ହେଡଲାଇନସ୍:

ଗୃହ ପାଳିତ ପଶୁ ଓ ପକ୍ଷୀଙ୍କ ପାଇଁ ବ୍ୟାପକ ଚିକିତ୍ସାର ବନ୍ଦୋବସ୍ତ ସହ ହିତାଧିକାରୀଙ୍କୁ କ୍ଷତିପୁରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗତ ତିତଲି ବାତ୍ୟାରେ ଗଜପତି ଜିଲ୍ଲାରେ ବଡ ଗୃହପାଳିତ ପଶୁ ୩୯୦ଟି ପ୍ରାଣ ହରାଇଥିବା ବେଳେ ଛୋଟ ଗୃହପାଳିତ ପଶୁ ୨୧୫୭ଗୋଟି ଏବଂ କୁକୁଡା ୩୫୦୨ଟି ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମୃତ ଦେହକୁ ପୋଡି ନଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୦ଟି ଟିମ୍‍ ତିଆରି କରାଯାଇଥିଲା । ଏହି ପଶୁ ପକ୍ଷୀ ମାନଙ୍କୁ ପାଳୁଥିବା ୧୦୫୨ ହିତାଧିକାରୀଙ୍କୁ ଚିହ୍ନଟ କରି କ୍ଷତି ପୁରଣ ଦେବା ଆରମ୍ଭ ହୋଇଛି ଏମାନଙ୍କ ମଧ୍ୟରୁ  ସବୁଠାରୁ ଅଧିକ ରାୟଗଡ ବ୍ଲକରେ ୭୫୪ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଓଡିଶା ନିର୍ଦ୍ଦେଶାବଳୀ ଅନୁସାରେ ବଡ ଗୃହପାଳିତ ପଶୁଙ୍କ ପାଇଁ ୩୦ ହଜାର ଟଙ୍କା ଛୋଟ ଗୃହପାଳିତ ପଶୁଙ୍କ ପାଇଁ ୩୦୦୦ଟଙ୍କା ଏବଂ କୁକୁଡା ପାଇଁ ୫୦ଟଙ୍କା ଲେଖାଏଁ ନିର୍ଦ୍ଧାରିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫୫ଜଣ ହିତାଧିକାରୀଙ୍କୁ ୨୯,୨୦,୦୦୦ ଟଙ୍କା ବଣ୍ଟାଯାଇଛି । ଅନ୍ୟ ପଟେ ବର୍ତ୍ତମାନ ଥିବା ଗୃହପାଳିତ ପଶୁ ଏବଂ ପକ୍ଷୀ ପାଇଁ ୩୯୬ ମେଟ୍ରିକ ଟନ ଖାଦ୍ୟ ହିତାଧୀକାରୀଙ୍କୁ ବଣ୍ଟାଯାଇଛି । ବର୍ତ୍ତମାନ ଜିଲ୍ଲାରେ ରହୁଥିବା ପଶୁପକ୍ଷୀମାନଙ୍କ ଚିକିତ୍ସା ଏବଂ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ୩୨ଗୋଟି ଟିମ ୭୧୬ଟି ପଶୁ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି । ଏହି ଶିବିରରେ ୫୩,୫୯୪ ପଶୁ ପକ୍ଷୀଙ୍କୁ ଚିକିତ୍ସା କରାଯାଇଛି । ୩୨ଟି ଟିମ ମଧ୍ୟରୁ ୨୨ଗୋଟି ଟିମ ଜିଲ୍ଲାରୁ ବାହାରୁ ରାଜ୍ୟ ସରକାର ଯୋଗାଇଦେଇଥିବା ବେଳେ ଗଜପତି ଜିଲ୍ଲାରୁ ୧୦ଗୋଟି ଟିମ୍‍ କାର୍ଯ୍ୟରତ ଅଛନ୍ତି । ସଂକ୍ରମଣ ରୋଗ ଯଥା ଗଳାଫୁଲାରୁ ଗୃହପାଳିତ ପଶୁ ମାନଙ୍କୁ ରକ୍ଷା କରିବା ପାଇଁ ୬୬,୪୫୦ଗୋଟି ପଶୁଙ୍କୁ ପ୍ରତଷୋଧକ ଟିକା ଦିଆଯାଇଛି । ଏହିସବୁ ଉପରୋକ୍ତ କାର୍ଯ୍ୟ ଜିଲ୍ଲାପାଳ ଅନୁପମ ସାହାଙ୍କ ନେତୃତ୍ୱ ଏବଂ ପଶୁଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ଆଚାର୍ଯ୍ୟଙ୍କ ସିଧାସଳଖ ତତ୍ୱାବଧାନରେ ଚାଲୁ ରହିଅଛି ।

0
0
0
s2sdefault