍ୟରେ କହିବା ସହ ସ୍ଥାନୀୟ ପ୍ରାଥୀନୀ ଶ୍ରୀମତୀ ମହାନ୍ତିଙ୍କୁ ରେକର୍ଡ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବେ ବୋଲି ବୋଲି ଶପଥ ନେଇଥିଲେ। ଇତ୍ୟବସରରେ ନର୍ଲା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବିଜେଡି କାର୍ଯ୍ୟାଳୟକୁ ଫିତା କାଟି ଉଦଘାଟନ କରିଥିଲେ ପ୍ରାଥୀନି ଶ୍ରୀମତୀ ମହାନ୍ତି।ବିଧାୟିକା ପ୍ରାଥୀନୀ ହେବାପରେ ତାଙ୍କର ନର୍ଲା ଗ୍ରସ୍ତ କାର୍ଯ୍ୟକ୍ରମକୁ କର୍ମୀ ଜନସାଧାରଣ ମହଲରେ ଭବ୍ୟ ସ୍ୱାଗତ କରଯାଇଥିଲା। ପ୍ରଥମଥର ପାଁଇ ନର୍ଲାରେ ସ୍ଥାନୀୟ ଏବଂ ନୂଆ ପ୍ରାଥୀନୀଙ୍କ ପାଁଇ କର୍ମୀ ମହଲରେ ଏବଂ ନୂତନ ଉତ୍ସାହ ଓ ଉଦିପନା ଦେଖିବାକୁ ମିଳିଥିଲା। ବିଜେଡି ପ୍ରାଥୀନୀ ଶ୍ରୀମତୀ ମହାନ୍ତି ଙ୍କନେତୃତ୍ୱ ଅନୁଷ୍ଠିତ କର୍ମୀ ସମ୍ବିଳନୀ କୁ ବିଜେଡି ର ବରିଷ୍ଠ ନେତା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ଟିକେଲାଲ ସାହୁ, ସାମ୍ବାଦିକ ରଞ୍ଜନ ମହାନ୍ତି, ପ୍ରମୁଖ ପରିଚାଳନା କରିଥିବା ବେଳେ ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି ତସିଲ ସାହୁ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଟୁଟୁ ସେଠି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସନ୍ଦ୍ୟା ୭ଟା ସମୟରେ ଶ୍ରୀମତୀ ମହାନ୍ତି ଶାନ୍ତପୁର ଯାଇ କର୍ମୀମାନଙ୍କୁ ନିର୍ବାଚନ ରଣନୀତିର ଗୁରୁମନ୍ତ୍ର ଦେଇ ଥିଲେ l

0
0
0
s2sdefault