ହେଡଲାଇନସ୍:

ବେଲଗୁଣ୍ଠାର ବିଭିନ୍ନ ପଂଚାୟତ ଏବଂ ଏନ୍ଏସିରେ ବିଜେଡ଼ିର ମାରାଥନ୍ ପ୍ରଚାର ; ଶହ ଶହ ମହିଳା ସାମିଲ୍ ; ବହୁ ଯୁବକ ବିଜେଡ଼ିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ସୋରଡ଼ା ବିଧାୟକ ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ସକାଳ ଦଶ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ର ତନରଡା ପଂଚାୟତରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ପରେ ଉଢୁରା ପଂଚାୟତ ଏବଂ ବଙ୍କା ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ବିଧାୟକ ପ୍ରାର୍ଥିନୀ ଶ୍ରୀମତୀ ସ୍ୱାଇଁ ବୟସ୍କ ବ୍ୟକ୍ତିଙ୍କ ମୁଣ୍ଡିଆ ମାରି ଭୋଟ୍ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା I ପ୍ରବଳ ଖରା ସତ୍ତ୍ୱେ ବିଭିନ୍ନ ଗ୍ରାମରେ ମହିଳା ମାନେ ତାଙ୍କୁ ହୁଳହୁଳି ଦେଇ ସ୍ୱାଗତ କରିବା ସହିତ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ I ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ଠାରେ ପହଞ୍ଚିବା ପରେ ସନ୍ଧ୍ୟା ସାତ ଘଣ୍ଟା ସମୟରେ ଆସିକା ସାଂସଦ ପ୍ରାର୍ଥିନୀ ଡ଼.ରଞ୍ଜିତା ସହୁ ମଧ୍ୟ ଏହି ପ୍ରଚାରରେ ସାମିଲ୍ ହୋଇଥିଲେ I ଏହାପରେ ଏନ୍ଏସିର ଶହ ଶହ ମହିଳା ଏଥିରେ ଯୋଗ ଦେଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏନଏସିର ବିଭିନ୍ନ ୱାର୍ଡରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ I ଆଜି ବେଲଗୁଣ୍ଠା ଏନ୍ଏସିର ପେଣ୍ଠସାହି,ଗୋପୀନାଥ ସାହି,ରେଡୀକା ସାହି, ବାଙ୍କ ବଜାର, କୋଳି ସାହି, କଂସାରୀ ସାହି, ପଣ୍ଡା ସାହି, ବାଲିଡୀ ସାହି, ଜଗନ୍ନାଥପାଟଣା ସାହି,ଧୋବା ସାହି, ହାଟପଦା,ଆଳିଆ ସାହି ଏବଂ କେଉଟ ସାହିରେ ନିର୍ବାଚନୀ ପ୍ରଚାର କରିଥିଲେ I ଏହି ଅବସରରେ ଆଜି ବେଲଗୁଣ୍ଠା କଂଗ୍ରେସ୍ ର ନଗରପାଳ ପ୍ରାର୍ଥୀ ମନୋଜ କୁମାର ବେହେରା କଂଗ୍ରେସ୍ ଛାଡି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବିଜେଡ଼ି ଦଳରେ ସାମିଲ୍ ହୋଇଥିଲେ I ଏହା ସହିତ ଏକ ନମ୍ବର୍ ୱାର୍ଡ୍ ର ଯୁବ ସଂଗଠକ ବଳରାମ ରେଡ୍ଡୀଙ୍କ ନେତୃତ୍ୱରେ ରମେଶ୍ ରେଡ଼ୀ, ଭାସ୍କର ରେଡ଼ୀ,ଗାଣ୍ଡୁ ରେଡ଼ୀ, ଘନଶ୍ୟାମ ରେଡ଼ୀ,ଛଅ ନମ୍ବର୍ ୱାର୍ଡ୍ ର ଗଣେଶ ସାହୁ, ଶିବ ନାୟକଙ୍କ ସମେତ କୋଡିଏରୁ ଊର୍ଦ୍ଧ୍ଵ ଯୁବକ ବିଜେଡ଼ିରେ ସାମିଲ୍ ହୋଇଥିଲେ I ସେମାନଙ୍କୁ ସୋରଡ଼ା ବିଧାୟକ ଶ୍ରୀ ସ୍ଵାଇଁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ I ଦଳ ଛାଡିଥିବା ଏନ୍ଏସି ଉପାଧ୍ୟକ୍ଷାଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ଯେ ସେମାନେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡ଼ିରେ ନଥିଲେ I ସେ ତାଙ୍କର ସ୍ୱାର୍ଥ ପାଇଁ ବିଜେଡିକୁ ଆସିଥିଲେ, କିନ୍ତୁ ସ୍ୱାର୍ଥ ହାସଲ ହୋଇନପାରିବାରୁ ପୁଣି ଦଳରୁ ଇସ୍ତଫା ଦେଇଛନ୍ତି I ତେଣୁ ସେମାନେ ଦଳ ଛାଡିବା ଯୋଗୁଁ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ I ସେମାନେ ଦଳ ଛାଡ଼ିବା ପରେ ବର୍ତ୍ତମାନ ବହୁ ଯୁବକ ଦଳରେ ସ୍ଵତଃପ୍ରବୃତ ଭାବେ ଦଳରେ ସାମିଲ୍ ହୋଇଛନ୍ତି I ବର୍ତ୍ତମାନ ଦଳ ମଜବୁତ୍ ସ୍ଥିତିରେ ଅଛି ଏବଂ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରେକର୍ଡ୍ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବେ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ଏଥିରେ ବ୍ଲକ ବିଜେଡି ସଭାପତି ରାମେଶ୍ୱର ପାତ୍ର, ନଗର ବିଜେଡି ସଭାପତି ରବୀନ୍ଦ୍ରନାଥ ମହାପାତ୍ର, ନଗରପାଳ ଫିରୋଜ ସେଠି, ବ୍ଲକ ଅଧକ୍ଷ ପ୍ରତିନିଧି ଉମା ନାୟକଙ୍କ ସମେତ ବହୁ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ଦଳିଅ କର୍ମକର୍ତା ଯୋଗଦେଇଥିଲେ ।

0
0
0
s2sdefault