ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାରେ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ଶାସକ ପ୍ରଶାସକ) : ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସାମୁଦାୟିକ ଅବଶିଷ୍ଟ ଦେଶବାସୀଙ୍କ ସହିତ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଲୌହ ପୁରୁଷ ରୂପେ ବିଦିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମ ତିଥିକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି ।

ସିଇଓଙ୍କ ସମ୍ମେଳନ କକ୍ଷଠାରେ ଆୟୋଜିତ ଏକ ଶପଥ ଗ୍ରହଣ ଉତ୍ସବରେ ସିଇଓ, ଶ୍ରୀ ଅଶ୍ଵିନୀ କୁମାରଙ୍କ ଗହଣରେ ସିଇଓ ସଚିବାଳୟର ଅଧିକାରୀ ଓ କର୍ମଚାରୀମାନେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ। ପ୍ରକଳ୍ପ ବିଭାଗର ଇଡ଼ିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନୁରୂପ ଉତ୍ସବରେ ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ ଓ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟ ବିଭାଗର ଇଡ଼ିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନ୍ୟ ଏକ ଉତ୍ସବରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀଙ୍କ ଗହଣରେ ବହୁ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରିଥିଲେ। କାରଖାନାର ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ବିଭାଗଗୁଡିକରେ ମଧ୍ୟ ଉକ୍ତ ଦିନ ଅନୁରୂପ ଶପଥ ଗ୍ରହଣ ଉତ୍ସବମାନ ଅନୁଷ୍ଠିତ ହୋଇଥିଲା।

କର୍ମଚାରୀ ମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଓ ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାକୁ ପ୍ରସାର କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବା ନିମନ୍ତେ ସତ୍ୟନିଷ୍ଠାର ସହ ଶପଥ ନେଇଥିଲେ। ଦେଶର ଐକ୍ୟତାର ଭାବନାକୁ ନେଇ ସେମାନେ ଏହି ଶପଥ ଗ୍ରହଣ କରିଥିଲେ ଯାହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ଵାରା ସମ୍ଭବପର ହୋଇପାରିଥିଲା। ସେମାନେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିଜର ଯୋଗଦାନ ଦେବା ପାଇଁ ମଧ୍ୟ ସତ୍ୟନିଷ୍ଠାର ସହ ସଂକଳ୍ପ କରିଥିଲେ ।

0
0
0
s2sdefault