ହେଡଲାଇନସ୍:

ବାତ୍ୟାପରେ ଅସାଧାରଣ  କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ବିପର୍ଯ୍ୟୟ ପରିଚାଳନା ଦିବସ ୨୦୧୮ ପାଳନ ପରିପେକ୍ଷିରେ ରବିନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତିତଲି ବାତ୍ୟାରେ ଅସାଧାରଣ କାର୍ଯ୍ୟ  କରିଥିବା କିଛି କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଲୋକପ୍ରତିନିଧିଙ୍କୁ ପୁରସ୍କୃତ କରିଛନ୍ତି । ସେଥି ମଧ୍ୟରୁ ଗ୍ରାମୀୟ ଜଳ ପରିମଳ ବିଭାଗ ସହାୟକ ଯନ୍ତ୍ରୀ ପ୍ରହ୍ଲାଦ ସାହୁଙ୍କୁ ୮୩ଟି ନଷ୍ଟ ହୋଇଥିବା ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ଅତି କମ ସମୟ ଭିତରେ ଚାଲୁକରୁଥିବା ଯୋଗୁଁ ପୁରସ୍କୃତ ହୋଇଥିଲେ । ସେହିପରି କଇଁପୁର ପଞ୍ଚାୟତର ଲକ୍ଷ୍ମଣ ଶବର କଇଁପୁର ଠାରୁ କିଞ୍ଚିଲିଂ ପର୍ଯ୍ୟନ୍ତ ୯କିମି ରାସ୍ତାକୁ ଗ୍ରାମବାସୀଙ୍କ ସହାୟତାରେ ମରାମତି କରି ପୁରସ୍କୃତ ହୋଇଛନ୍ତି । ରା.ଉଦୟଗିରି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଅନିତା ମଣ୍ଡଳ ରଣ୍ଡିବା ଗ୍ରାମପଞ୍ଚାୟତର ସରପଞ୍ଚ ପଦ୍ମା ନାୟକ ଏବଂ ରଣ୍ଡିବା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମୀନତି ମିଶ୍ରଙ୍କୁ ରିଲିଫ ଯୋଗାଣ ପାଇଁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଇ ପ୍ରସାଦ ସାମଲ ଜିଲ୍ଲା ସଂଯୋଜକ ଚାଇଲଡ ଲାଇନକୁ ମଧ୍ୟ ପୁରସ୍କୃତ କରାଯାଇଛି । କାରଣ ସେ ତାଙ୍କର ୮ଜଣ ଟିମ୍‍ ସଭ୍ୟଙ୍କ ସହ ଲକ୍ଷ୍ମୀପୁରକୁ ଆତଙ୍କପୁର ପର୍ଯ୍ୟନ୍ତ ୬ଗୋଟି ୫୦କିଲୋ ଚାଉଳ ବସ୍ତା ବୃଦ୍ଧା ଲୋକଙ୍କ ଘରକୁ ବୋହି ନେଇଥିଲେ । ସେହିପରି ମାଛମରା ଗ୍ରାମର ଆତ୍ମନିଯୁକ୍ତି ଯନ୍ତ୍ରୀ ମେଘନାଦ ମହାରଣା ଟେଙ୍କର ଯୋଗାଇ ଦୁଇଟି ପଞ୍ଚାୟତରେ ନିୟମିତ ଜଳ ଯୋଗାଇଥିବାରୁ ପୁରସ୍କୃତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ବିଶ୍ୱାଳ ଯେ କି ଟ୍ରକ ମାଲିକ ତାଙ୍କ ଟ୍ରକରେ ଜେନେରେଟର ଲୋଡିଂ କରି ସେହି ଜେନେରେଟର ମାଧ୍ୟମରେ କେତେଗୋଟି ପାଇପରେ ଜଳ ଯୋଗାଣ ବ୍ୟବସ୍ଥା କରି ଲୋକ ମାନଙ୍କୁ ପାଣି ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।

0
0
0
s2sdefault