ହେଡଲାଇନସ୍:

ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢେ଼ଇ ଜାରି ରଖିବାକୁ ପାଣ୍ଡିଆନଙ୍କ ଆହ୍ବାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ

ଭୁବନେଶ୍ୱର, ୨୯/୦୩/୨୦୨୪:ବିଜୁ ଯୁବଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।
ଯୁବକ ହେଉଛନ୍ତି ରାଜ୍ୟ ଗଠନରସୂତ୍ରଧର । ରାଜ୍ୟର ଯୁବଗୋଷ୍ଠୀ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି । ସେଥିପାଇଁ ଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ।
ଆଗାମୀ ୨୦୨୪ ନିର୍ବାଚନ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବା ସହ ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢେ଼ଇ ଜାରି ରଖିବା କ୍ଷେତ୍ରରେ ଗୁରୁମନ୍ତ୍ର ଦେଇଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠ ଥର ଓଡ଼ିଶାରେ ବିଜୁଜନତା ଦଳ ଆଗାମୀ ନିର୍ବାଚନରେ ସମୃଦ୍ଧିର ଶିଖର ଛୁଇଁବ । ଜାତୀୟ ଦଳମାନଙ୍କ ପାଇଁ ଓଡ଼ିଶା ହେଉଛି ବିନ୍ଦୁ ଏବଂ ବିଜୁଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ । ଜାତୀୟ ଦଳର ସାଂସଦ ମାନେ ରାଜ୍ୟର ସ୍ୱାର୍ଥ କଥା ସଂସଦରେ ନ ଉଠାଇ କେବଳ ନିଜସ୍ୱାର୍ଥ କଥା ଚିନ୍ତାକରନ୍ତି ଏବଂ ଜାତୀୟ ଦଳରସାଂସଦମାନେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଏବଂ ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି ।ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୁଦ୍ଧରେ କାମ କରୁଛନ୍ତି, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନକ୍ଷେତ୍ରରେ ଆଗକୁ ନେଇଛନ୍ତି । ଖାଦ୍ୟସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ, ପ୍ରାକୃତିକ ବିପର୍ଯ୍ୟୟ, କୃଷିକର୍ମଣ ପୁରସ୍କାରଏମିତି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହେଉଛି ।ଓଡ଼ିଶା ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର ଓଡ଼ିଶାବାସୀଙ୍କ ଆସ୍ଥା ରଖୁଥିବା ସମସ୍ତ ବଡ଼ମନ୍ଦିର, ମସଜିଦ, ଚର୍ଚ୍ଚର ସବୁ ଧର୍ମାବଲମ୍ବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରୂପାନ୍ତରୀକରଣ କରିଛନ୍ତି । ଓଡ଼ିଶାର ରାଜ୍ୟର ପ୍ରାୟ ୮୦୦୦ରୁ ଊଦ୍ଧ୍ୱ ର୍ବିଦ୍ୟାଳୟର ରୂପାନ୍ତରୀକରଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଛଅ ମାସ ମଧ୍ୟରେ ଲକ୍ଷ୍ମୀବସ ସେବା ଦ୍ୱାରା ସମସ୍ତ ଜିଲ୍ଲାରେ ପରିବହନ ଓ ଗମନାଗମନକୁ ସୁଦୃଢ଼ କରାଯାଇଛି । ଓଡ଼ିଶାର ଯୁବବର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯୁବ ବଜେଟ ଷଷ୍ଠ ପାଳିରେ ପ୍ରଥମ ଦିଗରହିଛି । ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟସବୁରାଜ୍ୟରେଛାତ୍ରବୃତ୍ତି୨୦ରୁ ୨୫% ରହିଛି । ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ ।
ନିଜ ବକ୍ତବ୍ୟରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁ ସାମାଜିକ ଗଣମାଧ୍ୟମରେ କଡ଼ାଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବଜନତା ଦଳର ଲଢେ଼ଇ ଦୁର୍ବାରରହିବ । ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି ।
ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ, ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁଜନତା ଦଳ ଓଡ଼ିଶା ରାଜନୀତିରେ ଇତିହାସ ରଚିବ । ଯୁବବିଜେଡ଼ି ସଭାପତି ଡ ବ୍ୟୋମକେଶ ରାୟ କହିଥିଲେ, ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ହେତୁଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ, କ୍ରୀଡ଼ା, ଦକ୍ଷତା ବିକାଶରେ ରୂପାନ୍ତରଣ ହୋଇଛି । ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁମୁଖ୍ୟମନ୍ତ୍ରୀସର୍ବଦା ପ୍ରତିଶ୍ରୁତିବଦ୍ଧ । ଯୁବଜନତା ଦଳରସଂଗଠନ ଦୁଇବିରୋଧୀ ଜାତୀୟ ତଳ ତୁଳନାରେବିଜୁ ଯୁବଜନତା ଦଳ ଅଧିକସଂଗଠିତ ଅଛି । ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେବିପୁଳବିଜୟଲାଭକରିବା ପାଇଁ ବିଜୁ ଯୁବଜନତାଦଳ ନିର୍ଣ୍ଣାୟକ ଭୂମିକା ନେବ । ଛାତ୍ରବିଜେଡ଼ି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦବୋଧନ ଦେଇ କହିଥିଲେ, ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦଳ କାମ କରିଆସୁଛି ଓ ଆସନ୍ତା ଜୁନ ୪ ତାରିଖରେ ଇତିହାସ ରଚିବବିଜୁଜନତା ଦଳ ।
ଶେଷରେ ବିଜୁ ଯୁବଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବଜନତା ଦଳର ସଭାପତି ବ୍ୟୋମକେଶ ରାୟ ଆଜିର କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ, ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault